ETV Bharat / bharat

ଦିଲ୍ଲୀ ହିଂସା ମାମଲାରେ ସମ୍ବେଦନହୀନ ସରକାର, ତଳମୁହାଁ ଅର୍ଥନୀତି: କପିଲ ସିବଲ - କପିଲ ସିବଲ

ଭାରତ ଇତିହାସରେ ପ୍ରଥମ ଥର ପାଇଁ ଏସବୁ ପ୍ରସଙ୍ଗ ଅନ୍ତର୍ଜାତୀୟ ପ୍ରସଙ୍ଗରେ ପରିଣତ ହୋଇଛି । ଆପଣ ଦେଖିଛନ୍ତି, ସଂଯୁକ୍ତ ଗଣରାଜ୍ୟରେ ସମସ୍ତ ରାଜନୈତିକ ଦଳ ଏହାର ପ୍ରତିବାଦ କରିଛନ୍ତି, ଆପଣଙ୍କୁ ଇରାନ୍‌ ପ୍ରତିବାଦ କରିଛି, ଯିଏ କି ଭାରତର ଅତି ନିକଟତର ବୋଲି କୁହାଯାଏ ।

ଲୋକଙ୍କ ଚିନ୍ତା ସଂପର୍କିତ ସବୁ ପ୍ରସଙ୍ଗରେ ସରକାର ସମ୍ବେଦନହୀନ: କପିଲ ସିବଲ

author img

By

Published : Mar 5, 2020, 7:15 PM IST

Updated : Mar 5, 2020, 7:27 PM IST

ଅମିତ ଅଗ୍ନିହୋତ୍ରୀ

ନିକଟରେ ଯୁକ୍ତରାଷ୍ଟ୍ର ଆମେରିକାର ରାଷ୍ଟ୍ରପତି ଡୋନାଲ୍‌ଡ ଟ୍ରମ୍ପ୍‌ଙ୍କ ଗସ୍ତ ଅବସରରେ ସଂଘଟିତ ଦିଲ୍ଲୀ ହିଂସା ଯୋଗୁଁ ଭାରତର ଭାବମୂର୍ତ୍ତି କ୍ଷୁର୍ଣ୍ଣ ହୋଇଛି ବୋଲି ଆପଣ ଭାବୁଛନ୍ତି କି ?

ଭାରତ ଇତିହାସରେ ପ୍ରଥମ ଥର ପାଇଁ ଦିଲ୍ଲୀ ହିଂସା ପ୍ରସଙ୍ଗ ଅନ୍ତର୍ଜାତୀୟ ପ୍ରସଙ୍ଗରେ ପରିଣତ ହୋଇଛି । ଆପଣ ଦେଖିଛନ୍ତି, ସଂଯୁକ୍ତ ଗଣରାଜ୍ୟରେ ସମସ୍ତ ରାଜନୈତିକ ଦଳ ଏହାର ପ୍ରତିବାଦ କରିଛନ୍ତି । ଆପଣଙ୍କୁ ଇରାନ୍‌ ପ୍ରତିବାଦ କରିଛି, ଯିଏ କି ଭାରତର ଅତି ନିକଟତର ବୋଲି କୁହାଯାଏ । ଆପଣ ଜାଣନ୍ତି ତୁର୍କୀର ଏର୍ଡୋଗାନ୍‌ ପ୍ରତିବାଦ କରିଛନ୍ତି, ମିଳିତ ଜାତିସଂଘର ମାନବିକ ଅଧିକାର ହାଇ କମିସନର ପ୍ରତିବାଦ କରିଛନ୍ତି, ମଧ୍ୟ ପ୍ରାଚ୍ୟ ଏବଂ ଯୁକ୍ତରାଷ୍ଟ୍ର ଆମେରିକାରେ ସବୁ ଦଳର ସଦସ୍ୟମାନେ ମଧ୍ୟ ପ୍ରତିବାଦ କରିଛନ୍ତି ।

ଲୋକଙ୍କ ଚିନ୍ତା ସଂପର୍କିତ ସବୁ ପ୍ରସଙ୍ଗରେ ସରକାର ସମ୍ବେଦନହୀନ: କପିଲ ସିବଲ

ଏହାର ଅର୍ଥ କ’ଣ ଏଇଆ ଯେ, ହିଂସାକାଣ୍ଡ ସମ୍ଭାଳିବାରେ କେନ୍ଦ୍ର ସରକାରଙ୍କ ଭୂମିକା ଏ ସବୁ ଦେଶରେ ଭାରତ ବିରୋଧୀ ଚିନ୍ତାଧାରାକୁ ଖୋରାକ ଯୋଗାଇଛି ?

