ନୂଆଦିଲ୍ଲୀ: ଦୀର୍ଘଦିନ ଧରି ୟୁରୋପ ଓ ଆମେରିକାରେ ବରଫ ବର୍ଷା ଜାରି ରହିଛି । ଫଳରେ ରାସ୍ତାରେ ଜମି ରହିଛି କୁଢ କୁଢ ବରଫ । ତେଣୁ ଯାତାୟତ ଠପ ହୋଇଛି । ଏହି ବରଫକୁ ହଟାଇବା ପାଇଁ ଦରକାର ପଡିଛି ଲୁଣ । ତେଣୁ ଭାରତର ଲୁଣର ଆବଶ୍ୟକତା ବଢିବାରେ ଲାଗିଛି । ଏହି ବରଫ ବର୍ଷା ୟୁରୋପ-ଆମେରିକା ପାଇଁ ଚିନ୍ତାର ବିଷୟ ପାଲଟିଥିବାବେଳେ ଲୁଣ କାରିଗରଙ୍କ ପାଇଁ ପାଲଟିଛି ବରଦାନ ।
ତେବେ ରାସ୍ତାରୁ କିପରି ସଫା ହୁଏ ବରଫ ପଢନ୍ତୁ...
ସାଧାରଣତଃ ସଡକରୁ ବରଫ ହଟାଇବା ପାଇଁ ସୋଡିୟମ କ୍ଲୋରାଇଡ ବା ଅନ୍ୟ କେମିକାଲର ବ୍ୟବହାର କରାଯାଏ । ସେଥିପାଇଁ ଲୁଣର ବ୍ୟବହାର କରାଯାଏ । ବରଫ ବର୍ଷା ଯୋଗୁଁ ସଡକ ଅତି ଚିକ୍କଣିଆ ହୋଇଯାଏ, ଏଥିଯୋଗୁଁ ଦୁର୍ଘଟଣା ରୋକିବା ପାଇଁ ଯଥା ଶୀଘ୍ର ବରଫ ତରଳାଇବାକୁ ପଡିଥାଏ ।
ତେବେ ଗୁଜୁରାଟରେ ତିଆରି ହେଉଥିବା ଲୁଣ ଚୀନ ରାସ୍ତା ଦେଇ ୟୁରୋପ, ଆମେରିକା ଓ ଋଷରେ ପହଞ୍ଚିଥାଏ । ଏଥିଯୋଗୁଁ ଲଜିଷ୍ଟିକର ଖର୍ଚ୍ଚ ମଧ୍ୟ କମ ହୋଇଥାଏ । ଚୀନ ମଧ୍ୟ ଭାରତଠୁ ଲୁଣ ଲୋଡିଥାଏ । ଇଣ୍ଡିଆନ ସଲ୍ଟ ମେନୁଫେକଚର ଆସୋସିଏସନ ମୁତାବକ ଦୁଇ ବର୍ଷରେ ଚୀନରେ ଲୁଣର ବଢୁଥିବା ଚାହିଦାକୁ ନେଇ ଲୁଣର ଉତ୍ପାଦନ ବଢିବାରେ ଲାଗିଛି ।