ଡେରାଡୁନ: ହିନ୍ଦୁ ଧର୍ମରେ ଗଙ୍ଗାକୁ ପବିତ୍ର ନଦୀ ବୋଲି ସମସ୍ତେ ମାନିଥାନ୍ତି । ବିଶ୍ବାସ ରହିଛି ଯେ, ଗଙ୍ଗାସ୍ନାନ କଲେ ସମସ୍ତ ପାପ କ୍ଷୟ ହୋଇଥାଏ । ସେନେଇ ତ୍ରୀବେଣୀ ସଙ୍ଗମ ଠାରୁ ଆରମ୍ଭ କରି ଉତ୍ତରାଖଣ୍ଡର ହରିଦ୍ବାର ପର୍ଯ୍ୟନ୍ତ ସମସ୍ତ ପବିତ୍ର ସ୍ଥାନ ମାନଙ୍କରେ ଗଙ୍ଗାରେ ଆସ୍ଥା ଓ ବିଶ୍ବାସର ବୁଡ ପକାଇବା ପାଇଁ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁଙ୍କ ଭିଡ ଲାଗିଥାଏ । ତେବେ ପବିତ୍ର କାର୍ତ୍ତିକ ମାସ ଆରମ୍ଭ ହୋଇଯାଇଥିବାବେଳେ ଏହି ପ୍ରରିପେକ୍ଷୀରେ ହରିଦ୍ବାରର ବ୍ରହ୍ମାକୁଣ୍ଡ ନିକଟରେ ଗଙ୍ଗା ସ୍ନାନ ପାଇଁ ଦେଖାଯାଇଛି ଅନେକ ଶ୍ରଦ୍ଧାଳୁଙ୍କ ଭିଡ । କିନ୍ତୁ ଶ୍ରଦ୍ଧାଳୁ ମାନେ ଗଙ୍ଗାରେ ବୁଡ ନପକାଇ ନିରାଶ ହୋଇ ଫେରୁଥିବା ଦେଖିବାକୁ ମିଳିଛି ।
ସୂଚନାମୁତାବକ, ଉକ୍ତ ସ୍ଥାନ ସମେତ ନଦୀ ଜଳକୁ ସଫା କରିବା କାରଣ ହେତୁ ଗଙ୍ଗାନହରକୁ ବନ୍ଦ କରିଦିଯାଇଥାଏ । ଏହା ବନ୍ଦ ହୋଇଯାଇଥିବା ହେତୁ ପୌଡି ସ୍ଥିତ ପୌରାଣିକ ବ୍ରହ୍ମାକୁଣ୍ଡରେ ଜଳସ୍ତର କମିବାରେ ଲାଗିଛି । ଏହି କାରଣ ହେତୁ ଧର୍ମନଗରୀର ଗଙ୍ଗାରେ ସ୍ନାନ କରିବା ସହ ପୂର୍ଣ୍ଣ ଅର୍ଜନ କରିବା ନେଇ ଆସିଥିବା ଶ୍ରଦ୍ଧାଳୁ ମାନେ ନିରାଶ ହୋଇ ଫେରୁଛନ୍ତି ।
ଶ୍ରଦ୍ଧାଳୁଙ୍କ କହିବାନୂଯାୟୀ, ପୂର୍ବବର୍ଷ ଅପେକ୍ଷା ଚଳିତଥର ବୁଡ ପକାଇବା ପାଇଁ ପାଣି ବହୁତ କମ ରହିଛି । ଆଉ ଗଙ୍ଗା ମଧ୍ୟ ସ୍ବଚ୍ଛ ନାହିଁ । ଏଠାରେ ସଫାସଫି କାର୍ଯ୍ୟ ଭଲଭାବେ ନହେଉଥିବାରୁ ଏଥର ଗଙ୍ଗା ପାଣି ନନେଇ ସେ ଫେରୁଥିବା କହିଛନ୍ତି । ପ୍ରତିବର୍ଷ ପ୍ରଶାସନ ପକ୍ଷରୁ କୁହାଯାଉଛି ଯେ, ବୁଡ ପାଇଁ ଶ୍ରଦ୍ଧାଳୁଙ୍କ ନିମନ୍ତେ ପର୍ଯ୍ୟାପ୍ତ ଜଳ ଉପଲବ୍ଧ କରାଯିବ । କିନ୍ତୁ ସବୁଥର ଭଳି ଏଥର ମଧ୍ୟ ଏଠାରେ ଜଳାଭାବ ଦେଖିବାକୁ ମିଳିଛି ।