ETV Bharat / bharat

ଦିଲ୍ଲୀ ହିଂସା: ମୃତକଙ୍କ ଅନ୍ତିମ ସଂସ୍କାର ଏକାଠି କରିବାକୁ ହାଇକୋର୍ଟରେ ଆବେଦନ - ସିଏଏ

ଦିଲ୍ଲୀ ହିଂସାରେ ପ୍ରାଣ ହରାଇଥିବା ମୃତକଙ୍କ ଅନ୍ତିମ ସଂସ୍କାର ଏକତ୍ର କରିବାକୁ ନିର୍ଦ୍ଦେଶ ଦେବାପାଇଁ ହାଇକୋର୍ଟରେ ଆବେଦନ । ଅଧିକ ପଢନ୍ତୁ...

delhi high court
ଦିଲ୍ଲୀ ହାଇକୋର୍ଟ
author img

By

Published : Feb 27, 2020, 2:48 PM IST

ନୂଆଦିଲ୍ଲୀ: ଦିଲ୍ଲୀ ହିଂସାରେ ପ୍ରାଣ ହରାଇଥିବା ମୃତକଙ୍କ ଅନ୍ତିମ ସଂସ୍କାର ଏକତ୍ର କରିବାକୁ ନିର୍ଦ୍ଦେଶ ଦେବାପାଇଁ ହାଇକୋର୍ଟରେ ଆବେଦନ । ଆଇନଜୀବୀ ମହମୁଦ ପ୍ରାଚା ଏନେଇ ହାଇକୋର୍ଟରେ ଯାଚିକା ଦାଖଲ କରିଛନ୍ତି । ତେବେ ଏହି ଆବେଦନର ଶୁଣାଣି ହାଇକୋର୍ଟ ଆସନ୍ତାକାଲି କରିବେ ।

ସୂଚନା ମୁତାବକ, ନାଗରିକତା ସଂଶୋଧନ ଆଇନ୍‌(ସିଏଏ)କୁ ନେଇ ଉତ୍ତର-ପୂର୍ବ ଦିଲ୍ଲୀରେ ସୃଷ୍ଟି ହୋଇଥିବା ହିଂସା ଘଟଣାରେ ଏବେ ସୁଦ୍ଧା 34 ଜଣ ପ୍ରାଣ ହରାଇସାରିଲେଣି । ମୃତ୍ୟୁ ସଂଖ୍ୟା ଧୀରେ ଧୀରେ ବୃଦ୍ଧି ପାଉଛି । ସେପଟେ ମୃତଦେହ ନେବା ପାଇଁ ମୃତକଙ୍କ ପରିବାରକୁ ସମସ୍ୟାର ସମ୍ମୁଖୀନ ହେବାକୁ ପଡୁଛି । ତେଣୁ ସମସ୍ତ ମୃତକଙ୍କୁ ଏକାଠି କରି ସେମାନଙ୍କ ଅନ୍ତିମସଂସ୍କାର କରିବାକୁ ନିର୍ଦ୍ଦେଶ ଦେବା ପାଇଁ ଏହି ଆବେଦନ କରାଯାଇଛି ।

ବ୍ୟୁରୋ ରିପୋର୍ଟ ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.