ETV Bharat / bharat

ସମାଜର ପ୍ରେରଣା ବୈଶାଳୀ, କ୍ଷତି ପରେ ବି ଶସ୍ତାରେ ବିକୁଛନ୍ତି ସାନିଟାଇଜର - ହିମାଞ୍ଚଳପ୍ରଦେଶର ବୈଶାଳୀ

କ୍ଷତି ପରେ ବି ଉତ୍ପାଦନ ଖର୍ଚ୍ଚ ଠାରୁ କମ ଦାମରେ ସାନିଟାଇଜର ବିକ୍ରି କରୁଛନ୍ତି ବୈଶାଳୀ । ତାଙ୍କର ଏହି ମାନବିକତା ପାଇଁ ଫୋବର୍ସ ମାଗାଜିନ ତାଙ୍କୁ ପ୍ରଂଶସା କରିଛି । ପଢନ୍ତୁ କୋରୋନା ମୁକାବିଲା ପାଇଁ କିପରି ଆଗେଇଆସିଛନ୍ତି ହିମାଚଳ ପ୍ରଦେଶର ବୈଶାଳୀ ଅଗ୍ରୱାଲ ଓ ତାଙ୍କ କମ୍ପାନୀ କର୍ମଚାରୀ...

industrial town Baddi
ସମାଜର ପ୍ରେରଣା ବୈଶାଳୀ, କ୍ଷତି ପରେ ବି ଶସ୍ତାରେ ବିକୁଛନ୍ତି ସାନିଟାଇଜର
author img

By

Published : May 4, 2020, 10:56 PM IST

ହାଇଦ୍ରାବାଦ: ବ୍ୟବସାୟରେ ନିୟମ ରହିଛି ଚାହିଦା କମିଲେ ଦର ବୃଦ୍ଧି ହୋଇଥାଏ । ହେଲେ ବୈଶାଳୀ ଅଗ୍ରୱାଲ ଏହି ନିୟମକୁ ଅନୁକରଣ କରୁନାହାନ୍ତି । ବର୍ତ୍ତମାନ ଭଳି ସଙ୍କଟ ସମୟରେ ଲାଭକୁ ଆଶା ନ କରି ସାନିଟାଇଜର ଉତ୍ପାଦନରେ ଲାଗି ପଡିଛନ୍ତି ସେ । ଜାଣି ଆଶ୍ଚର୍ଯ୍ୟ ହେବେ ସେ ଉତ୍ପାଦନ ଖର୍ଚ୍ଚ ଠାରୁ କମ ଦାମରେ ସାନିଟାଇଜର ବିକ୍ରି କରୁଛନ୍ତି ।

ସେ ସାଧାରଣ ଅପେକ୍ଷା ବହୁତ କମ ଦାମରେ ଲକ୍ଷାଧିକ ସାନିଟାଇଜର ବିକ୍ରି କରୁଛନ୍ତି । ତାଙ୍କର ଏହି ମାନବିକତା ପାଇଁ ଫୋବର୍ସ ମାଗାଜିନ ତାଙ୍କୁ ପ୍ରଂଶସା କରିଛି । ହିମାଚଳ ପ୍ରଦେଶର ଶିଳ୍ପ ସହର ବଦ୍ଦିର ରହିଥିବା ସ୍କଟ ଇଡଲି (Scott Edil ) ଫାର୍ମାସିସ ଏକ ପ୍ରସିଦ୍ଧ ଫାର୍ମାସ୍ୟୁଟିକାଲ କମ୍ପାନୀ । ଆଉ ବୈଶାଳୀଙ୍କ ହାତରେ ଏହି କମ୍ପାନୀର ବିଭିନ୍ନ ବିଭାଗର ଦାୟିତ୍ବ ରହିଛି । ସେ ବୈଷୟିକ କାର୍ଯ୍ୟଗୁଡିକର ପ୍ରମୁଖ ସହ regulatory affairs ଓ ଅନ୍ତର୍ଜାତୀୟ ବ୍ୟବସାୟର ଦାୟିତ୍ବ ଭାର ନିଜ କାନ୍ଧରେ ବହନ କରୁଛନ୍ତି ।

