ଭୋପାଳ: ଦେଶୀ ଘିଅର କୂଅ । ଶୁଣିବାକୁ ଅଜବ ଲାଗୁଥିଲେ ବି ଏଭଳି ଏକ କୂଅ ମଧ୍ୟପ୍ରଦେଶର ଛତରପୁର ଜିଲ୍ଲା ବିଜାଓ୍ବର ତହସିଲ ଅଞ୍ଚଳରେ ରହିଛି । ମାତ୍ର ଏବେ ଏହି କୂଅରୁ ଆଉ ଘିଅ ବାହାରୁ ନଥିବା ସ୍ଥାନୀୟ ଲୋକେ ପ୍ରକାଶ କରିଛନ୍ତି । ଅପରିଷ୍କାର ପାଣି, ଆବର୍ଜନାରେ ଭର୍ତ୍ତି ଏହି କୂଅ ଏବେ ପରିତ୍ୟକ୍ତ ।
କିମ୍ବଦନ୍ତୀ ଅନୁଯାୟୀ ଏହି ଅଞ୍ଚଳରେ ଏକ ଲକ୍ଷ୍ମୀନାରାୟଣଙ୍କର ଏକ ମନ୍ଦିର ରହିଛି । ପାଖାପାଖି 300 ବର୍ଷ ପୁରୁଣା ଏହି ମନ୍ଦିର । ତେବେ ଏହି ମନ୍ଦିରରେ ଦେବାଦେବୀଙ୍କର ପ୍ରାଣପ୍ରତିଷ୍ଠା ଓ ଅନ୍ୟାନ୍ୟ ସମୟରେ ହୋମଯଜ୍ଞର ଆୟୋଜନ କରାଯାଉଥିଲା । ସେହି ସମୟରେ ବହୁମାତ୍ରାରେ ଘିଅର ଆବଶ୍ୟକତା ପଡ଼ୁଥିଲା ।
ଅଧିକ ପଢନ୍ତୁ: ମୃଗେନ୍ଦ୍ରଙ୍କ ପ୍ରତିଭାରେ ଚକିତ ବିଶ୍ବ, ଲଣ୍ଡନ ୟୁନିଭର୍ସିଟିରୁ ଆସିଛି ଡକ୍ଟରେଟ ପାଇଁ ସୁଯୋଗ
ତେବେ ନିକଟସ୍ଥ ଅଞ୍ଚଳରୁ ଲୋକମାନେ ଘିଅକୁ ଆଣି ଦାନ ଦେଉଥିଲେ । ଘିଅର ଭଣ୍ଡାର ପାଇଁ ସେହି ସମୟରେ ଏହି କୂଅ ଖୋଳାଯାଇଥିବା କିମ୍ବଦନ୍ତୀ କହେ । ତେବେ ଏହି କୁଣ୍ଡରୁ ଘିଅ ଏକ ନାଳ ମାଧ୍ୟମରେ ଯାଇ ସିଧା ହୋମଯଜ୍ଞରେ ପଡ଼ୁଥିଲା ।
ତେବେ ଏହି କୂଅର ନିର୍ମାଣ କେବେ ହୋଇଥିଲା କେହି ସଠିକ ସୂଚନା ଦେଇ ପାରୁନଥିବା ବେଳେ ସେମାନେ ତାଙ୍କର ପୂର୍ବପୁରୁଷଙ୍କ ଠାରୁ ଏହି କୂଅ ବିଷୟରେ ଶୁଣିଥିବା ସ୍ଥାନୀୟ ବାସିନ୍ଦା କହିଛନ୍ତି । ସେ କହିଛନ୍ତି ପୂର୍ବରୁ ଏହି କୂଅ ଦେଶୀ ଘିଅ କୂଅ ନାମରେ ପରିଚିତ ଥିଲା । ମାତ୍ର ବର୍ତ୍ତମାନ ସମୟରେ ତାହା ପାଣିରେ ଭର୍ତ୍ତି ହେଇ ରହୁଛି । ଏବଂ ବିଭିନ୍ନ ଅଳିଆ ଆବର୍ଜନା ପଡ଼ି ଧିରେ ଧିରେ ପରିତ୍ୟକ୍ତ ଅବସ୍ଥାକୁ ଚାଲିଯାଉଥିବା ସ୍ଥାନୀୟ ବାସିନ୍ଦା କହିଛନ୍ତି ।