ETV Bharat / bharat

ବାତିଲ ଫ୍ଲାଇଟ ଟିକେଟର ପଇସା ଫେରସ୍ତ ନେଇ ଆସିଲା ନୂଆ ନିୟମ

author img

By

Published : Oct 9, 2020, 9:06 AM IST

ଲକଡାଉନ ମଧ୍ୟରେ ବାତିଲ ହୋଇଥିବା ବିମାନର ଟିକେଟର ପଇସା ଫେରସ୍ତ ପାଇଁ ଡିଜିସିଏ(DGCA) ଏୟାରଲାଇନ୍ସ କମ୍ପାନୀଙ୍କୁ ନିର୍ଦ୍ଦେଶ ଦେବା ସହ ନୂଆ ଗାଇଡଲାଇନ ଜାରି କରିଛି ।

ବାତିଲ ଫ୍ଲାଇଟ ଟିକେଟର ପଇସା ଫେରସ୍ତ
ବାତିଲ ଫ୍ଲାଇଟ ଟିକେଟର ପଇସା ଫେରସ୍ତ

ନୂଆଦିଲ୍ଲୀ: କୋରୋନା ଭାଇରସ ପାଇଁ ହୋଇଥିବା ଲକଡାଉନ ମଧ୍ୟରେ ବାତିଲ ହୋଇଥିବା ବିମାନର ଟିକେଟର ପଇସା ଫେରସ୍ତ ପାଇଁ ଡିଜିସିଏ(DGCA) ଏୟାରଲାଇନ୍ସ କମ୍ପାନୀଙ୍କୁ ନିର୍ଦ୍ଦେଶ ଦେବା ସହ ନୂଆ ଗାଇଡଲାଇନ ଜାରି କରିଛି । କୋରୋନା ଭାଇରସ ଏବଂ ଏହାର ସଂକ୍ରମଣକୁ ରୋକିବାକୁ କେନ୍ଦ୍ର ସରକାର ସାରା ଦେଶରେ ଲକଡାଉନ ଘୋଷଣା କରିଥିଲେ ।

25 ମାର୍ଚ୍ଚରୁ ମେ 3 ତାରିଖ ସମୟସୀମା ମଧ୍ୟରେ ଡୋମେଷ୍ଟିକ ଏବଂ ଇଣ୍ଟରନ୍ୟାସନାଲ ବା ବିଦେଶ ଯାତ୍ରା କରିବା ପାଇଁ ଅର୍ଥାତ୍ 25 ମାର୍ଚ୍ଚରୁ 14 ଏପ୍ରିଲ ମଧ୍ୟରେ ବୁକ କରାଯାଇଥିବା ଟିକେଟ ବୁକର ସମ୍ପୁର୍ଣ୍ଣ ଟଙ୍କା ତିନି ସପ୍ତାହ ମଧ୍ୟରେ ଫେରସ୍ତ କରାଯିବ ।

ଏନେଇ 1, ଅକ୍ଟୋବରରେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଆସିବା ପରେ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଯେ, ଗତ 25 ମାର୍ଚ୍ଚରୁ 24 ମେ' ପର୍ଯ୍ୟନ୍ତ ସମୟସୀମା ମଧ୍ୟରେ ଡୋମେଷ୍ଟିକ ଏବଂ ବିଦେଶ ଯାତ୍ରା କରିବା ପାଇଁ ବୁକ ହୋଇଥିବା ଟିକେଟର ରିଫଣ୍ଡ ବିନା କୌଣସି ବାତିଲ ଶୁଳ୍କରେ ଯାତ୍ରୀଙ୍କୁ ଫେରସ୍ତ କରାଯିବ ।

ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକୁ ଆଧାର କରି ଡିଜିସିଏ ଯାତ୍ରୀମାନଙ୍କୁ ତିନୋଟି ଶ୍ରେଣୀରେ ବିଭକ୍ତ କରିଛି।

1 - ଯେଉଁ ଯାତ୍ରୀମାନେ ଲକଡାଉନ ମଧ୍ୟରେ ଯାତ୍ରା କରିବାକୁ ଟିକେଟ୍ ବୁକ୍ କରିଥିଲେ ଅର୍ଥାତ୍ 25 ମାର୍ଚ୍ଚ 2020 ରୁ 24 ମେ' 2020 ପର୍ଯ୍ୟନ୍ତ ।

2- ଯେଉଁ ଯାତ୍ରୀମାନେ ଲକଡାଉନ୍ ପୂର୍ବରୁ ଯେକୌଣସି ସମୟରେ ଟିକେଟ୍ ବୁକ୍ କରିଥିଲେ କିନ୍ତୁ 24 ମେ' ରେ ତାଙ୍କ ଫ୍ଲାଇଟ ଥିବାବେଳେ COVID-19 କାରଣରୁ ଟିକେଟ୍ ବାତିଲ କରାଯାଇଥିଲା ।

3- 24 ମେ' 2020 ପରେ ଯେଉଁ ଯାତ୍ରୀମାନେ ଯେକୌଣସି ସମୟରେ ଯାତ୍ରା ପାଇଁ ଟିକେଟ ବୁକ୍ କରିଥିବେ ।

ଏବେ ଜାଣନ୍ତୁ କେମିତି ଫେରିପାଇବେ ଟିକେଟ ବୁକ ରିଫଣ୍ଡ...

