ETV Bharat / bharat

ବିଶ୍ବ ମହାମାରୀ ସତ୍ତ୍ବେ ପ୍ରସ୍ତୁତ ହେଲେଣି କାଶ୍ମୀରର ନୋହା ଲେଖକ - corona pandemic

‘ଆଶୁରା’ ପାଖେଇ ଆସୁଥିବା ବେଳେ ବିଶ୍ବ ମହାମାରୀର ପ୍ରକୋପ କାରଣରୁ ଜମ୍ମୁ ଓ କାଶ୍ମୀରରେ ସବୁ ପ୍ରକାର ଧାର୍ମିକ କାର୍ଯ୍ୟକ୍ରମ ଉପରେ ଜାରି ନିଷେଧାଦେଶ ବଳବତ୍ତର ରହିଛି । ଅପରପକ୍ଷରେ, ନୂତନ ମାର୍ସିୟା ଏବଂ ନୋହା ଲେଖି ଜୀଶାନ ଜୟପୁରୀଙ୍କ ଭଳି କାଶ୍ମୀରର ନୋହା ଲେଖକମାନେ ନିଜ ନିଜର ପ୍ରସ୍ତୁତି ସାରିଛନ୍ତି ।

କାଶ୍ମୀରର ନୋହା ଲେଖକ
କାଶ୍ମୀରର ନୋହା ଲେଖକ
author img

By

Published : Aug 29, 2020, 2:07 PM IST

‘ଆଶୁରା’ ପାଖେଇ ଆସୁଥିବା ବେଳେ ବିଶ୍ବ ମହାମାରୀର ପ୍ରକୋପ କାରଣରୁ ଜମ୍ମୁ ଓ କାଶ୍ମୀରରେ ସବୁ ପ୍ରକାର ଧାର୍ମିକ କାର୍ଯ୍ୟକ୍ରମ ଉପରେ ଜାରି ନିଷେଧାଦେଶ ବଳବତ୍ତର ରହିଛି । ଅପରପକ୍ଷରେ, ନୂତନ ମାର୍ସିୟା ଏବଂ ନୋହା ଲେଖି ଜୀଶାନ ଜୟପୁରୀଙ୍କ ଭଳି କାଶ୍ମୀରର ନୋହା ଲେଖକମାନେ ନିଜ ନିଜର ପ୍ରସ୍ତୁତି ସାରିଛନ୍ତି । ଶିୟା ସମ୍ ପାଇଁ ନୋହା ହେଉଛି କରବାଲା ଯୁଦ୍ଧରେ ହୁସେନ୍‌ ଅଲିଙ୍କ ଦୁଃଖଦ ଅନ୍ତ ସମ୍ପର୍କିତ ଏକ ଶୋକ ସଙ୍ଗୀତ । ମାର୍ସିୟା ଏବଂ ନୋହାରେ ପ୍ରାକ୍‌-ଇସଲାମ ଆରବୀୟ ଏବଂ ପର୍ସିଆର ଐତିହାସିକ ଏବଂ ସାଂସ୍କୃତିକ ପଟ୍ଟଭୂମି ରହିଛି । ମାର୍ସିୟାର ଉପ-ଭାଗକୁ ନୋହା ଏବଂ ସୋଜ୍‌ କୁହାଯାଏ, ଯାହାର ଅର୍ଥ ବିଳାପ । ଶ୍ରୀନଗରର ହସନାବାଦ ଅଞ୍ଚଳର ଜଣେ 25 ବର୍ଷୀୟ ନୋହା ଲେଖକ କହନ୍ତି, “ସାଧାରଣତଃ ନୋହା ହେଉଛି ଏକ ଶୋକଗୀତ । ଶିୟା ସମ୍ପ୍ରଦାୟ ଏବଂ ଏହାର ବିଭିନ୍ନ ଗୋଷ୍ଠୀର ଅନୁଗାମୀମାନଙ୍କ ସାହିତ୍ୟର କେନ୍ଦ୍ରସ୍ଥଳରେ ରହିଛି ବିଳାପ ଗୀତ । ପର୍ସିଆନ୍‌ ଏବଂ ଉର୍ଦ୍ଦୁ ସମେତ ବିଭିନ୍ନ ଭାଷାରେ ଏହା ଲେଖାହୋଇଛି । ନୋହା ଲେଖିବାର କୌଣସି ଧାରା ନାହିଁ ।

