ETV Bharat / bharat

15 ଦିନିଆ ରିମାଣ୍ଡରେ ନିଲମ୍ବିତ ଡିଏସ୍‌ପି ଦେବିନ୍ଦର ସିଂ

author img

By

Published : Jan 23, 2020, 8:26 PM IST

ନିଲମ୍ବିତ ଡିଏସ୍‌ପି ଦେବିନ୍ଦର ସିଂଙ୍କ ସମେତ ୪ ଅଭିଯୁକ୍ତଙ୍କୁ ଏନ୍‌ଆଇଏ ଅଦାଲତ ୧୫ ଦିନିଆ ରିମାଣ୍ଡରେ ପଠାଇଛନ୍ତି। ସେ ଆତଙ୍କବାଦୀଙ୍କୁ ସହାୟତା ପ୍ରଦାନ କରୁଥିବା ଅଭିଯୋଗ ହୋଇଛି । ଅଧିକ ପଢନ୍ତୁ:

devinder-singh
ଦେବିନ୍ଦର ସିଂହ

ଶ୍ରୀନଗର: ଆତଙ୍କବାଦୀଙ୍କ ଲିଙ୍କ ଥିବା ଅଭିଯୋଗରେ ଗିରଫ ହୋଇଥିବା ଜମ୍ମୁ- କଶ୍ମୀରର ନିଲମ୍ବିତ ଡିଏସ୍‌ପି ଦେବିନ୍ଦର ସିଂଙ୍କ ସମେତ ୪ ଅଭିଯୁକ୍ତଙ୍କୁ ଏନ୍‌ଆଇଏ ଅଦାଲତ ୧୫ ଦିନିଆ ରିମାଣ୍ଡରେ ପଠାଇଛନ୍ତି। ଗୁରୁବାର ଡିଏସ୍‌ପି ସମେତ 4 ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଥିଲା । କୋର୍ଟ ଏହି ସମସ୍ତଙ୍କୁ 15 ଦିନ ପାଇଁ ଏନ୍‌ଆଇଏ ରିମାଣ୍ଡକୁ ପଠାଇବାକୁ ନିର୍ଦ୍ଦେଶ ଦେଇଛନ୍ତି । ରିମାଣ୍ଡରେ ଏନ୍‌ଆଇଏ କର୍ତ୍ତୃପକ୍ଷ ସେମାନଙ୍କୁ ଜେରା କରି ତଥ୍ୟ ଆଦାୟ କରିବେ।

ସୂଚନାଯୋଗ୍ୟ ଯେ, ଜମ୍ମୁ-କାଶ୍ମୀର ପୋଲିସରୁ ବହିଷ୍କୃତ ହୋଇଥିବା ଡିଏସ୍‌ପି ଦେବିନ୍ଦର ସିଂ ଗତ ଜାନୁଆରୀ 11 ତାରିଖରେ ହିଜବୁଲ ମୁଜାହିଦ୍ଦୀନର 3 ଆତଙ୍କବାଦୀଙ୍କ ସହ ଗିରଫ ହୋଇଥିଲେ । ସେ 3 ଆତଙ୍କବାଦୀଙ୍କ ସହ ଏକ କାରରେ ଥିଲେ । ତେବେ ଦେବିନ୍ଦର ଏହି ଆତଙ୍କବାଦୀଙ୍କୁ ଫେରାର ହେବାରେ ସହାୟତା କରୁଥିଲେ ବୋଲି ତାଙ୍କ ଉପରେ ଅଭିଯୋଗ ରହିଛି । ସେ ଆତଙ୍କବାଦୀଙ୍କୁ ନେଇଯାଉଥିବା କାର୍‌ରେ ଗୋଳାବାରୁଦ ମଧ୍ୟ ଜବତ ହୋଇଥିଲା । ଏହାପରେ ଡିଏସ୍‌ପି ସିଂହଙ୍କୁ ଚାକିରିରୁ ନିଲମ୍ବିତ କରାଯିବା ସହ ଆତଙ୍କବାଦୀଙ୍କ ସହ ତାଙ୍କର ରହିଥିବା ସଂପୃକ୍ତି ବାବଦରେ ତଦନ୍ତ କରିବା ପାଇଁ ଏନ୍‌ଆଇଏକୁ ନିର୍ଦ୍ଦେଶ ଦିଆ ଯାଇଥିଲା।

Intro:Body:

BLANK

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.