ETV Bharat / bharat

ଦିଲ୍ଲୀକୁ ଜୁଲାଇ ଶେଷ ସୁଦ୍ଧା ଦରକାର 80 ହଜାର ବେଡ୍ - Delhi requires 80 thousands beds

ଉପରାଜ୍ୟପାଳ କହିଛନ୍ତି ଯେ ଜୁନ୍ 15 ସୁଦ୍ଧା ଦିଲ୍ଲୀ ପାଖରେ ମୋଟ୍ 13 ହଜାର 771 ବେଡ୍ ଉପଲବ୍ଧ ଅଛି । ପରିସ୍ଥିତି ଯେପରି ରହିଛି ଆଗାମୀ ଦିନରେ ଏହି ସଂଖ୍ୟା ବଢିପାରେ । ଅଧିକ ପଢନ୍ତୁ...

ଦିଲ୍ଲୀକୁ ଜୁଲାଇ ଶେଷ ସୁଦ୍ଧା ଦରକାର 80 ହଜାର ବେଡ୍

author img

By

Published : Jun 10, 2020, 1:32 AM IST

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କୋଭିଡ 19 ପରିସ୍ଥିତି ଭୟଙ୍କର ପାଲଟିଛି । ଲଗାତାର ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ପଜିଟିଭ ବଢୁଥିବାବେଳେ ହସ୍ପିଟାଲରେ ବେଡ୍ ଅଭାବ ଭଳି ସମସ୍ୟା ଦେଖାଦେଇପାରେ ବୋଲି ଉପରାଜ୍ୟପାଳ ଅନୀଲ ବୈଜଲ କହିଛନ୍ତି ।

ମଙ୍ଗଳବାର ଏକ ସର୍ବଦଳୀୟ ବୈଠକ ଅନୁଷ୍ଠିତ ହେବା ପରେ ସେ ଏହି ସୂଚନା ଦେଇଛନ୍ତି । ଉପରାଜ୍ୟପାଳ କହିଛନ୍ତି ଯେ ଜୁନ୍ 15 ସୁଦ୍ଧା ଦିଲ୍ଲୀ ପାଖରେ ମୋଟ୍ 13 ହଜାର 771 ବେଡ୍ ଉପଲବ୍ଧ ଅଛି । ପରିସ୍ଥିତି ଯେପରି ରହିଛି ଆଗାମୀ ଦିନରେ ଏହି ସଂଖ୍ୟା ବଢିପାରେ । ଲଗାତାର କୋରୋନା କେସ ବାହାରିଲେ ଦିଲ୍ଲୀ ଜୁଲାଇ ଶେଷ ସୁଦ୍ଧା 80 ହଜାର ବେଡ୍ ଦରକାର କରିବ ବୋଲି ଅନୀଲ ବୈଜଲ ସୂଚନା ଦେଇଛନ୍ତି ।

ଏହି ବୈଠକରେ ଅସ୍ଥାୟୀ ହସ୍ପିଟାଲ ପାଇଁ ସୁବିଧା ଥିବା ବିଶାଳକାୟ ସ୍ଥାନ ବାଛିବାକୁ ଉପରାଜ୍ୟପାଳ ନିର୍ଦ୍ଦେଶ ଦେଇଛନ୍ତି । ଏହିସବୁ ସ୍ଥାନମାନଙ୍କ ମଧ୍ୟରେ ରହିଛି ପ୍ରଗତି ମୈଦାନ, ତ୍ୟାଗରାଜ ଷ୍ଟାଡିୟମ, ଆଇଜିଆଇ ଏବଂ ଜବାହାରାଲ ନେହେରୁ ଷ୍ଟାଡିୟମ୍ । ଅଧିକାଂଶ ଆକ୍ରାନ୍ତଙ୍କୁ ଆଇସିୟୁ ବେଡ୍ ଅପେକ୍ଷା ଅକ୍ସିଜେନ୍ ବେଡର ଆବଶ୍ୟକତା ରହିଛି । ସେଥିପାଇଁ ସମସ୍ତ ପ୍ରକାର ସମ୍ମିଳନୀ ଓ ବିବାହ ମଣ୍ଡପକୁ ଅସ୍ଥାୟୀ ବେଡରେ ରୂପାନ୍ତରିତ କରିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି । ଏହାସହ 2ଟି ଟିମ୍ ଗଠନ କରି ପୁରା ଦିଲ୍ଲୀ ପରିସ୍ଥିତି ଉପରେ ନିଜେ ନଜର ରଖିଥିବା ଉପରାଜ୍ୟପାଳ କହିଛନ୍ତି ।

ଏହାସହ ସମସ୍ତ ହୋଟେଲ ସହ ଯୋଗାଯୋଗ କରାଯାଇଛି । ଭବିଷ୍ୟତରେ ଦରକାର ପଡିଲେ ଏହି ସମସ୍ତ ଜାଗାରେ କୋରୋନା ଆକ୍ରାନ୍ତଙ୍କୁ ଅସ୍ଥାୟୀ ଭାବେ ରଖାଯାଇପାରେ । ସେହିପରି ସରକାରୀ ହସ୍ପିଟାଲରେ ବେଡ୍ ସଂଖ୍ୟା ବଢାଇବାର ଯୋଜନା କରାଯାଉଛି । ଘରୋଇ ହସ୍ପିଟାଲମାନଙ୍କର ବେଡ୍ ସୁବିଧାକୁ ଆବଶ୍ୟକ ପଡିଲେ ଉପଯୋଗ କରାଯିବ ବୋଲି ବୈଜଲ କହିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.