ETV Bharat / bharat

ମହାମାରୀ କୋରୋନା ସଂକ୍ରମଣରୁ ସତର୍କ ରୁହନ୍ତୁ ମଧୁମେହ ରୋଗୀ - କୋରୋନା ସଂକ୍ରମଣ

କୋରୋନା ସଂକ୍ରମଣ ନେଇ ସମସ୍ତଙ୍କୁ ବିଶେଷ ସତର୍କ ରହିବା ପାଇଁ ଡାକ୍ତରମାନେ ପରାମର୍ଶ ଦେଉଛନ୍ତି । ବିଶେଷତଃ ଶିଶୁ ଓ ବୟସ୍କ ଲୋକଙ୍କୁ ଶୀଘ୍ର କୋରୋନା ସଂକ୍ରମଣ ହେବାର ଆଶଙ୍କା ରହିଥିବା ବେଳେ ଏବେ ଏହି ତାଲିକାରେ ସାମିଲ ହୋଇଛନ୍ତି ମଧୁମେହ ରୋଗୀ ।

corova virus, diabetic patient and corona, diabetic patient, health tips, ମଧୁମେହ ରୋଗୀ ଓ କୋରୋନା ସଂକ୍ରମଣ, ମଧୁମେହ ରୋଗୀ, କୋରୋନା ସଂକ୍ରମଣ, ସ୍ବାସ୍ଥ୍ୟ ଟିପ୍ସ
କୋରୋନା ସଂକ୍ରମଣରୁ ଅଧିକ ସତର୍କ ରୁହନ୍ତୁ ମଧୁମେହ ରୋଗୀ
author img

By

Published : Apr 2, 2020, 11:10 PM IST

ହାଇଦ୍ରାବାଦ: କୋରୋନା ସଂକ୍ରମଣ ନେଇ ସମସ୍ତଙ୍କୁ ବିଶେଷ ସତର୍କ ରହିବା ପାଇଁ ଡାକ୍ତରମାନେ ପରାମର୍ଶ ଦେଉଛନ୍ତି । ବିଶେଷତଃ ଶିଶୁ ଓ ବୟସ୍କ ଲୋକଙ୍କୁ ଶୀଘ୍ର କୋରୋନା ସଂକ୍ରମଣ ହେବାର ଆଶଙ୍କା ରହିଥିବା ବେଳେ ଏବେ ଏହି ତାଲିକାରେ ସାମିଲ ହୋଇଛନ୍ତି ମଧୁମେହ ରୋଗୀ । ଏମାନଙ୍କ ଖାଦ୍ୟପେୟରେ ନିର୍ଦ୍ଦିଷ୍ଟତା ଏମାନଙ୍କ ରୋଗ ପ୍ରତିରୋଧକ ଶକ୍ତିକୁ ସାମାନ୍ୟ ବ୍ୟକ୍ତି ତୁଳନାରେ କମାଇଥାଏ । ତେଣୁ ଏମାନଙ୍କୁ ମଧ୍ୟ କୋରୋନା ସଂକ୍ରମଣ ହେବାର ସମ୍ଭାବନା ରହିଛି ବୋଲି ପ୍ରକାଶ କରିଛନ୍ତି ଥିରୁଅନ୍ତପୁରମର ଜଣେ ମଧୁମେହ ରୋଗ ବିଶେଷଜ୍ଞ ।

ତେବେ କୋରୋନା ଓ ମଧୁମେହର କ’ଣ ସମ୍ପର୍କ ରହିଛି । ଏନେଇ ଅନେକଙ୍କ ମନରେ ପ୍ରଶ୍ନ ଉଠିବ । ଏହାର ଉତ୍ତର ହେଉଛି କୋରୋନା ସଂକ୍ରମଣ ସାମାନ୍ୟ ଥଣ୍ଡା କାଶରୁ ଆରମ୍ଭ ହୋଇଥାଏ । ଏହା ଏକ ଡିଆଁ ରୋଗ ହୋଇଥିବା ବେଳେ ମଧୁମେହ ରୋଗୀଙ୍କ ଦୁର୍ବଳ ରୋଗ ପ୍ରତିରୋଧକ ଶକ୍ତି ଯୋଗୁଁ ଏମାନଙ୍କୁ ଅନ୍ୟଙ୍କ ତୁଳନାରେ ଶୀଘ୍ର ଡିଆଁ ରୋଗ ଧରିଥାଏ । ଏଥିପାଇଁ ନିର୍ଦ୍ଦିଷ୍ଟ ସମୟ ବ୍ୟବଧାନରେ ନିଜକୁ ସାନିଟାଇଜ କରିବା ସହ ଏକ ସୁସ୍ଥ ଖାଦ୍ୟାଭ୍ୟାସ ରଖିବାର ଆବଶ୍ୟକତା ରହିଛି ।

ଯଦି ଆପଣ ବି ମଧୁମେହ ରୋଗୀ ତେବେ ଜାଣି ରଖନ୍ତୁ କିଛି ଜରୁରୀ ଟିପ୍ସ :

- ଘରେ ଦୈନିକ ସୁଗାର ସ୍ତର ଚେକ କରନ୍ତୁ ।

- ଘରେ ଅଧିକ ସମୟ ଯାଏଁ ବସି ରୁହନ୍ତୁ ନାହିଁ । କିଛି ଶାରିରୀକ ପରିଶ୍ରମଯୁକ୍ତ କାମ କରନ୍ତୁ ।

- ଦୈନିକ ପ୍ରାୟ 30 ମିନିଟ ପର୍ଯ୍ୟନ୍ତ ବ୍ୟାୟାମ କରନ୍ତୁ ।

- ସାମାଜିକ ଦୂରତ୍ବ ପାଇଁ ଅଳସୁଆ ନହୋଇ ନିଜ ଶୋଇବା ସମୟକୁ ନିର୍ଦ୍ଦିଷ୍ଟ ରଖନ୍ତୁ ଓ ନିର୍ଦ୍ଦିଷ୍ଟ ସମୟରେ ଉଠନ୍ତୁ ।

- ପ୍ରତିଦିନ ଭଲ ଭାବେ ଗାଧାନ୍ତୁ । ଯଦି ଆପଣଙ୍କର ୱାର୍କ ଫ୍ରମ ହୋମ ଥାଏ, ତେବେ ଦୀର୍ଘ ସମୟ ଯାଏଁ ବସି ରୁହନ୍ତୁ ନାହିଁ । ମଝିରେ ମଝିରେ 5 ମିନିଟର ବ୍ରେକ ନେଇ ଚଲାବୁଲା କରନ୍ତୁ ।

- ଶରୀରକୁ ହାଇଡ୍ରେଟ ରଖନ୍ତୁ । ପ୍ରତି ଅଧଘଣ୍ଟାରେ ଥରେ ଟିକେ ଟିକେ ପରିମାଣର ପାଣି ପିଉଥାଆନ୍ତୁ ।

- ଏସବୁ ବାଦ୍‌ ଯଦି ଆପଣ ସାମାନ୍ୟ ଅସୁସ୍ଥ ଅନୁଭବ କରୁଛନ୍ତି ତେବେ ମେଡିସିନରେ ବ୍ୟତିକ୍ରମ ନକରି ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.