ଭାରତୀୟ ଗଣରାଜ୍ୟ ଅଲଗା ହୋଇଯାଇଥିବା ଭଳି ମନେ ହେଉଛି । ଦେଖନ୍ତୁ, ଆଜି ଆମେ ଏକ ବୈଶ୍ବିକ ପୃଥିବୀରେ ବାସ କରୁଛୁ । ଯୋଗାଯୋଗ ବ୍ୟବସ୍ଥାରେ ଜାଗରଣ ଯୋଗୁଁ ଏ ପ୍ରକାରର କୌଣସି ଆଭ୍ୟନ୍ତରୀଣ ପ୍ରସଙ୍ଗ ବୈଦେଶିକ ପ୍ରସଙ୍ଗରେ ପରିଣତ ହେଉଛି । ମୁଁ ଭାବୁଛି, ଏ ସରକାର ଏହାକୁ ଚିହ୍ନିବାରେ ବିଫଳ ହୋଇଛି । ଯଦି କେହି କହନ୍ତି ଯେ, ଆପଣଙ୍କ ଦେଶରେ ଏଭଳି ହେବାକୁ ଦିଅନ୍ତୁ ନାହିଁ, ତେବେ ତାଙ୍କ କଥାର ପ୍ରତ୍ୟୁତ୍ତରରେ ଏହାକୁ ଆଭ୍ୟନ୍ତରୀଣ ବ୍ୟାପାର ବୋଲି କହିବା... ଏହା କାହାରିକୁ ସନ୍ତୁଷ୍ଟ କରିବ ନାହିଁ କି ଠିକ୍‌ ବୋଲି କୁହାଯାଇପାରିବ ନାହିଁ । ଦୁର୍ଭାଗ୍ୟର କଥା ଯେ, ହିଂସାକାଣ୍ଡ ଯୋଗୁଁ ଦିଲ୍ଲୀ ଭଳି ଏକ ସ୍ଥାନ, ସାରା ବିଶ୍ବର ନଜରକୁ ଆସିଲା । କିନ୍ତୁ ଯେଉଁମାନେ ଦିଲ୍ଲୀରେ ରହନ୍ତି, ପ୍ରଧାନମନ୍ତ୍ରୀ, ଗୃହମନ୍ତ୍ରୀ, ମୁଖ୍ୟମନ୍ତ୍ରୀ, ପୋଲିସ କମିସନର, ସମସ୍ତେ ଅନୁପସ୍ଥିତ ଥିଲେ । ଏଥିରୁ ହିଁ ଏ ଦେଶରେ ରାଜନୈତିକ ଗତିର ଦିଗ ସ୍ପଷ୍ଟ ବୁଝିହେଉଛି ।

ଦିଲ୍ଲୀ ହିଂସାକୁ ନେଇ କଂଗ୍ରେସ ଓ ଅନ୍ୟ ବିରୋଧୀ ଦଳଗୁଡ଼ିକ ସଂସଦରେ ଆଲୋଚନା ଲାଗି ଚାପ ପକାଇ ଆସୁଛନ୍ତି କିନ୍ତୁ ଲାଗୁଛି ଏ ପ୍ରସଙ୍ଗରେ ଗତିରୋଧ ହୋଇଛି । ଆପଣଙ୍କ ମତାମତ !

ଆଶ୍ଚର୍ଯ୍ୟର କଥା ଯେ ଲୋକସଭା ବାଚସ୍ପତି କହୁଛନ୍ତି ହୋଲି ପରେ ଆଲୋଚନା ହେବ । ହୋଲି ପରେ ଆଲୋଚନା ହେଲା ଭଳି ଏଥିରେ କି ବିଶେଷତ୍ବ ରହିଛି... ହୋଲି ପୂର୍ବରୁ କାହିଁକି ନୁହେଁ ? ଆମେ ଯେତେବେଳେ କେବଳ ଏକ ଆଲୋଚନା ହିଁ ଚାହୁଁଛୁ, କାହିଁକି ଆଲୋଚନା ହେବା ଉଚିତ ନୁହେଁ ?

