ETV Bharat / bharat

3 ମାସ ପାଇଁ ବଢିଲା ଶାହ ଫୈଜଲଙ୍କ ଡିଟେନସନ୍ ଅବଧି - PSA

ଡାକ୍ତରରୁ ରାଜନେତା ହୋଇଥିବା ଶାହ ଫୈଜଲଙ୍କ ବିରୋଧରେ ଜନ ସୁରକ୍ଷା ଆଇନ(ପିଏସଏ) ବୁଧବାର ଆହୁରୀ 3 ମାସ ବୃଦ୍ଧି କରାଯାଇଛି । ଜାମ୍ମୁ କାଶ୍ମୀରର ଗୃହ ବିଭାଗ ଏହି ସୂଚନା ଦେଇଛନ୍ତି ।

Detention of Shah Faesal
ଶାହ ଫୈଜଲଙ୍କ ଡିଟେନସନ୍ ଅବଧି
author img

By

Published : May 15, 2020, 12:05 AM IST

ଶ୍ରୀନଗର: ଡାକ୍ତରରୁ ରାଜନେତା ହୋଇଥିବା ଶାହ ଫୈଜଲଙ୍କ ବିରୋଧରେ ଜନ ସୁରକ୍ଷା ଆଇନ(ପିଏସଏ) ବୁଧବାର ଆହୁରି 3 ମାସ ବୃଦ୍ଧି କରାଯାଇଛି । ଜାମ୍ମୁ କାଶ୍ମୀରର ଗୃହ ବିଭାଗ ଏହି ସୂଚନା ଦେଇଛନ୍ତି । ସେ ଏହା ମଧ୍ୟ କହିଛନ୍ତି ଯେ ଫୈଜଲଙ୍କ ପୂର୍ବ ଡୋସିୟରରେ କୌଣସି ନୂଆ ଧାରା କି ପଏଣ୍ଟ ନାହିଁ କେବଳ ଆଇନକୁ ବୃଦ୍ଧି କରାଯାଇଛି ।

ଶାହ ଫୈଜଲଙ୍କ ପତ୍ନୀ ଇରାମ ରସିଦ ମଧ୍ୟ ବଢିଥିବା ଡିଟେନସନର ଖବର ଦେଇଛନ୍ତି କିନ୍ତୁ କୌଣସି କପି ମିଳିନଥିବା ସେ କହିଛନ୍ତି । କେବଳ ଜିଲ୍ଲାପାଳ ଫୋନ୍ କରି ଜଣାଇଥିବା ସେ କହିଛନ୍ତି । ପିଏସଏ ଅବଧି ଶେଷ ହେବା ପୂର୍ବରୁ ହିଁ ଏହି ସୂଚନା ଦିଆଯାଇଛି ।

ପ୍ରକାଶ ଥାଉକି, ଫୈଜଲ ଗତ ବର୍ଷ ଅଗଷ୍ଟରେ ଡିଟେନ୍ ହୋଇଥିଲେ ଯେବେ ଧାରା 370 ଉଚ୍ଛେଦ କରାଗଲା । ଏହାପରେ 6 ମାସର ଡିଟେନସନ୍ କାଟି ସାରିବା ପରେ ତାଙ୍କୁ ପିଏସଏ ଅଧିନରେ ଫେବୃଆରୀ 14ରେ ଗିରଫ କରାଗଲା । ନିକଟରେ ମେହେବୁବା ମୁଫତୀ, ନଇମ୍ ଅଖତର, ସରତାଜ୍ ମଦନି ଓ ଅଲ୍ଲୀ ମହମ୍ମଦ ସାଗରଙ୍କ ଡିଟେନସନ ଅବଧି ମଧ୍ୟ ବଢାଯାଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.