ETV Bharat / bharat

ଦକ୍ଷିଣ କୋରିଆରୁ ରାପିଡ୍ ଟେଷ୍ଟିଙ୍ଗ କିଟ୍ ମଗାଇ ବିବାଦରେ ଆନ୍ଧ୍ର ସରକାର

author img

By

Published : Apr 19, 2020, 3:53 PM IST

ଆନ୍ଧ୍ରପ୍ରଦେଶ ଦକ୍ଷିଣ କୋରିଆରୁ ରାପିଡ୍ ଟେଷ୍ଟିଙ୍ଗ କିଟ୍ ମଗାଇଛି । ଯେଉଁ କିଟ୍ ପ୍ରତି ଆନ୍ଧ୍ରପ୍ରଦେଶ 700 ଟଙ୍କା ପ୍ରଦାନ କରିଛି।

_corona
ଦକ୍ଷିଣ କୋରିଆରୁ ର୍ୟାପିଡ୍ ଟେଷ୍ଟିଙ୍ଗ କିଟ୍ ମଗାଇଲେ ଆନ୍ଧ୍ର ସରକାର

ଅମରାବତୀ: କୋରୋନା ଭାଇରସର ଯାଞ୍ଚ ପାଇଁ ରାପିଡ୍ ଟେଷ୍ଟିଙ୍ଗ କିଟ୍ ମୂଲ୍ୟକୁ ନେଇ ବିବାଦ ବଢିବାରେ ଲାଗିଛି । ବିଭିନ୍ନ ରାଜ୍ୟରେ ଏହି କିଟ ଭିନ୍ନ ଭିନ୍ନ ମୂଲ୍ୟ ରହିଛି । ଏହା ମଧ୍ୟରେ ଆନ୍ଧ୍ରପ୍ରଦେଶ ଦକ୍ଷିଣ କୋରିଆରୁ ରାପିଡ୍ ଟେଷ୍ଟିଙ୍ଗ କିଟ୍ ମଗାଇଛି । ଯେଉଁ କିଟ୍ ପ୍ରତି ଆନ୍ଧ୍ରପ୍ରଦେଶ 700 ଟଙ୍କା ପ୍ରଦାନ କରିଛି। ସେହିପରି ତାମିଲନାଡୁ କମ୍ ଦାମରେ ରାପିଡ୍ ଟେଷ୍ଟିଙ୍ଗ କିଟ୍ ମଗାଇଛି । ଯାହାର ମୂଲ୍ୟ 600 ଟଙ୍କା ରହିଛି ।

ଅନ୍ୟପକ୍ଷରେ ଛତିଶଗଡ ସରକାର କହିଛନ୍ତି ଯେ, ସେ ଦକ୍ଷିଣ କୋରିଆରୁ 337 ଟଙ୍କା / କିଟ୍ (ଜିଏସଟି ପୃଥକ) ମୂଲ୍ୟରେ ରାପିଡ୍ ଟେଷ୍ଟିଙ୍ଗ କିଟ୍ ମଗାଇଛନ୍ତି । ତେବେ ଆନ୍ଧ୍ରପ୍ରଦେଶ ସରକାର ରାପିଡ୍ ଟେଷ୍ଟିଙ୍ଗ କିଟର ଭିନ ଭିନ୍ନ ମୂଲ୍ୟ ମାମଲାକୁ ବଦନାମ କରିବାକୁ ଏକ ଅଭିଯାନ ଆରମ୍ଭ କରିଛନ୍ତି ।

ଆନ୍ଧ୍ରପ୍ରଦେଶ ସରକାର ଏକ ବିବୃତ୍ତିରେ କହିଛନ୍ତି ଯେ, ରାଜ୍ୟ 700 ଟଙ୍କାରେ କିଟ୍ କିଣିଛି। ଯେଉଁମାନେ ଏପରି ବିଭ୍ରାନ୍ତିକର ତଥ୍ୟ ପ୍ରଚାର କରୁଛନ୍ତି ସେମାନଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ରାପିଡ୍ ଟେଷ୍ଟିଙ୍ଗ କିଟ୍ ମୂଲ୍ୟ ସମ୍ପର୍କରେ ଆମେ ଛତିଶଗଡ, କେରଳ, କର୍ଣ୍ଣାଟକ ଭଳି ରାଜ୍ୟ ସହ ଯୋଗାଯୋଗରେ ଅଛୁ। ଏହା ବିଷୟରେ ଅଧିକ ସୂଚନା ମଧ୍ୟ ଦିଆଯିବ ।

ପ୍ରକାଶ ଥାଉକି, ନିକଟରେ ଆନ୍ଧ୍ରପ୍ରଦେଶ ସରକାର ଦକ୍ଷିଣ କୋରିଆରୁ 1 ଲକ୍ଷ ରାପିଡ୍ ଟେଷ୍ଟିଙ୍ଗ କିଟ୍ ମଗାଇଥିଲେ । ମୁଖ୍ୟମନ୍ତ୍ରୀ ଜଗନମୋହନ ରେଡ୍ଡୀ ନିଜେ ଏହାକୁ ପରୀକ୍ଷା କରିଥିଲେ। ଡାକ୍ତରୀ ବିଶେଷଜ୍ଞ ଜଗନମୋହନ ରେଡ୍ଡୀଙ୍କୁ ପରୀକ୍ଷା କରିଥିଲେ । ଯେଉଁଥିରେ ତାଙ୍କ ରିପୋର୍ଟ ନେଗେଟିଭ ଆସିଥିଲା। ବର୍ତ୍ତମାନ ଆନ୍ଧ୍ର ସରକାର ଲୋକଙ୍କ କୋରୋନା ପରୀକ୍ଷା ପାଇଁ ଏହି କିଟ୍ ବ୍ୟବହାର କରିବା ଆରମ୍ଭ କରିଛନ୍ତି।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.