ଝାଡଖଣ୍ଡ: ଗିରିଡିହର ଏକ ଛୋଟ ଗାଁର କୁନି ଝିଅ ଚମ୍ପା, ଯିଏ ନିଜର ମହକ ସାରା ବିଶ୍ବରେ ବିସ୍ତାର କରୁଛି । ବୟସରେ ସିନା ଛୋଟ, ହେଲେ ତାର ଉଦ୍ଦେଶ୍ୟ ମହତ୍ । ଚମ୍ପା ନିଜ ଅଞ୍ଚଳର ଛୋଟ ଛୋଟ ଝିଅମାନଙ୍କୁ ଦିନ ମଜୁରିଅ ଭଳି ଏକ କଳା ଅନ୍ଧକାର କୋଠରୀରୁ ବାହାରକୁ ଆଣି ଜ୍ଞାନର ରାସ୍ତା ଦେଖାଇବାକୁ ଚେଷ୍ଟା କରୁଛି । ଚମ୍ପା ନିଜର ଏହି ଗୀତ ମାଧ୍ୟମରେ ନିଜର ଏବଂ ଅନ୍ୟ ଝିଅମାନଙ୍କ ବାପାମା' ନିକଟରେ ସେମାନଙ୍କ ଭବିଷ୍ୟତ ଉଜ୍ବଳମୟ କରିବାକୁ ଗୁହାରୀ କରୁଛି । ଏଥିସହ ଅଞ୍ଚଳର ସମସ୍ତ ଝିଅ ଦିନ ମଜୁରିଆ କାମ ଛାଡି ସ୍କୁଲ ଯାଇ ନିଜ ଭବିଷ୍ୟତ ଗଢନ୍ତୁ ବୋଲି ଚାହୁଁଛି ।
ପୂର୍ବରୁ ଚମ୍ପା ମଧ୍ୟ ଜଣେ ଶିଶୁ ଶ୍ରମିକ ଥିଲା । କୈଳାସ ସତ୍ୟାର୍ଥୀ ନାମକ ଏକ ଫାଉଣ୍ଡେସନ ଚମ୍ପାକୁ ଏହି ଅନ୍ଧକାରମୟ ଜୀବନରୁ ବାହାରକୁ ଆଣିଥିଲା । ଏହା ପରେ ସେ ନିଜ ଅଞ୍ଚଳରେ ଶିଶୁ ଶ୍ରମିକ ଏବଂ ବାଲ୍ୟ ବିବାହ ପ୍ରଥା ରୋକିବା ଦିଗରେ କାମ କରୁଛି ।
ପ୍ରଥମେ ପ୍ରଥେମ ଚମ୍ପାର ପିତା ଝିଅକୁ ଏସବୁ କରିବାକୁ ବାରଣ କରୁଥିଲେ । କିନ୍ତୁ ଯେତେବେଳେ ଚମ୍ପାର କାମରେ ପ୍ରଭାବିତ ହୋଇ ବ୍ରିଟିଶ ସରକାର ତାକୁ ଡାଏନା ଆୱାର୍ଡରେ ସମ୍ମାନିତ କଲେ, ସେତେବେଳେ ଚମ୍ପାର ବାପା ମଧ୍ୟ ଏହା ଦେଖି ଖୁସି ହୋଇଥିଲେ । ଆଉ ଏବେ ଚମ୍ପାର ବାପା ଖୋଦ ତାକୁ ଏସବୁରେ ସହଯୋଗ କରୁଛନ୍ତି ।
ଚମ୍ପା କେବଳ ଯେ ଦିନ ମଜୁରିଆ କାମ କରୁଥିବା ଝିଅ ମାନଙ୍କୁ ସଠିକ୍ ରାସ୍ତା ଦେଖାଉଛି ତାହା ନୁହେଁ ବରଂ ଅଞ୍ଚଳରେ ଚାଲିଥିବା ବାଲ୍ୟ ବିବାହ ପ୍ରଥାକୁ ମଧ୍ୟ ଅଟକାଉଛି । ଗରିବ ହୋଇଥିବାରୁ ଚମ୍ପାକୁ ଏସବୁ କରିବାରେ ସମସ୍ୟା ତ ଆସୁଛି ହେଲେ ତାର ମହତ ଉଦ୍ଦେଶ୍ୟ ସବୁ ବାଧାବିଘ୍ନକୁ ହରାଇ ଦେଉଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