ETV Bharat / bharat

ଦିଲ୍ଲୀ ହିଂସା: ଜାତିସଙ୍ଘ ଜେନେରାଲ ସେକ୍ରେଟେରୀଙ୍କୁ ମନେପଡିଲେ ଗାନ୍ଧୀ - un-secretary-general

ଉତ୍ତରପୂର୍ବ ଦିଲ୍ଲୀରେ ନାଗରିକତା ସଂଶୋଧନ ଆଇନକୁ ନେଇ ଉପୁଜିଥିବା ହିଂସାକୁ ନେଇ ଚିନ୍ତା ବ୍ୟକ୍ତ କରିବା ସହ ଏନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ଜାତିସଙ୍ଘ ଜେନେରାଲ ସେକ୍ରେଟେରୀ ଆଣ୍ଟୋନିଓ ଗୁଟେରସ । ଅଧିକ ପଢନ୍ତୁ...

un-secretary-general
ଜାତିସଙ୍ଘ ମହାସଚିବ
author img

By

Published : Feb 28, 2020, 11:23 AM IST

ନୂଆଦିଲ୍ଲୀ: ଜାତିସଙ୍ଘରେ ପହଞ୍ଚିଲା ଦିଲ୍ଲୀ ହିଂସା ମାମଲା । ଉତ୍ତରପୂର୍ବ ଦିଲ୍ଲୀରେ ନାଗରିକତା ସଂଶୋଧନ ଆଇନକୁ ନେଇ ଉପୁଜିଥିବା ହିଂସାକୁ ନେଇ ଚିନ୍ତାବ୍ୟକ୍ତ କରିବା ସହ ଏନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ଜାତିସଙ୍ଘ ଜେନେରାଲ ସେକ୍ରେଟେରୀ ଆଣ୍ଟୋନିଓ ଗୁଟେରସ ।

ଏନେଇ ଗୁଟେରସଙ୍କ ମୁଖପାତ୍ର ଷ୍ଟିଫନ ଡୁଜାରିକା କହିଛନ୍ତି, ଆଜି ଭାରତର ରାଜଧାନୀରେ ଯେଉଁ ସ୍ଥିତି ଉପୁଜିଛି ତାହା ଅତ୍ୟନ୍ତ ଚିନ୍ତାର ବିଷୟ । ଏଭଳି ସ୍ଥିତିରେ ମହାତ୍ମା ଗାନ୍ଧୀଙ୍କ ବିଚାରଧାରାର ସବୁଠୁ ଆବଶ୍ୟକତା ରହିଛି । ସାମ୍ପ୍ରଦାୟିକ ସଂଯମତା ରକ୍ଷା କରିବା ପାଇଁ କେନ୍ଦ୍ର ସରକାରଙ୍କୁ ପଦକ୍ଷେପ ନେବା ଉଚିତ ବୋଲି ସେ କହିଛନ୍ତି । ଏହା ସହିତ ଜାତିସଙ୍ଘ ଜେନେରାଲ ସେକ୍ରଟେରୀ ଆଣ୍ଟୋନିଓ ଗୁଟେରସ ଲଗାତାର ଦିଲ୍ଲୀ ହିଂସା ଉପରେ ନଜର ରଖିଛନ୍ତି ବୋଲି ଷ୍ଟିଫନ କହିଛନ୍ତି ।

ସୂଚନାଯୋଗ୍ୟ ଯେ, ନାଗରିକତା ସଂଶୋଧନ ଆଇନ୍‌କୁ ନେଇ ଦିଲ୍ଲୀରେ ସୃଷ୍ଟି ହୋଇଥିବା ହିଂସାରେ ଏବେସୁଦ୍ଧା 37 ଜଣ ପ୍ରାଣ ହରାଇ ସାରିଲେଣି । ଏହା ବ୍ୟତୀତ ଘଟଣାରେ ଅନେକ ଲୋକ ଆହତ ହୋଇ ଚିକିତ୍ସିତ ହେଉଛନ୍ତି ।

@ANI

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.