କାରଣ ଆମକୁ ଏକ ଛନ୍ଦ ଅନୁସାରେ ଏହା ଲେଖିବାକୁ ପଡ଼ିଥାଏ । ସେ ଆହୁରି କହନ୍ତି, “ଅନ୍ୟ ଧରଣର ଗୀତ ତୁଳନାରେ ନୋହା ସଂପର୍କରେ ଅଧିକ କିଛି କରାଯାଇନାହିଁ । ମୁଁ ଭାବୁଛି ନିର୍ଦ୍ଦିଷ୍ଟ ଧାରା ନଥିବା ଏବଂ ଛନ୍ଦ ଭିତ୍ତିରେ ଲେଖାଯାଉଥିବା ହିଁ ଏହାର ଅନ୍ୟତମ କାରଣ ।” ଜୟପୁରୀ କହନ୍ତି, “ହଜାର ହଜାର ବର୍ଷ ହେଲା ନୋହା ଲେଖା ହୋଇଆସୁଛି ଏବଂ ଆବୃତ୍ତି କରାଯାଇଆସୁଛି । ମୋତେ ଲାଗେ, କରବାଲା ଯୁଦ୍ଧରେ ହିଁ ସବୁ ସମସ୍ୟାର ସମାଧାନ ରହିଛି । ପ୍ରତି ବର୍ଷ ନୂଆ ନୂଆ ନୋହା ଲେଖାଯାଏ । ତାହା ହିଁ ଏ ଧରଣର ଗୀତର ମାଧୁର୍ଯ୍ୟ । ଏବଂ ପ୍ରତି ନୋହା ଏକ ନୂତନ କାହାଣୀ ବର୍ଣ୍ଣନା କରିଥାଏ । କେବଳ କରବାଲା ସଂପର୍କରେ ନୁହେଁ, ଯେ କୌଣସି ଦିନ ସଂପର୍କରେ ନୋହା ଲେଖାଯାଇପାରିବ ।”

ଜୟପୁରୀଙ୍କ ମତରେ, “ଏଥିରେ ସନ୍ଦେହ ନାହିଁ ଯେ କରବାଲାର ମୁଖ୍ୟ ଭାବଧାରା ଉପରେ ହିଁ ନୋହା ପର୍ଯ୍ୟବେସିତ । କିନ୍ତୁ ଦିନ ଗଡ଼ି ଚାଲିବା ସହିତ ଏହା ବିକଶିତ ହେଉଛି । ସମାଜର ପ୍ରଗତି ସହିତ ନୋହାର ମଧ୍ୟ ବିକାଶ ହେଉଛି । ଏ ବର୍ଷ ମଧ୍ୟ ଆମେ ଅନେକ ନୋହା ଲେଖିଥିଲୁ ଏବଂ ମଜଲିସ୍‌ ଅବସରରେ ଉପସ୍ଥାପନ କରିଥିଲୁ । ବିଶ୍ବ ମହାମାରୀ ଯୋଗୁଁ ଲୋକଙ୍କ ଭିତରେ ଉତ୍ସାହ କମିଛି ସତ, ହେଲେ ଆମର ଶକ୍ତି କମିନାହିଁ ।” ନୋହାକୁ ହିଁ ଶିକ୍ଷା, ପ୍ରେରଣା ଏବଂ ଶିଷ୍ଟାଚାର ବିକାଶର ଉତ୍ସ ରୂପେ ଗ୍ରହଣ କରିନେଇଥିବା ଏକ ପରିବାରରେ ଜନ୍ମ ହୋଇଥିବା ଜୟପୁରୀ ଖୁବ କମ୍‌ ବୟସରୁ ନୋହା ଲେଖିବା ଆରମ୍ଭ କରିଥିଲେ । ଆଉ ଆଜି ସେ ତାଙ୍କ ଅଞ୍ଚଳର ଏକ ଲୋକପ୍ରିୟ ନୋହା ଗୋଷ୍ଠୀର ପ୍ରତିନିଧିତ୍ବ କରନ୍ତି । କାଶ୍ମୀର ସଂପର୍କରେ ସେ କହନ୍ତି, “ଏଠାରେ ନୋହା ଲେଖକଙ୍କର ଅଭାବ ନାହିଁ ।

ମୋର ବନ୍ଧୁମାନେ କାଶ୍ମିରୀ ଏବଂ ଉର୍ଦ୍ଦୁରେ ମଧ୍ୟ ଲେଖନ୍ତି । କରବାଲା ଯୁଦ୍ଧ ଆଧାରିତ ନୋହାର ମାଧୁର୍ଯ୍ୟ ଦେଖନ୍ତୁ । ଏବଂ ସେହି ଯୁଦ୍ଧରେ, ପରିବାରରୁ ଆରମ୍ଭ କରି ରାଜନୈତିକ ଏବଂ ସାମାଜିକ, ସବୁ ପ୍ରସଙ୍ଗର ଅବତାରଣା କରାଯାଇଥିଲା । ମୁଁ କହିପାରିବି ଯେ, ସବୁ ସମସ୍ୟାର ସମାଧାନ ନିମନ୍ତେ ନୋହା ହେଉଛି କର୍‌ବାଲାରୁ ଉଦ୍ଧୃତ ଏକ ଔଷଧ ।” ସେ ଆହୁରି କହନ୍ତି, “ନୋହା ଲେଖିବା ଏକ କଷ୍ଟକର କାମ ନୁହେଁ । ଆପଣ ଇସ୍‌ଲାମ ଧର୍ମର ପ୍ରବର୍ତ୍ତକଙ୍କ ନାତିଙ୍କ ସମ୍ପର୍କରେ ଲେଖୁଛନ୍ତି ବୋଲି ମନେ ରଖି ଲେଖିବାକୁ ପଡ଼ିବ । ଆପଣଙ୍କ ବୋଧଶକ୍ତି ବଳରେ ନୁହେଁ, ବରଂ ମନରେ ଆଧ୍ୟାତ୍ମିକ ଓ ପବିତ୍ର ଭାବ ରଖି ଆପଣଙ୍କୁ ଚିନ୍ତା କରିବାକୁ ପଡ଼ିବ । ”

-ସଜାଦ ଅମିନ/ଇବ୍ରାହିମ ମୁସା

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.