ନୂଆଦିଲ୍ଲୀ: ଆସନ୍ତା 2ରୁ 3 ଦିନ ମଧ୍ୟରେ ଦିଲ୍ଲୀ-ଏନସିଆର ବା ଜାତୀୟ ରାଜଧାନୀ ଅଞ୍ଚଳର ବାୟୁ ଗୁଣବତ୍ତା ଖରାପ ରହିପାରେ ବୋଲି ଅନୁମାନ କରାଯାଇଛି । କାରଣ ଏହି ଦିନମାନଙ୍କରେ ପବନର ବେଗ ଏବଂ ସର୍ବନିମ୍ନ ତାପମାତ୍ରା ବାୟୁରେ ଅନୁକୂଳ ହୋଇନପାରେ ଏବଂ ଏହା ଦ୍ବାରା ବାୟୁମଣ୍ଡଳରେ ପ୍ରଦୂଷଣର ମାତ୍ରା ବଢିପାରେ ବୋଲି ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ମଙ୍ଗଳବାର ସୂଚନା ଦେଇଛି ।
ଆଗାମୀ 2-3 ଦିନ ପାଇଁ ବାୟୁର ପ୍ରଦୂଷଣ ମାତ୍ରା ସମାନ ରହିବ କିମ୍ବା ଅଧିକ ଖରାପ ରହିପାରେ । ତେଣୁ ଏହା ପ୍ରଦୂଷଣ ମାତ୍ରାର ନିମ୍ନ ସ୍ତରରେ ରହିବ । ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି ଆଣ୍ଟି-ସାଇକ୍ଲୋନ( ବାୟୁ ଚାପ ଦ୍ବାରା ସୃଷ୍ଟି ହେଉଥିବା ଆକାଶରେ ସ୍ବଚ୍ଛ ପରିବେଶ ସ୍ଥାନ) ଗଠନ ହୋଇ ନାହିଁ, ଯେଉଁଥିଲାଗି ବାୟୁମଣ୍ଡଳରେ କିଛି ପରିବର୍ତ୍ତନ ହେବ ନାହିଁ । ଦିଲ୍ଲୀ-ଏନସିଆରର ବାୟୁ ଗୁଣବତ୍ତାରେ ଅନେକ ପରିବର୍ତ୍ତନ, ଏପରିକି ବାୟୁ ଗୁଣବତ୍ତା ଆହୁରି ଖରାପ ହେବାର ସମ୍ଭାବନା ରହିଛି ବୋଲି ଆଇଏମଡି ବୈଜ୍ଞାନିକ ଆର.କେ ଜେନାମାନି କହିଛନ୍ତି ।
ତେବେ ବାୟୁ ଗୁଣବତ୍ତା ସୂଚକାଙ୍କ ଅନୁସାରେ 0-50 'ଭଲ' ବର୍ଗ, 51-100 'ସନ୍ତୋଷଜନକ' ବର୍ଗ, 101-200 'ମଧ୍ୟମ' ବର୍ଗ, 201-300 'ଖରାପ' ବର୍ଗ, 301-400 'ଅତ୍ୟନ୍ତ ଖରାପ' ବର୍ଗ ଏବଂ 401-500 'ଗମ୍ଭୀର' ବର୍ଗ । ପୃଥିବୀ ବିଜ୍ଞାନ ମନ୍ତ୍ରଣାଳୟର SAFAR ବୁଲେଟିନ୍ ଅନୁଯାୟୀ ଦିଲ୍ଲୀର ପ୍ରଦୂଷଣ ମାତ୍ରା ବର୍ତ୍ତମାନ 252 ରହିଛି , ତେଣୁ ଏହା 'ଖରାପ' ବର୍ଗରେ ରହିଛି ।
ନିମ୍ନ ତାପମାତ୍ରାରେ ଶାନ୍ତ ପବନ ପ୍ରଦୂଷକ ଜମା କରିବାକୁ ଦେଇଥାଏ । ପ୍ରଦୂଷକ ବିସ୍ତାର ପାଇଁ ଉଚ୍ଚ ପବନର ବେଗ ଏବଂ ସର୍ବନିମ୍ନ ତାପମାତ୍ରାର ହ୍ରାସ ଆବଶ୍ୟକ ବୋଲି ଆଇଏମଡି ଅଧିକାରୀ 'ବାୟୁ ଗୁଣବତ୍ତା ଉପରେ ପାଣିପାଗ ବିଭାଗର ପ୍ରଭାବ' ପ୍ରଶ୍ନର ଉତ୍ତରରେ କହିଥିଲେ । ସେ ଆହୁରି କହିଛନ୍ତି, "ନଡା ଜଳିବା ସମୟରେ, ପବନର ବେଗରେ ବାୟୁ ଗୁଣବତ୍ତା ଉନ୍ନତ ହୋଇପାରିବ । ବାୟୁ ଗୁଣବତ୍ତା ପାଇଁ ସର୍ବନିମ୍ନ ତାପମାତ୍ରା କମ୍ ହେବା ଉଚିତ । ତେବେ ଆଗାମୀ 2-3 ଦିନ ଏଗୁଡିକ ଅନୁକୂଳ ହେବ ନାହିଁ ଏଣୁ ବାୟୁ ଗୁଣବତ୍ତା ଅତି ଖରାପ ବର୍ଗରେ ରହିବ ବୋଲି ଆଶା କରାଯାଉଛି । ସେ ଏହା ମଧ୍ୟ କହିଛନ୍ତି, "ସ୍ବଚ୍ଛ ସୂର୍ଯ୍ୟ କିରଣ ଯୋଗୁଁ ବାୟୁମଣ୍ଡଳ ସ୍ତର ବର୍ତ୍ତମାନ ତଥା ଅପରାହ୍ନ ସୁଦ୍ଧା ସ୍ଥିର ରହିଛି, କିନ୍ତୁ ସକାଳ ସମୟରେ ସୂର୍ଯ୍ୟ କିରଣ ନଥିବାରୁ ବାୟୁ ଗୁଣବତ୍ତା ଖରାପ ହୋଇଯାଏ ।"
ତେବେ ଆଗକୁ ଦିଲ୍ଲୀ ବାୟୁମଣ୍ଡଳର ପ୍ରଦୂଷଣ ମାତ୍ରାକୁ ଦୃଷ୍ଟିରେ ରଖି ଉତ୍ତରପ୍ରଦେଶ ଓ ହରିୟାଣା ସରକାରଙ୍କୁ ତାପଜ ବିଦ୍ୟୁତ୍ ଉତ୍ପାଦନ ବନ୍ଦ କରିବାକୁ ପରିବେଶ ପ୍ରଦୂଷଣ ପ୍ରାଧୀକରଣ ତରଫରୁ କୁହାଯାଇଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