ନୂଆଦିଲ୍ଲୀ: ଘନ କୁହୁଡି ଆଚ୍ଛାଦିତ କରି ରଖିଛି ରାଷ୍ଟ୍ରାୟ ରାଜଧାନୀ ଦିଲ୍ଲୀକୁ । ରାଜଧାନୀ ଦିଲ୍ଲୀ ସମେତ ସମଗ୍ର ଉତ୍ତର ଭାରତରେ ପ୍ରବଳ ଶୀତ ଲହରୀର ପ୍ରଭାବରେ ଏପରି ସ୍ଥିତି ଲାଗି ରହିଛି । ଗତ କିଛି ଦିନ ହେବ ଲଗାତର ଭାବେ ପାରଦ 4 ଡିଗ୍ରୀ ତଳେ ରହୁଛି । ଦିଲ୍ଲୀ-ଏନସିଆର ସମେତ ଅନେକ ଅଞ୍ଚଳରେ ଭିଜିବିଲିଟି ଶୂନ ରହିଛି ।
ଦିଲ୍ଲୀ ବିମାନ ବନ୍ଦର ଆଖପାଖ ଇଲାକା କୁହୁଡି ପ୍ରଭାବରେ ସମ୍ପୂର୍ଣ୍ଣ ଭାବରେ ଅସ୍ପଷ୍ଟତା ଭିତରେ ରହିଛି । ଗଲା କିଛି ଦିନ ଏହି ଶୀତ ଲହରୀ ଓ କୁହୁଡି କାରଣରୁ ରାଜଧାନୀରେ ସାଧାରଣ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି ।