ETV Bharat / bharat

ଦିଲ୍ଲୀ ନିର୍ବାଚନ: ମତଦାନ ହାର 62.59 %, କଲ୍ଲୀମାରାନରେ ସର୍ବାଧିକ ମତଦାନ - ନିର୍ବାଚନ କମିଶନ

ଦିଲ୍ଲୀ ବିଧାନସଭାରେ ସର୍ବାଧିକ 62.59 ପ୍ରତିଶତ ମତଦାନ ହୋଇଛି । ବିଳମ୍ବିତ ଘୋଷଣାକୁ ନେଇ ଆପ ଉଠାଇଥିଲା ପ୍ରଶ୍ନ । ଜବାବ ରଖିଲେ ନିର୍ବାଚନ କମିଶନ ।

Assembly elections
Assembly elections
author img

By

Published : Feb 9, 2020, 9:18 PM IST

ନୂଆଦିଲ୍ଲୀ: ଶନିବାର ଦିଲ୍ଲୀ ବିଧାନସଭା ପାଇଁ ହୋଇଛି ଭୋଟ ଗ୍ରହଣ । ରବିବାର ନିର୍ବାଚନ କମିଶନ ମତଦାନ ହାର ଜାରି କରିଛନ୍ତି । ନିର୍ବାଚନ କମିଶନଙ୍କ ସୂଚନା ଅନୁସାରେ ଦିଲ୍ଲୀ ବିଧାନସଭା ପାଇଁ ମୋଟ 62.59 ପ୍ରତିଶତ ମତଦାନ ହୋଇଛି । କମିଶନ କହିଛନ୍ତି ସଂଧ୍ୟା ପର୍ଯ୍ୟନ୍ତ ଭୋଟ ଗ୍ରହଣ ହୋଇଥିଲା । ଯେଉଁଥିପାଇଁ ବିଳମ୍ବିତ ରାତ୍ରି ପର୍ଯ୍ୟନ୍ତ ତଥ୍ୟ ସଂଗ୍ରହ ଚାଲିଥିଲା ।

ଦିଲ୍ଲୀ ମୁଖ୍ୟ ନିର୍ବାଚନ ଅଧିକାରୀ ରଣବୀର ସିଂ କହିଛନ୍ତି ଦିଲ୍ଲୀ ବିଧାନସଭା ପାଇଁ ମୋଟ 62.59 ପ୍ରତିଶତ ମତଦାନ ହୋଇଛି । ଯାହା ବିଗତ ଲୋକସଭା ନିର୍ବାଚନ ଠାରୁ 2 ପ୍ରତିଶତ ଅଧିକ । କମିଶନ ଆହୁରି କହିଛନ୍ତି ଦିଲ୍ଲୀର କଲ୍ଲୀମାରାନ ବିଧାନସଭା ଆସନରେ ସର୍ବାଧିକ 71.6 ପ୍ରତିଶତ ମତଦାନ ହୋଇଛି । ସେହିପରି ଦିଲ୍ଲୀର ଛବନୀ ବିଧାନସଭା ଆସନରେ ସର୍ବନିମ୍ନ 45.4 ପ୍ରତିଶତ ହୋଇଛି ।

ନିର୍ବାଚନ କମିଶନଙ୍କ ଘୋଷଣା ପୂର୍ବରୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ କମିଶନଙ୍କ କାର୍ଯ୍ୟଧାରାକୁ ନେଇ ପ୍ରଶ୍ନ ଉଠାଇଥିଲେ । କେଜ୍ରିୱାଲ କହିଥିଲେ ନିର୍ବାଚନ କମିଶନ କଣ କରୁଛନ୍ତି? ମତଦାନ ହେବାର କିଛି ଘଣ୍ଟାପରେ ଭୋଟ ପ୍ରତିଶତ ଘୋଷଣା ହେବାକଥା । କିନ୍ତୁ ଏପର୍ଯ୍ୟନ୍ତ କାହିଁକି କରାଯାଇ ନାହିଁ ବୋଲି ପ୍ରଶ୍ନ କରିଥିଲେ ?

ସେହିପିର ଦିଲ୍ଲୀ ଉପ-ମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ମଧ୍ୟ ନିର୍ବାଚନ କମିଶନଙ୍କୁ ସମାଲୋଚନା କରିବାକୁ ପଛାଇନଥିଲେ । ସିସୋଦିଆ କହିଥିଲେ ମତଦାନ ଶେଷ ହେବାର 24 ଘଣ୍ଟା ହେଲାଣି । ବିଜେପି ନେତାମାନେ କେତେ ଭୋଟିଂ ହୋଇଛି କହୁଛନ୍ତି, ଅଥଚ ନିର୍ବାଚନ କମିଶନ ଚୁପ । ଏଠି କଣ ଚାଲିଛି । କଣ ବିଜେପି ପାର୍ଟି ଅଫିସରୁ ଭୋଟିଂ ପ୍ରତିଶତ ମିଳିବ କି ବୋଲି ପ୍ରଶ୍ନ କରିଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Intro:Body:

https://www.aninews.in/news/national/general-news/delhi-recorded-6259-per-cent-voter-turnout-in-assembly-elections-ceo20200209193028/

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.