ETV Bharat / bharat

ଦିଲ୍ଲୀ ହିଂସା: ଅଙ୍କିତ ଶର୍ମାଙ୍କ ପରିବାରକୁ 1 କୋଟି ଦେବେ ଦିଲ୍ଲୀ ସରକାର - cm kejriwal

ଦିଲ୍ଲୀ ହିଂସାର ଶିକାର ହୋଇଥିବା ଆଇବି କାର୍ମଚାରୀ ଅଙ୍କିତ ଶର୍ମାଙ୍କ ପରିବାରକୁ 1 କୋଟି ଟଙ୍କା କ୍ଷତିପୂରଣ ଦେବେ ଦିଲ୍ଲୀ ସରକାର । ଅଧିକ ପଢନ୍ତୁ...

cm-kejriwal
ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ
author img

By

Published : Mar 2, 2020, 4:44 PM IST

ନୂଆଦିଲ୍ଲୀ: ଦିଲ୍ଲୀ ହିଂସାର ଶିକାର ହୋଇଥିବା ଆଇବି କାର୍ମଚାରୀ ଅଙ୍କିତ ଶର୍ମାଙ୍କ ପରିବାରକୁ 1 କୋଟି ଟଙ୍କା କ୍ଷତିପୂରଣ ଦେବାକୁ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ । ଏହା ସହିତ ତାଙ୍କ ପରିବାରର ଜଣେ ସଦସ୍ୟଙ୍କୁ ଦିଲ୍ଲୀ ସରକାର ଚାକିରି ମଧ୍ୟ ଯୋଗାଇଦେବେ ।

ଏନେଇ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଟ୍ବିଟ କରି କହିଛନ୍ତି, 'ଅଙ୍କିତ ଶର୍ମା ଆଇବିର ଜଣେ ସଚ୍ଚୋଟ ଅଧକାରୀ ଥିଲେ । ଦିଲ୍ଲୀ ହିଂସାକାଣ୍ଡରେ ତାଙ୍କୁ ନୃଶଂସ ଭାବରେ ହତ୍ୟା କରାଗଲା । ତାଙ୍କ ପରିବାରକୁ 1 କୋଟି ଟଙ୍କା ସହାୟତା ରାଶି ଏବଂ ଜଣେ ସଦସ୍ୟଙ୍କୁ ଚାକିରୀ ଦେବାକୁ ଦିଲ୍ଲୀ ସରକାର ନିଷ୍ପତ୍ତି ନେଇଛନ୍ତି । ଭଗବାନ ତାଙ୍କ ଆତ୍ମାକୁ ଶାନ୍ତି ଦିଅନ୍ତୁ । '

ସୂଚନାଯୋଗ୍ୟ ଯେ, ଅଙ୍କିତ ଶର୍ମା 2017ର ଆଇବିରେ ଜଣେ ସହକାରୀ ସୁରକ୍ଷାକର୍ମୀ ଭାବରେ କାର୍ଯ୍ୟରତ ଥିଲେ । ତାଙ୍କ ମୃତଦେହ ଗତ ଫେବୃଆରୀ 26 ତାରିଖରେ ଉତ୍ତର-ପୂର୍ବ ଦିଲ୍ଲୀର ହିଂସାଗ୍ରସ୍ତ ଅଞ୍ଚଳ ଚାନ୍ଦବାଗର ଏକ ଡ୍ରେନରୁ ଉଦ୍ଧାର ହୋଇଥିଲା । ସେ ଫେବୃଆରୀ 25 ତାରିଖରୁ ନିଖୋଜ ଥିଲେ । ତେବେ ଅଙ୍କିତ ଶର୍ମା ଅଫିସରୁ ଘରକୁ ଫେରିବା ପରେ ହିଂସା ପରିସ୍ଥିତି ଅନୁଧ୍ୟାନ କରିବା ପାଇଁ ବାହାରିଥିଲେ । ପରେ ଦଙ୍ଗାକାରୀଙ୍କ ସହ ମୁହାଁମୁହିଁ ହେବାପରେ ତାଙ୍କୁ ହତ୍ୟା କରାଯାଇଥିଲା । ହତ୍ୟା ପରେ ତାଙ୍କ ମୃତଦେହ ଡ୍ରେନକୁ ପିଙ୍ଗି ଦିଆଯାଇଥିବା ପୋଲିସ ସୂତ୍ରରୁ ପ୍ରକାଶ ପାଇଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.