ତାଙ୍କର ଅତୁଳନୀୟ କାର୍ଯ୍ୟ ପାଇଁ ବୈଶାଳୀ ଅନେକ ପ୍ରଂଶସା ଓ ସମ୍ମାନ ଗ୍ରହଣ କରିଛନ୍ତି । ଇନାଡୁ ବସୁନ୍ଧରା ପକ୍ଷରୁ ତାଙ୍କ ସହ ଏକ ବାର୍ତ୍ତାଳପ କରାଯାଇଛି ।

ବଦ୍ଦିର ଏକ ଆଇସୋପ୍ରୋପିଲ ଆଲକହଲ ଆଧାରିତ ସାନିଟାଇଜର ତିଆରି ୟୁନିଟ ରହିଛି । 200ରୁ ଉର୍ଦ୍ଧ୍ବ କର୍ମଚାରୀଙ୍କୁ ନେଇ ଏହି ସଂସ୍ଥା ମାସିକ 10,000 ୟୁନିଟ ସାନିଟାଇଜର ପ୍ରସ୍ତୁତ କରେ । ତେବେ ଫେବୃଆରୀରେ ବୈଶାଳୀଙ୍କ ପାଖକୁ ଏକ ଫୋନ ଆସିଥିଲା । ଆଉ କୁହାଯାଇଥିଲା କି, ସାନିଟାଇଜରର ଅଭାବ ଦେଖାଦେଉଛି, ଏଣୁ ଏହାର ଉତ୍ପାଦନକୁ ବୃଦ୍ଧି କରାଯାଉ ।

ସେହି ସମୟରେ କୋରୋନା ଆତଙ୍କ ପ୍ରଥମ ପର୍ଯ୍ୟାୟରେ ରହିଥିଲା । ଆଉ ସେତେବେଳେ ବ୍ୟକ୍ତିଗତ ସ୍ବଚ୍ଛତାକୁ ଅଗ୍ରାଧିକାର ଦିଆଗଲା । ଏଥିପାଇଁ ଲୋକମାନେ ମଧ୍ୟ ସାନିଟାଇଜର ଗୁରୁତ୍ବରୁ ବୁଝିଲେ । ଏହା ପରଠୁ ସାନିଟାଇଜର ଚାହିଦା କ୍ରମାଗତ ବଢିଚାଲିଛି ।

ସେବେଠାରୁ ବୈଶାଳୀ ଓ ତାଙ୍କର ୟୁନିଟ ଲୋକଙ୍କ ଆବଶ୍ୟତାକୁ ନଜରରେ ରଖି ଉତ୍ପାଦନ ବଢାଇ ଚାଲିଛନ୍ତି । ୟୁନିଟ କର୍ମଚାରୀମାନେ 3 ସିଫ୍ଟିରେ କାମ କରୁଛନ୍ତି ।

କେବଳ ମାର୍ଚ୍ଚରେ ପ୍ରାୟ 15 ଲକ୍ଷ ସାନିଟାଇଜର ବୋତଲ ବିକ୍ରି କରାଯାଇଛି । ବୈଶାଳୀ କହିଛନ୍ତି ଯେ, ସ୍କଟ ଇଡଲି ଉତ୍ପାଦନ ମୁଲ୍ୟ ଠାରୁ କମ ଦାମରେ ସାନିଟାଇଜର ବିକ୍ରି କରୁଛି । ତେବେ କ୍ଷତି ସତ୍ତ୍ବେ ମଧ୍ୟ ସେ ଖୁସି ଅଛନ୍ତି କି ସେମାନେ ସମାଜର ସହଯୋଗ କରୁଛନ୍ତି ।

ତେବେ ହିମାଚଳ ପ୍ରଦେଶ ସରକାର ବଦ୍ଦିର ଏହି ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ ଭାବେ ଘୋଷଣା କରିଛନ୍ତି । ଏଥିଯୋଗୁଁ ଏପ୍ରିଲ 12ରୁ ଏହି ସଂସ୍ଥା ବା ଫ୍ୟାକ୍ଟ୍ରି ବନ୍ଦ ରହିଛି । କିନ୍ତୁ ଚଣ୍ଡିଗଡରେ ରହିଥିବା ଅନ୍ୟ ଏକ ୟୁନିଟ ପରିଚାଳିତ ବୋଲି ବୈଶାଳୀ ଦର୍ଶାଇଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.