ETV Bharat / bharat

ଦିଲ୍ଲୀର ଘରୋଇ ଡାକ୍ତରଖାନାରେ କମିଲା କୋଭିଡ୍ ରୋଗୀଙ୍କ ଚିକିତ୍ସା ଖର୍ଚ୍ଚ - ଦିଲ୍ଲୀର ଘରୋଇ ଡାକ୍ତରଖାନାରେ କମିଲା କୋଭିଡ୍ ରୋଗୀଙ୍କ ଚିକିତ୍ସା ଖର୍ଚ୍ଚ

ଦିଲ୍ଲୀର ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ (DDMA) ଶନିବାର ଦିନ ଦିଲ୍ଲୀର କୋଭିଡ୍ 19 ରୋଗୀଙ୍କ ଚିକିତ୍ସା କରୁଥିବା ଘରୋଇ ଡାକ୍ତରଖାନାଗୁଡ଼ିକରେ ଶଯ୍ୟା ଦରକୁ ହ୍ରାସ କରିଛି। ଡାକ୍ତରଖାନାଗୁଡ଼ିକରେ ମାତ୍ର 24 ପ୍ରତିଶତ ଶଯ୍ୟାରେ ଦର ହ୍ରାସ କରିବାକୁ କେନ୍ଦ୍ର ସରକାର ପ୍ରସ୍ତାବ ଦେଇଥିବା ବେଳେ ଏବେ ଏହାକୁ 60 ପ୍ରତିଶତକୁ ଖସାଇ ଦିଆଇଯାଇଛି।

ଦିଲ୍ଲୀର ଘରୋଇ ଡାକ୍ତରଖାନାରେ କମିଲା କୋଭିଡ୍ ରୋଗୀଙ୍କ ଚିକିତ୍ସା ଖର୍ଚ୍ଚ

author img

By

Published : Jun 21, 2020, 3:12 PM IST

ନୂଆଦିଲ୍ଲୀ: ଜାତୀୟ ରାଜଧାନୀରେ କୋଭିଡ୍ ନିୟମରେ ଅନେକ ବାର ପରିବର୍ତ୍ତନ ସହ ଘଣ୍ଟାକେ ଘୋଡା ଛୁଟୁଛି। ସଂକ୍ରମଣ ହାର ଓ ମୃତ୍ୟୁସଂଖ୍ୟା ବଢୁଥିବା ବେଳେ ସରକାର ମଧ୍ୟ ଦୋଛକିରେ ପଡି ଗଲେଣି। ତେବେ ଦିଲ୍ଲୀର ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ (DDMA) ଶନିବାର ଦିନ ଦିଲ୍ଲୀର କୋଭିଡ୍ 19 ରୋଗୀଙ୍କ ଚିକିତ୍ସା କରୁଥିବା ଘରୋଇ ଡାକ୍ତରଖାନାଗୁଡ଼ିକରେ ଶଯ୍ୟା ଦରକୁ ହ୍ରାସ କରିଛି।

ଖବର ଅନୁଯାୟୀ, ଅନିଲ ବାଇଜଲଙ୍କ ନେତୃତ୍ୱରେ କୋଭିଡ୍ 19 ରୋଗୀଙ୍କ ପାଇଁ ଶଯ୍ୟା ଦର ହ୍ରାସ କରିବାକୁ ସ୍ଥିର କରିବାକୁ ଉଚ୍ଚ ସ୍ତରୀୟ ବିଶେଷଜ୍ଞ କମିଟିର ସୁପାରିଶକୁ ଅନୁମୋଦନ କରିଛି। ଆଇସୋଲେସନ ଶଯ୍ୟା ପାଇଁ ଦର ଦିନକୁ 8,000 - 10,000 ଟଙ୍କା ମଧ୍ୟରେ ସ୍ଥିର କରାଯାଇଛି। ଏହାସହ ଏକ ଆଇସିୟୁ ବେଡ ପାଇଁ ଦୈନିକ 13,000-15,000 ଦର ଲାଗୁ ଓ ଭେଣ୍ଟିଲେଟର ଥିବା ଆଇସିୟୁ ପାଇଁ 15,000-18,000 ରୁ ଦର ରହିଛି।

ଗତ ସପ୍ତାହରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ ଦ୍ବାରା ଦିଲ୍ଲୀରେ ଆଇସୋଲେସନ ଶଯ୍ୟା, ଆଇସିୟୁ ଏବଂ ପରୀକ୍ଷଣ କିଟର ଦର ହାର ସ୍ଥିର କରିବାକୁ ଏକ ଉଚ୍ଚ ସ୍ତରୀୟ କମିଟି ଗଠନ କରାଯାଇଥିଲା। ଜୁନ୍ 21 ରୁ ବେସରକାରୀ ଡାକ୍ତରଖାନାର ମୋଟ ଶଯ୍ୟା କ୍ଷମତାର 60% ର ସର୍ବୋଚ୍ଚ ସୀମା ପର୍ଯ୍ୟନ୍ତ ସମସ୍ତ କୋଭିଡ୍ -19 ଶଯ୍ୟା ପାଇଁ ଏହି ଦର ପ୍ରଯୁଜ୍ୟ ହେବ ।

ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ଏହା ଘୋଷଣା କରିଛନ୍ତି ଯେ , ଘରୋଇ ଡାକ୍ତରଖାନାଗୁଡ଼ିକରେ ଶତ ପ୍ରତିଶତ କୋଭିଡ୍ 19 ଶଯ୍ୟାର ସମୁଦାୟ ଡାକ୍ତରଖାନାର କ୍ଷମତାର 60 ପ୍ରତିଶତ ପର୍ଯ୍ୟନ୍ତ ସବସିଡି ଦିଆଯିବ।

ସିସୋଦିଆ ଏହା ପୂର୍ବରୁ କହିଥିଲେ ଯେ ବେସରକାରୀ ଡାକ୍ତରଖାନାଗୁଡ଼ିକରେ ମାତ୍ର 24 ପ୍ରତିଶତ ଶଯ୍ୟାରେ ଦର ହ୍ରାସ କରିବାକୁ କେନ୍ଦ୍ର ସରକାର ପ୍ରସ୍ତାବ ଦେଇଛନ୍ତି । କିନ୍ତୁ ଦିଲ୍ଲୀ ସରକାର କମ ମୂଲ୍ୟରେ ଅତି କମରେ 60 ପ୍ରତିଶତ ଦର ହ୍ରାସ ପାଇଁ ଦାବି କରିଛି।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.