ETV Bharat / bharat

ଦିଲ୍ଲୀର ପ୍ରଥମ ରେଡ୍ ଜୋନ୍ 28 ଦିନରେ ଦେଖିନି ନୂଆ ମାମଲା - କୋରୋନା ଭାଇରସ

ଦିଲ୍ଲୀର ପ୍ରଥମ ରେଡ୍-ଜୋନ୍ ଗତ 28ଦିନ ଭିତରେ ଦେଖିନି ନୂଆ ମାମଲା। ଯେଉଁ ସ୍ଥିତି ସ୍ଥାନୀୟ ସରକାରଙ୍କୁ ଆଶ୍ଵସ୍ତି ଦେଇଛି।

contenment zone
ଦିଲ୍ଲୀର ପ୍ରଥମ ରେଡ୍ ଜୋନ୍ 28 ଦିନରେ ଦେଖିନି ନୂଆ ମାମଲା
author img

By

Published : Apr 28, 2020, 1:20 PM IST

ନୂଆଦିଲ୍ଲୀ: ଦିଲ୍ଲୀର ପ୍ରଥମ ରେଡ୍-ଜୋନ୍ ଗତ 28ଦିନ ଭିତରେ ଦେଖିନି ନୂଆ ମାମଲା। ଯେଉଁ ସ୍ଥିତି ସ୍ଥାନୀୟ ସରକାରଙ୍କୁ ଆଶ୍ଵସ୍ତି ଦେଇଛି। କୁହାଯାଉଛି ଦିଲ୍ଲୀରେ ଏହା ପ୍ରଥମ। ତେଵେ କୋଭିଡ୍-19 ମହାମାରୀ ଦିଲ୍ଲୀଵାସୀଙ୍କ ଅଣ୍ଟା ଭାଙ୍ଗି ଦେଇଥିବା ଏଭଳି ସୁଧାର ପରିସ୍ଥିତି ଟିକେ ସଳଖି ଛିଡା ହେଵାକୁ ସାହସ ଯୋଗାଉଛି।

ରାଜଧାନୀର ବୃହତ୍ତମ କଣ୍ଟେନମେଣ୍ଟ ଜୋନ୍ ମଧ୍ୟରୁ ଗୋଟିଏ, ଦିଲଶାଦ୍ ବଗିଚାର H,J,Kଏବଂ L ପକେଟ୍ ଏବଂ ପୁରୁଣା ସେମାପୁରୀର G,H ଏବଂ J ବ୍ଲକ୍ ଗୁଡିକ ଡି-ସିଲ୍ ହେବାକୁ ଯାଉଛି । କୋଭିଡ୍ 19 ପରେ ମାର୍ଚ୍ଚ 26 ରେ ସମଗ୍ର ଅଞ୍ଚଳ ସିଲ୍ କରାଯାଇଥିଲା। ଏହି ସ୍ଥାନଗୁଡିକରୁ ପଜିଟିଭ୍ ମାମଲା ଧିରେ ଧିରେ ଚିହ୍ନଟ ହୋଇଥିଲା।

ମିଳିଥିବା ସୂଚନା ଅନୁସାରେ, ଏହିସବୁ ସ୍ଥାନ ପ୍ରଥମ କଣ୍ଟେନମେଣ୍ଟ ଜୋନ୍ ଥିଲା ଯାହାକି ଦିଲ୍ଲୀରେ ଭୟଙ୍କର ପରିସ୍ଥିତି ସୃଷ୍ଟି କରିଥିଲା। ଦିଲଶାଦ ବଗିଚା କଣ୍ଟେନମେଣ୍ଟ ଜୋନ୍ ଯେଉଁଠାରେ ଗତ 28 ଦିନ ମଧ୍ୟରେ କୌଣସି କୋରୋନା ଜୀବାଣୁ ପଜିଟିଭ୍ ରିପୋର୍ଟ ହୋଇନାହିଁ। ଡି-କ୍ୟାଣ୍ଟେନମେଣ୍ଟ ପରେ ଏହି ଅଞ୍ଚଳ ଏକ କମଳା ଜୋନ୍ ଭାବେ ପରିଣତ ହେବ ଏବଂ ପରବର୍ତ୍ତୀ 14 ଦିନ ସ୍ୱାସ୍ଥ୍ୟ ଅଧିକାରୀଙ୍କ ତତ୍ତ୍ବାବଧାନରେ ରହିବ।

ଦିଲଶାଦ ବଗିଚାର ଅବସ୍ଥା କିନ୍ତୁ ଭିନ୍ନ ଥିଲା। ସାତଜଣ ଲୋକ ପଜିଟିଭ୍ ପରୀକ୍ଷା କରିବା ପରେ ଦିଲଶାଦ ବଗିଚା ଅଞ୍ଚଳରେ ଏକ ବଡ଼ କୋଭିଡ୍ -19 ସଂକ୍ରମଣ ସରକାରଙ୍କୁ ଭୟ ସୃଷ୍ଟି କରିଥିଲା। ଏହା ସାଉଦି ଆରବରୁ ଫେରିଥିବା ଜଣେ ମହିଳାଙ୍କଠାରୁ ସଂକ୍ରମିତ ହୋଇଥିଲା ।

ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ପରବର୍ତ୍ତୀ ସମୟରେ 'ଅପରେସନ୍ ସିଲ୍ଡ' କାର୍ଯ୍ୟକାରୀ କରିବାକୁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ ଯେଉଁଥିରେ 123 ଟି ମେଡିକାଲ୍ ଟିମ୍ 4032ଘରେ ରହୁଥିବା 15000ରୁ ଅଧିକ ଲୋକଙ୍କୁ ସ୍କ୍ରିନ ଟେଷ୍ଟ କରିଥିଲେ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.