ETV Bharat / bharat

ହୀରା ଭିତରେ ହୀରା, ଜାଣନ୍ତୁ କେଉଁଠି ? - 80 କୋଟି ବର୍ଷ ପୂରୁଣା ହୀରା

ଆପଣ ହୀରା ଭିତରେ କେବେ ଆଉ ଏକ ହୀରା ଦେଖିଛନ୍ତି କି ? ଆଜ୍ଞା ହଁ କାନକୁ ଅଡୁଆ ଲାଗୁଥିଲେ ମଧ୍ୟ କଥାଟା ସତ । ଏଭଳି ହୀରା ଦେଖିବାକୁ ମିଳିଛି ସାଇବେରିଆ ୟକୁଶିୟାର ନ୍ୟୁରବା ଖଣିରେ । ଅଧିକ ପଢନ୍ତୁ...

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ
author img

By

Published : Oct 6, 2019, 4:34 PM IST

ନୂଆଦିଲ୍ଲୀ: ଦୁନିଆର ଅନେକ ଦେଶରେ ହୀରାର ଖଣି ରହିଛି । ଯେଉଁଠି ସମସ୍ତ ଛୋଟ-ବଡ ହୀରା ବାହାର କରାଯାଇଥାଏ । କିନ୍ତୁ ଏପରି ହୀରା ଆଜିପର୍ଯ୍ୟନ୍ତ କୌଣସି ଇତିହାସରେ ଦେଖିବାକୁ ମିଳିନି । ପ୍ରଥମଥର ପାଇଁ ଏପରି ହୀରା ମିଳିଛି ଯାହା ଭିତରେ ଆଉ ଏକ ହୀରା ରହିଛି ।

ସୂଚନମୁତାବକ, ଏହି ହୀରା ୟକୁଶିୟାର ନ୍ୟୁରବା ଖଣିରୁ ମିଳିଛି । ଯାହା 80 କୋଟି ବର୍ଷ ପୂରୁଣା ଅଟେ । ତେବେ ଋଷର ସାଇବେରିୟା ଖନନ କମ୍ପାନୀ ଅଲରୋସା ପିଜିଏସସି ମୁତାବିକ ଏହି ହୀରାର ଓଜନ 0.62 କ୍ୟାରେଟ ରହିଛି । ଆଉ ଏହାର ଭିତରେ ଥିବା ହୀରାର ଓଜନ 0.02 କ୍ୟାରେଟ ରହିଛି ।

ହୀରା ଭିତରେ ଆଉ ଏକ ହୀରା ରହିବା କାରଣରୁ ଏହାକୁ ଋଷର ପାରମ୍ପାରିକ କଣ୍ଢେଇ'ମେଟ୍ରୋଓଶକା' ଶହ ତୁଳନା କରାଯାଉଛି । ତେବେ ଏହି ହୀରରା ଆନୁମାନିକ ମୂଲ୍ୟ 426 କୋଟି ରହିଛି । ଖନନ କମ୍ପାନୀ ଅଲରୋସାର 'ରିସର୍ଚ୍ଚ ଏଣ୍ଡ ଡେଭଲପମେଣ୍ଟ ଜିଓଲୋଜିକାଲ ଏଣ୍ଟରପ୍ରାଇଜ' ଉପନିଦେଶକ ଓଲେଗ କୋବଲୁଚକଙ୍କ ମୁତାବିକ ଏହା ବାସ୍ତବରେ ପ୍ରକୃତିର ଏକ ଅନନ୍ୟ ରଚନା ଅଟେ । କାରଣ ହୀରା ଭିତରେ ହୀରା ରହିବା ଏହା ଅସମ୍ଭବ ।

Intro:Body:

ranji

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.