ETV Bharat / bharat

ପୁଣି ବଢିଲା ଡିଜେଲ ଦର, ଜାଣନ୍ତୁ କେଉଁ ସହରରେ କ'ଣ ରହିଛି ଦର...

author img

By

Published : Jul 20, 2020, 11:55 AM IST

ସୋମବାର ପୁଣି ବୃଦ୍ଧି ପାଇଛି ଡିଜେଲ ଦର । ଲଗାତାର ଭାବେ ଏହି ଦରରେ ବୃଦ୍ଧି କାରଣରୁ ଆବଶ୍ୟକୀୟ ସାମଗ୍ରୀର ଦରରେ ମଧ୍ୟ ବୃଦ୍ଧି ପାଇଛି । ଅଧିକ ପଢନ୍ତୁ...

ପୁଣି ବଢିଲା ଡିଜେଲ ଦର, ଜାଣନ୍ତୁ କେଉଁ ସହରରେ କ'ଣ ରହିଛି ଦର

ନୂଆଦିଲ୍ଲୀ: ଦେଶରେ ଲଗାତାର ଭାବେ ତୈଳଦର ବୃଦ୍ଧି ପାଇବାରେ ଲାଗିଛି । ସୋମବାର ଡିଜେଲ ପ୍ରତି ଲିଟର ପିଛା 12 ପଇସା ବୃଦ୍ଧି ପାଇଛି । ଯାହାକୁ ନେଇ ଦିଲ୍ଲୀରେ ଡିଜେଲ ଦର ବୃଦ୍ଧି ପାଇ ଲିଟର ପିଛା 81.64 ଟଙ୍କାରେ ପହଞ୍ଚିଛି । ହେଲେ ପେଟ୍ରୋଲ ଦରରେ କୌଣସି ବୃଦ୍ଧି ଘଟିନାହିଁ ।

ଇଣ୍ଡିଆନ ଅଏଲ (ଆଇଓସି) ଅନୁଯାୟୀ, ଏହି ବୃଦ୍ଧି ପରେ ଦିଲ୍ଲୀରେ ଡିଜେଲ ଲିଟର ପ୍ରତି 81.64 ଟଙ୍କାକୁ ବୃଦ୍ଧି ପାଇଛି । ପେଟ୍ରୋଲ ଲିଟର ପିଛା 80.43 ଟଙ୍କା ରହିଛି । ସେହିଭଳି ମୁମ୍ବାଇରେ ପେଟ୍ରୋଲ ଲିଟର ପିଛା 87.19 ଟଙ୍କା ଏବଂ ଡିଜେଲ ଲିଟର ପ୍ରତି 79.83 ଟଙ୍କା ରହିଛି । ସେହିପରି ଚେନ୍ନାଇରେ ପେଟ୍ରୋଲ ପ୍ରତି ଲିଟର ପିଛା 83.63 ଟଙ୍କା ଏବଂ ଡିଜେଲ 78.60 ଟଙ୍କା, କୋଲକାତାରେ ପେଟ୍ରୋଲ 82.10 ଟଙ୍କା ଏବଂ ଡିଜେଲ 76.77 ଟଙ୍କା ଏବଂ ନୋଏଡାରେ 81.08 ଟଙ୍କା ଏବଂ ଡିଜେଲ 73.56 ଟଙ୍କା ରହିଛି।

ସୂଚନା ମୁତାବକ, ଡିଜେଲ ମୂଲ୍ୟରେ ବୃଦ୍ଧି ସହିତ ମୁଦ୍ରାସ୍ଫିତି ସିଧାସଳଖ ଜଡିତ। ଡିଜେଲ, ପରିବହନ, ଟ୍ରକ ପରିବହନ ଇତ୍ୟାଦିର କ୍ରମାଗତ ବୃଦ୍ଧି ହେତୁ ଏହି କାରଣରୁ ଦୈନନ୍ଦିନ ସାମଗ୍ରୀ ମୂଲ୍ୟ କିଛି ଦିନ ହେବ ବୃଦ୍ଧି ପାଇଛି । ପନିପରିବା, ଫଳ ଇତ୍ୟାଦି ମୂଲ୍ୟ ବୃଦ୍ଧି ହେବାର ଆଶା କରାଯାଉଛି । ଗତ ସପ୍ତାହରେ ମଧ୍ୟ ତୈଳ କମ୍ପାନୀଗୁଡିକ ଡିଜେଲର ମୂଲ୍ୟକୁ ଅନେକ ଥର ବୃଦ୍ଧି କରିଛନ୍ତି । ତେବେ ପେଟ୍ରୋଲର ମୂଲ୍ୟ କିଛି ଦିନ ହେବ ବୃଦ୍ଧି ପାଇନଥିବାରୁ ଲୋକଙ୍କୁ ଆଶ୍ବସ୍ତି ମିଳିଛି । ଦିଲ୍ଲୀରେ ଡିଜେଲର ମୂଲ୍ୟ ପେଟ୍ରୋଲ ତୁଳନାରେ ଡିଜେଲର ମୂଲ୍ୟ ଅଧିକ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.