ଏହି ପ୍ରସଙ୍ଗରେ ଆଲୋଚନାରୁ ସରକାର ଦୂରେଇ ଯାଉଛନ୍ତି କି ?

ଲୋକଙ୍କ ଚିନ୍ତା ସଂପର୍କିତ ସବୁ ପ୍ରସଙ୍ଗରେ ସରକାର ସମ୍ବେଦନହୀନ । ଏହା କେବଳ ଦିଲ୍ଲୀ ହିଂସା କ୍ଷେତ୍ରରେ ନୁହେଁ, ବରଂ ଏକ ପତନମୁଖୀ ଅର୍ଥନୀତି କ୍ଷେତ୍ରରେ ବି । ସେମାନେ କହିବାରେ ଲାଗିଛନ୍ତି ଯେ ଅର୍ଥନୀତିର ଭିତ୍ତି ସୁଦୃଢ଼ ରହିଛି । ଯଦି ତାହା ହିଁ ଠିକ୍‌, ତେବେ ଅଭିବୃଦ୍ଧି ହାର 5 ପ୍ରତିଶତରୁ ତଳେ କିପରି ରହିଛି ଏବଂ କାହିଁକି ଚାହିଦା ନାହିଁ ।

କେନ୍ଦ୍ରର ମୁକାବିଲା ଆପଣ କେମିତି କରିବେ ?

ମୁଁ ଭାବୁଛି ଭାରତର ପରିବର୍ତ୍ତନ ହୋଇଛି । ଆମେ କ୍ଷମତାରେ ଥିବା ବେଳେ ଆମେ କୌଣସି ସଂସ୍ଥାକୁ ଅକ୍ତିଆର କରିବା ଲାଗି କେବେହେଲେ ଉଦ୍ୟମ କରି ନଥିଲୁ । ଏବେ ଆମେ କ୍ଷମତାରେ ନ ଥାଇ ଦେଖୁଛୁ ଯେ, ଏହି ସରକାର ଦୁଇ ଭାଗ କରିବା ଭଳି ପଦକ୍ଷେପ ନେବାରେ ଲାଗୁଛନ୍ତି । ପ୍ରତି ସଂସ୍ଥାକୁ ଅକ୍ତିଆର କରିବାକୁ ପ୍ରୟାସ କରୁଛନ୍ତି ଏବଂ ସେମାନେ ହିଁ ଏହାର ମୂଲ୍ୟ ସ୍ଥିର କରିବାକୁ ସୁନିଶ୍ଚିତ କରୁଛନ୍ତି । ମୁଁ ଭାବୁଛି ସାମ୍ବିଧାନିକ ସଂସ୍ଥାଗୁଡ଼ିକର ବିଫଳତା ଯୋଗୁଁ ଦେଶ ଏବେ ଏହି ସ୍ଥିତିରେ ପହଞ୍ଚିଛି । ମୁଁ ଭାବୁଛି, ବିଚାର ବ୍ୟବସ୍ଥା, ପ୍ରବର୍ତ୍ତନ ସଂସ୍ଥା, ପୋଲିସ, ବିଦ୍ବାନ ଗୋଷ୍ଠୀ ଏବଂ ଗଣମାଧ୍ୟମ ଭଳି ସଂସ୍ଥାକୁ ସରକାରଙ୍କ ସମକକ୍ଷ ହୋଇ ଠିଆ ହେବାକୁ ପଡ଼ିବ ।

ଏ ଲଢ଼େଇ କେଉଁ ଦିଗରେ ଯିବ ବୋଲି କଂଗ୍ରେସ ଭାବୁଛି ?