-ଯେଉଁ ଯାତ୍ରୀମାନେ ଏଜେଣ୍ଟଙ୍କଠାରୁ ଘରୋଇ କିମ୍ବା ଆନ୍ତର୍ଜାତୀୟ ବିମାନ ପାଇଁ ଟିକେଟ ବୁକ୍ କରିଛନ୍ତି । ସେହି ଯାତ୍ରୀଙ୍କ ପାଇଁ ମଧ୍ୟ ରିଫଣ୍ଡ ବ୍ୟବସ୍ଥା କରାଯାଇଛି ।

- ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ କହିଛି ଯେ, ବିମାନ କମ୍ପାନୀଗୁଡିକରୁ ମିଳୁଥିବା ଟଙ୍କାରୁ ଟ୍ରାଭେଲ ଏଜେଣ୍ଟମାନେ ଯାତ୍ରୀଙ୍କୁ ଟଙ୍କା ଫେରାଇବେ ।

-ମେ' 24 ପରେ ବିମାନ ଯାତ୍ରା ପାଇଁ ବାତିଲ ହୋଇଥିବା ଫ୍ଲାଇଟର ରିଫଣ୍ଡ ସିଭିଲ୍ ବିମାନ ଚଳାଚଳ ଆବଶ୍ୟକତା ଅନୁଯାୟୀ ଦିଆଯିବ ।

-ଆର୍ଥିକ ସଙ୍କଟ କାରଣରୁ ବାତିଲ ବିମାନର ଟଙ୍କା ଫେରସ୍ତ କରିବାକୁ ଅସମର୍ଥ ଥିବା ବିମାନ କମ୍ପାନୀଗୁଡିକ ପାଇଁ ବ୍ୟବସ୍ଥା କରାଯିବ।

-କୋରୋନା ଭାଇରସ ଏବଂ ଲକଡାଉନ କାରଣରୁ ଅନେକ ଏୟାରଲାଇନ କମ୍ପାନୀମାନେ କ୍ଷତି ସହିଛନ୍ତି । ଏହାସହ ଅନେକ ଏୟାରଲାଇନ କମ୍ପାନୀ ଆର୍ଥିକ ସଙ୍କଟ ଦେଇ ଗତି କରୁଛନ୍ତି । ସେହି କମ୍ପାନୀକୁ ବେସାମରିକ ବିମାନ ଉଡାଣ ପକ୍ଷରୁ ଏକ ବିକଳ୍ପ ବ୍ୟବସ୍ଥା କରାଯାଇଛି । ୟାହାଦ୍ବାରା ସେମାନେ ଯାତ୍ରୀଙ୍କୁ କ୍ରେଡିଟ କରିପାରିବେ ।

-ତେଣିକି ଏହି ଯାତ୍ରୀମାନେ ଟିକେଟ ବୁକିଙ୍ଗ ନିଜେ କିମ୍ବା କୌଣସି ଟ୍ରାଭେଲ ଏଜେଣ୍ଟଙ୍କ ଜରିଆରେ କରାଇଥାଆନ୍ତୁ ନା କାହିଁକି। ଯାତ୍ରୀମାନେ ଏହି କ୍ରେଡିଟର ବ୍ୟବହାର 31 ମାର୍ଚ୍ଚ 2021 ପର୍ଯ୍ୟନ୍ତ କରିପାରିବେ । ଯାତ୍ରୀମାନେ ଏହି କ୍ରେଡିଟର ବ୍ୟବହାର ଟ୍ରାଭେଲ ଏଜେଣ୍ଟ ସହ କୌଣସି ବ୍ୟକ୍ତିଙ୍କୁ ଟ୍ରାନସଫର କରିପାରିବେ ।

-ଏହି ଯାତ୍ରୀଙ୍କୁ ପାସ ସୁବିଧା ମିଳିବ । ଯେଉଁଥିରେ କୌଣସି ରୁଟ ପାଇଁ ଏହାର ବ୍ୟବହାର ଯାତ୍ରୀମାନେ କରିପାରିବେ ।

- ଏହାପରେ, 31 ମାର୍ଚ୍ଚ 2021 ସୁଦ୍ଧା 0.75 ପ୍ରତିଶତ ପ୍ରୋତ୍ସାହନ ଦେବା ପାଇଁ ବ୍ୟବସ୍ଥା କରାଯାଇଛି। ଯଦି 31 ମାର୍ଚ୍ଚ 2021 ସୁଦ୍ଧା କ୍ରେଡିଟ ସେଲ ବ୍ୟବହୃତ ହୁଏ ନାହିଁ, ତେବେ ବାତିଲ ଫେରସ୍ତ ଟଙ୍କା ସମାନ ଆକାଉଣ୍ଟରେ ରଖାଯିବ। ଯେଉଁଥିରୁ ବିମାନ କମ୍ପାନୀଗୁଡିକ ଟିକେଟ ରାଶି ଗ୍ରହଣ କରିପାରିବେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.