ETV Bharat / bharat

ଦିଲ୍ଲୀ ହିଂସା ସହ ମର୍କଜର ସମ୍ପର୍କ ! - maulana saad

ଦିଲ୍ଲୀ ଦଙ୍ଗା ଘଟଣାରେ ଅନେକ କିଛି ତଥ୍ୟ ସାମ୍ନାକୁ ଆସିଛି । ତଦନ୍ତ ସମୟରେ ଦିଲ୍ଲୀ ପୋଲିସ ଜାଣିବାକୁ ପାଇଛି ଯେ ଏହି ଦଙ୍ଗାରେ ନିଜାମୁଦ୍ଦିନ ମର୍କଜ ସଂଯୋଗ ମଧ୍ୟ ଥାଇପାରେ ।

delhi riots
ଦିଲ୍ଲୀ ହିଂସା ସହ ମର୍କଜର ସମ୍ପର୍କ !
author img

By

Published : Jun 3, 2020, 3:35 PM IST

ନୂଆଦିଲ୍ଲୀ: ଦିଲ୍ଲୀ ଦଙ୍ଗା ମାମଲାରେ ଅନେକ କିଛି ତଥ୍ୟ ସାମ୍ନାକୁ ଆସିଛି । ତଦନ୍ତ ସମୟରେ ଦିଲ୍ଲୀ ପୋଲିସ ଜାଣିବାକୁ ପାଇଛି ଯେ ଏହି ଦଙ୍ଗାରେ ନିଜାମୁଦ୍ଦିନ ମର୍କଜ ସଂଯୋଗ ମଧ୍ୟ ଥାଇପାରେ, କାରଣ ବିଦ୍ୟାଳୟର ମାଲିକ ନିଜାମୁଦ୍ଦିନ ମର୍କଜର ପ୍ରଭାବଶାଳୀ ବ୍ୟକ୍ତିଙ୍କ ସହ ଯୋଗାଯୋଗ କରୁଥିଲେ । ତେବେ ସ୍କୁଲ ଛାତରୁ ଏକ ବଡ ସିଲିଂ ଦେଇ ଏସିଡ୍ ବୋମା ଫିଙ୍ଗାଯାଇଥିଲା । ଏହା ସହିତ ସେ ଦଙ୍ଗାର ଦିନେ ପୂର୍ବରୁ ଦେଓବନ୍ଦ ଯାଇଥିଲେ । ଆଇବି ଅଧିକାରୀ ଅଙ୍କିତ ଶର୍ମାଙ୍କ ହତ୍ୟା ମାମଲାରେ ଦିଲ୍ଲୀ ପୋଲିସ ସିଧାସଳଖ ଆମ୍ ଆଦମୀ ପାର୍ଟିର ନିଲମ୍ବିତ କାଉନସିଲର ତାହିର ଖାନଙ୍କୁ ଦାୟୀ କରିଛି । ଦିଲ୍ଲୀ ପୋଲିସ ଉଭୟ ରାଜଧାନୀ ସ୍କୁଲ ଓ ଅଙ୍କିତ ଶର୍ମା ହତ୍ୟା ମାମଲାରେ ଚାର୍ଜସିଟ୍ କୋର୍ଟରେ ଦାଖଲ କରିଛି ।

ଉତ୍ତର ପୂର୍ବ ଦିଲ୍ଲୀର ଦୟାଲପୁର ପୋଲିସ ଷ୍ଟେସନ ଅଞ୍ଚଳରେ ଦିଲ୍ଲୀରେ ହୋଇଥିବା ଦଙ୍ଗା ସମୟରେ ଦଙ୍ଗାକାରୀମାନେ ନିରୀହ ଲୋକଙ୍କୁ ପେଟ୍ରୋଲ ବୋମା, ଏସିଡ୍ ବୋତଲ ଓ ଅନ୍ୟାନ୍ୟ ମାରାତ୍ମକ ଅସ୍ତ୍ରରେ ଆକ୍ରମଣ କରିଥିଲେ । ଯେଉଁଥିରେ ଅନେକ ଲୋକଙ୍କର ମୃତ୍ୟୁ ଘଟିଥିଲା । ଏହି ମାମଲାର ତଦନ୍ତ ବେଳେ ଦିଲ୍ଲୀ ପୋଲିସ ଫୈଜଲ ଫାରୁକଙ୍କ ସମେତ ମୋଟ 18 ଜଣଙ୍କୁ ଗିରଫ କରିଥିଲା । ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି ଦିଲ୍ଲୀର ନିଜାମୁଦ୍ଦିନ ମର୍କଜର ସମ୍ପୃକ୍ତି ପୁଣି ଥରେ ଏହି ମାମଲାର ଅନୁସନ୍ଧାନ ସମୟରେ ବାହାରକୁ ଆସିଛି ।

ଦିଲ୍ଲୀ ପୋଲିସର ଦଲିଲ ଅନୁଯାୟୀ, ଏହି ମାମଲାର ତଦନ୍ତ ବେଳେ ଫୈଜଲ ଫାରୁକଙ୍କ ସଂଯୋଗ ଅନୁସନ୍ଧାନ କରାଯାଇଥିଲା । ଏଥିରୁ ଜାଣିବାକୁ ମିଳିଥିଲା ଯେ ସେ ପିଏଫଆଇ ଓ ପିଞ୍ଜରୀ ତୋଡ୍ ସଂଗଠନ ସହ ଯୋଗାଯୋଗ କରୁଛନ୍ତି ଓ ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି ଏହା ନିଜାମୁଦ୍ଦିନ ମର୍କଜର ପ୍ରଭାବଶାଳୀ ବ୍ୟକ୍ତି ସହିତ ଯୋଗାଯୋଗରେ ଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.