ଯାହା ମୁଁ ଦେଖୁଛି, ଲୋକେ ସ୍ବେଚ୍ଛାରେ ନାଗରିକତା ସଂଶୋଧନ ଆଇନ ବିରୋଧରେ ବାହାରୁଛନ୍ତି। ସରକାର ଲୋକଙ୍କ ଭିତରେ ଥିବା କ୍ରୋଧକୁ ଅନୁଭବ କରିବା ଉଚିତ । ଯେଉଁ ମୂହୁର୍ତ୍ତରେ ବେଶୀ ରାଜନୀତି ପଶିଯାଉଛି, ସରକାର କହୁଛନ୍ତି ବିରୋଧୀ ଦଳ ହିଂସାକୁ ଉସୁକାଇବା ଲାଗି ଉଦ୍ୟମ କରୁଛନ୍ତି । ଜାତୀୟ ସ୍ତରର ବୋଲି ହୃଦ୍‌ବୋଧ ନହେଲେ ଏହି ଆନ୍ଦୋଳନ ବେଶୀ ଦିନ ଚାଲିବ ନାହିଁ । ମୁଁ ଭାବୁନି ଯେ ରାଜନୈତିକ ଦଳ ହିସାବରେ ଆମେ ଏହି ନିଆଁରେ ଘିଅ ଢାଳିବା ଉଚିତ ହେବ ନାହିଁ, କିନ୍ତୁ ଆମେ ଏକ ଶାନ୍ତିପୂର୍ଣ୍ଣ ଆନ୍ଦୋଳନ ଲାଗି ରାସ୍ତାକୁ ଓହ୍ଲାଇବା ଦରକାର । ତା ହେଲେ ସାରା ଦେଶରେ ଏକ ବାର୍ତ୍ତା ପହଞ୍ଚିବ ଯେ ଆମେ ଆମ ସାମାଜିକ ତନ୍ତ୍ରକୁ ସୁରକ୍ଷିତ ରଖିବା ଦରକାର ।

ଆପଣ ଦେଶର ରାଜଧାନୀରେ ଏଭଳି ହିଂସା ଆଗରୁ ଦେଖିଥିଲେ କି ? ଏହି ନରସଂହାରରେ ପୂର୍ବରୁ ପରିକଳ୍ପିତ ଉଦ୍ଦେଶ୍ୟ ରହିଛି କି ?

ଏସବୁ ଦଙ୍ଗା ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ ଏବଂ ସଂଗଠିତ...ବୋଧହୁଏ ଆକ୍ରମଣକାରୀମାନେ ବାହାରୁ ଆସିଥିଲେ । ଏହି ପ୍ରକରଣରେ ଯାହା ସବୁଠାରୁ ଚମତ୍କାର କଥା, ତାହା ହେଲା ଉଭୟ ହିନ୍ଦୁ ଓ ମୁସଲମାନ ପଡ଼ୋଶୀ ପରସ୍ପରକୁ ରକ୍ଷା କରିଥିଲେ । ଏହି ହିଂସାକୁ ଉସୁକାଉଥିବା ଲୋକେ ସାମାଜିକ ସଦ୍‌ଭାବନାର ତନ୍ତ୍ରକୁ ନଷ୍ଟ କରିଦେବାକୁ ବସିଥିଲେ । ଲୋକେ ଶାନ୍ତି ଚାହାଁନ୍ତି ଏବଂ ପରସ୍ପର ସହ ଲଢ଼େଇ କରିବାକୁ ଚାହାଁନ୍ତି ନାହିଁ । କିନ୍ତୁ ବାହାରୁ ଆସିଥିବା ଲୋକେ ଶାନ୍ତିଭଙ୍ଗ କରିବାକୁ ଚେଷ୍ଟା କରିଥିଲେ । ପୂର୍ବରୁ ମୁଁ ଯେଉଁ ଲୋକସଭା ଆସନରୁ ପ୍ରତିନିଧିତ୍ବ କରୁଥିଲି, ଦିଲ୍ଲୀର ସେହି ଚାନ୍ଦନିଚୌକ ଅଞ୍ଚଳରେ ଉଭୟ ହିନ୍ଦୁ ଓ ମୁସଲମାନ ମିଳିମିଶି ଶାନ୍ତିରେ ରହନ୍ତି ଏବଂ ସେଠାରେ ଅବସ୍ଥା ଶାନ୍ତ ରହିଥିଲା । କିନ୍ତୁ ନିକଟରେ ବିଜେପି ଯେଉଁ ଅଞ୍ଚଳରୁ କେତେକ ବିଧାନସଭା ଆସନରେ ଜିତିଥିଲା, ଦିଲ୍ଲୀର ସେହି ଉତ୍ତର-ପୂର୍ବ ଅଞ୍ଚଳରେ ହିଂସାକାଣ୍ଡ ସଂଘଟିତ ହେଲା । ଏଥିରୁ ହିଁ ସ୍ପଷ୍ଟ ଭାବରେ ବୁଝାପଡୁଛି ଯେ ନରସଂହାର ପଛରେ କାହାର ହାତ ଥିଲା ।

Last Updated : Mar 5, 2020, 7:27 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.