ETV Bharat / bharat

ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା: ଲୋକାରଣ୍ୟ ପାଲଟିଲା ଦଶାଶ୍ବମେଧ ଘାଟ

ୟୁପିର ବାରାଣାସୀସ୍ଥିତ ଦଶାଶ୍ବମେଧ ଘାଟରେ ବୁଡ ପକାଇଲେ ଶ୍ରଦ୍ଧାଳୁ । ପୋଲିସ ପ୍ରଶାସନ ପକ୍ଷରୁ ସୁରକ୍ଷା କଡାକଡି ।

author img

By

Published : Nov 12, 2019, 10:23 AM IST

ଫଟୋ ସୌଜନ୍ୟ: ଇଟିଭି ଭାରତ ବ୍ୟୁରୋ

ଲକ୍ଷ୍ନୌ: ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ଗଙ୍ଗାରେ ବୁଡ ପକାଇ ପୂର୍ଣ୍ଣ୍ୟ ଅର୍ଜନ କରିବାକୁ ଉତ୍ତରପ୍ରଦେଶ ବାରଣାସୀର ଦଶାଶ୍ବମେଧ ଘାଟରେ ଶ୍ରଦ୍ଧାଳୁଙ୍କ ଭିଡ ଲାଗିଛି । ସୂର୍ଯ୍ୟୋଦୟ ପୂର୍ବରୁ ଘାଟ ପାଖରେ ପହଞ୍ଚି ଶ୍ରଦ୍ଧାଳୁମାନେ ଆସ୍ଥାର ବୁଡ ପକାଇଛନ୍ତି । ସ୍ନାନ ପରେ ପୂଜାର୍ଚ୍ଚନା କରି ଦୀପ ଦାନ କରିଛନ୍ତି ସହସ୍ରାଧିକ ଶ୍ରଦ୍ଧାଳୁ ।

Dashashwamedh Ghat
ଦଶାଶ୍ବାମେଧ ଘାଟରେ ବୁଡ ପକାଇଲେ ଶ୍ରଦ୍ଧାଳୁ

ଏହି ବୁଡ ପକାଇବା ନେଇ ସୋମବାର ରାତିରୁ ବହୁ ଦୂରଦୂରାନ୍ତରୁ ଲୋକେ ଆସି ଏଠାରେ ପହଞ୍ଚିଥିଲେ । ଆଉ ଭୋର ସମୟରୁ ମୋକ୍ଷପ୍ରାପ୍ତି ନେଇ ଆସ୍ଥା ଓ ବିଶ୍ବାସର ବୁଡ ପକାଇଛନ୍ତି । ଏନେଇ ଲୋକାରଣ୍ୟ ପାଲଟିଛି ଦଶାଶ୍ବମେଧ ଘାଟ । ତେବେ ପୂର୍ବରୁ ବହୁ ଶ୍ରଦ୍ଧାଳୁଙ୍କ ଆଗମନକୁ ନଜରରେ ରଖି ପୋଲିସ ପ୍ରଶାସନ ପକ୍ଷରୁ ସମସ୍ତ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା ।

ତେବେ ଏହା ପଛରେ ପୌରଣିକ ମାନ୍ୟତା ରହିଛି ଯେ, ଆଜିର ଦିନରେ ଭଗବାନ ଶିବ ରାକ୍ଷସ ତ୍ରିପୁରାସୁରକୁ ବଧ କରିଥିଲ ।
ତ୍ରିପୁରାସୁରର ଦୌରାତ୍ମ୍ୟରୁ ସମସ୍ତ ଦେବତା ଓ ମୁନିଋଷି ଗଣକୁ ରକ୍ଷା କରିଥିଲେ । ଯେଉଁଥିପାଇଁ ଭଗବାନ ଶିବଙ୍କର ସ୍ବାଗତରେ ଦେବତାମାନେ କାଶୀରେ ପହଞ୍ଚି ଏହି ଘାଟରେ ଦୀପ ଜଳାଇଥିଲେ । ଯାହାକୁ ଦେବ ଦୀପାବଳୀ ନାମରେ ମଧ୍ୟ ଜଣାଯାଏ । ଯେଉଁ ପରମ୍ପରା ଆଜି ମଧ୍ୟ ଜାରି ରହିଛି ।

Intro:Body:

test

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.