ETV Bharat / bharat

ନର୍ସ କୋଭିଡ-19 ପଜିଟିଭ, ସିଲ ହେଲା ହିନ୍ଦୁ ରାଓ ହସ୍ପିଟାଲ - ଦିଲ୍ଲୀ କୋରୋନା

ଦିଲ୍ଲୀର ସୁରକ୍ଷାକର୍ମୀ କୋରୋନା ଆକ୍ରାନ୍ତ । କୋରୋନା ଯୋଦ୍ଧା ନର୍ସଙ୍କ ଠାରେ କୋରୋନା ଚିହ୍ନଟ ପରେ ପୁରା ହସ୍ପିଟାଲ ସିଲ । ଅଧିକ ପଢନ୍ତୁ...

ନର୍ସ କୋଭିଡ-19 ପଜିଟିଭ, ସିଲ ହେଲା ହିନ୍ଦୁ ରାଓ ହସ୍ପିଟାଲ

author img

By

Published : Apr 26, 2020, 9:19 AM IST

ନୂଆଦିଲ୍ଲୀ: ଦିଲ୍ଲୀର ହିନ୍ଦୁ ହସ୍ପିଟାଲ ସିଲ । ଡାକ୍ତରଖାନାରେ କାର୍ଯ୍ୟରତ ଜଣେ ନର୍ସ କୋରୋନା ଚିହ୍ନଟ ପରେ ସିଲ କରିଛି ପ୍ରଶାସନ । ଉତ୍ତର ଦିଲ୍ଲୀ ମ୍ୟୁନିସିପାଲ କର୍ପୋରେସନ ଦ୍ୱାରା ପରିଚାଳିତ ହିନ୍ଦୁ ରାଓ ହସ୍ପିଟାଲକୁ ସାନିଟାଇଜେସନ୍ ଏବଂ କଣ୍ଟାକ୍ଟ ଟ୍ରାକିଂ ପାଇଁ ସାମୟିକ ଭାବେ ବନ୍ଦ କରାଯାଇଛି ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି ।

ଶନିବାର ବିଳମ୍ବିତ ରାତିରେ ହିନ୍ଦୁ ରାଓ ହସ୍ପିଟାଲରେ ଡ୍ୟୁଟିରେ ଥିବା ଜଣେ ନର୍ସଙ୍କ ଠାରେ COVID-19 ପଜିଟିଭ୍ ମିଳିଥିଲା । ସେ ଗତ ଦୁଇ ସପ୍ତାହ ମଧ୍ୟରେ କ୍ୟାମ୍ପସ ମଧ୍ୟରେ ବିଭିନ୍ନ ସ୍ଥାନରେ ଡ୍ୟୁଟିରେ ଥିଲେ । ବର୍ତ୍ତମାନ ହସ୍ପିଟାଲରେ କିଛି ରୋଗୀଙ୍କୁ ସ୍ତ୍ରୀ ରୋଗ ବିଭାଗରେ ଭର୍ତ୍ତି କରାଯାଇଛି । ସେମାନଙ୍କ ପାଇଁ ଉପଯୁକ୍ତ ବ୍ୟବସ୍ଥା କରାଯିବ ବୋଲି ଡାକ୍ତରଖାନା ପକ୍ଷକୁ କୁହାଯାଇଛି ।

ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଅନୁସାରେ, 2514ଟି କୋରୋନା ମାମଲା ଚିହ୍ନଟ ହୋଇଛି । ସେଥିରୁ 857 ଜଣ ସୁସ୍ଥ ହୋଇଥିବାବେଳେ 53 ଜଣଙ୍କ ମୃତ୍ୟୁ ହୋଇଛି । ସେହିପରି ଦେଶରେ ସଂକ୍ରମିତଙ୍କ ସଂଖ୍ୟା 25 ହଜାରରେ ପହଞ୍ଚିଛି । ସେହିପରି ମୃତ୍ୟୁ ସଂଖ୍ୟା 779 ରହିଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.