ETV Bharat / bharat

ଦିଲ୍ଲୀ ହିଂସା: ସେପ୍ଟେମ୍ୱର 10 ଯାଏଁ ବଢିଲା ତାହିର ହୁସେନର ରିମାଣ୍ଡ ଅବଧି

author img

By

Published : Sep 7, 2020, 4:49 PM IST

ଦିଲ୍ଲୀ ହାଇକୋର୍ଟ ପୂର୍ବତନ ଆପ୍ କାଉନସିଲର୍ ତାହିର ହୁସେନଙ୍କ ରିମାଣ୍ଡ ଅବଧି ବୃଦ୍ଧି କରିଛନ୍ତି । ସେପ୍ଟେମ୍ବର 10 ଯାଏଁ ତାହିର ହୁସେନଙ୍କ ରିମାଣ୍ଡ ଅବଧି ବୃଦ୍ଧି ପାଇଛି ।

ଦିଲ୍ଲୀ ହିଂସା
ଦିଲ୍ଲୀ ହିଂସା

ନୂଆଦିଲ୍ଲୀ: ଦିଲ୍ଲୀ ହାଇକୋର୍ଟ ପୂର୍ବତନ ଆପ୍ କାଉନସିଲର୍ ତାହିର ହୁସେନଙ୍କ ରିମାଣ୍ଡ ଅବଧି ବୃଦ୍ଧି କରିଛନ୍ତି । ସେପ୍ଟେମ୍ବର 10 ଯାଏଁ ତାହିର ହୁସେନଙ୍କ ରିମାଣ୍ଡ ଅବଧି ବୃଦ୍ଧି ପାଇଛି । ଉତ୍ତରପୂର୍ବ ଦିଲ୍ଲୀ ହିଂସାକାଣ୍ଡରେ ଅର୍ଥଯୋଗାଉଥିବା ଅଭିଯୋଗରେ ତାଙ୍କ ବିରୋଧରେ ମାମଲା ରୁଜୁ କରାଯାଇଥିଲା ।

ଦିଲ୍ଲୀ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ହାଇକୋର୍ଟରେ ଆଉ 9 ଦିନ ରିମାଣ୍ଡ ପାଇଁ ଶନିବାର ଅନୁରୋଧ କରିଥିଲେ । ଏହା ପୂର୍ବରୁ ଏଜେନ୍ସି ତାହିର ହୁସେନଙ୍କ ବିରୋଧରେ ହୋଇଥିବା 3ଟି ମାମଲା ବିଷୟରେ ସୂଚନା ଦେଇଥିଲା । ଫେବୃଆରୀରେ ହୋଇଥିବା ଦଙ୍ଗାରେ ସେ ଅର୍ଥ ଯୋଗାଇ ଦେଉଥିବା ଏଥିରେ ଅଭିଯୋଗ କରାଯାଇଥିଲା ।

ଇଡି ପକ୍ଷରୁ ଓକିଲ ଅମିତ ମହାଜନ ଓ ନବୀନ କୁମାର ମାତା କହିଛନ୍ତି ଯେ, ହୁସେନ ଅପରାଧିକ କାର୍ଯ୍ୟକଳାପ କରିବା ପାଇଁ ଅନେକ କମ୍ପାନୀର ବ୍ୟାଙ୍କ ଆକାଉଣ୍ଟକୁ ଟଙ୍କା ପଠାଇଛନ୍ତି । ଏହାପରେ ଏହି ଅର୍ଥ ଧର୍ମ ନାଁରେ ଦଙ୍ଗା କରିବାରେ ବ୍ୟବହାର ହୋଇଥିଲା । ତେଣୁ ଏନେଇ ଅଧିକ ପଚରାଉଚୁରା ପାଇଁ ଇଡିକୁ ସମୟ ଆବଶ୍ୟକ ଥିବା କୁହାଯାଇଛି ।

ଓକିଲ ଏହା ମଧ୍ୟ ଦାଖଲ କରିଛନ୍ତି ଯେ ଇଡି ବିଭିନ୍ନ ପରିସରରେ ଯାଞ୍ଚ ଜାରି ରଖିଛି । ଅନେକ ଅପରାଧୀ ଦଲିଲ ଓ ଡିଜିଟାଲ ଉପକରଣ ଉଦ୍ଧାର କରାଯାଇ ଅଭିଯୁକ୍ତଙ୍କ ସମ୍ପତ୍ତିରୁ ଜବତ କରାଯାଇଛି । ଇଡି ଦ୍ୱାରା ଦାଖଲ ହୋଇଥିବା ପିଟିସନରେ କୁହାଯାଇଛି, ‘ହ୍ୱାଟ୍ସଆପ୍ ଚାଟ୍, ବୋଗସ୍ ଇନଭାଇସ୍ ଓ ଅନ୍ୟାନ୍ୟ ଅପରାଧୀ ଦଲିଲଗୁଡିକ ଜବତ କରାଯାଇଛି ’।

ଅଗଷ୍ଟ 27 ରେ ପୂର୍ବ ଦିଲ୍ଲୀ ମ୍ୟୁନିସିପାଲିଟି କର୍ପୋରେସନ (ଇଡିଏମସି) ହୁସେନଙ୍କ ସଦସ୍ୟତାକୁ ବାତିଲ କରିଦେଇଥିଲା ଓ ସେ ଆଉ ଆମ୍ ଆଦମୀ ପାର୍ଟି (ଆପ୍) ର ମ୍ୟୁନିସିପାଲିଟି କାଉନସିଲର ନୁହଁନ୍ତି।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.