ETV Bharat / bharat

ଆନ୍ଦୋଳନରତ ଚାଷୀଙ୍କ ଆକ୍ରମଣରେ ଦିଲ୍ଲୀ ପୋଲିସର 83 ଯବାନ ଆହତ, 30 ଗୁରୁତର

ପ୍ରଦର୍ଶନକାରୀଙ୍କୁ ରୋକିବା ସମୟରେ ସେମାନଙ୍କ ସହ ଦିଲ୍ଲୀ ପୋଲିସର ଯବାନଙ୍କୁ ହେବାକୁ ପଡିଥିଲା ମୁହାଁମୁହିଁ । ଘଟଣାରେ 83 ପୋଲିସକର୍ମୀ ଆହତ ହୋଇଛନ୍ତି । ଅଧିକ ପଢନ୍ତୁ...

ଆନ୍ଦୋଳନରତ ଚାଷୀଙ୍କ ଆକ୍ରମଣରେ ଦିଲ୍ଲୀ ପୋଲିସର 83 ଯବାନ ଆହତ

author img

By

Published : Jan 26, 2021, 9:25 PM IST

Updated : Jan 26, 2021, 9:59 PM IST

ନୂଆଦିଲ୍ଲୀ: ଗଣତନ୍ତ୍ର ଦିବସ ଅବସରରେ ଦିଲ୍ଲୀର ରାଜପଥରେ ଦେଖିବାକୁ ମିଳିଛି ପ୍ରଦର୍ଶନକାରୀଙ୍କ ଗୁଣ୍ଡାରାଜ । କେଉଁଠି ପୋଲିସ ଉପରେ ଟ୍ରାକ୍ଟର ଚଢାଇଦେବାକୁ ପ୍ରୟାସ ତ କେଉଁଠି ଖଣ୍ଡା ଧରି ଲାଲକିଲାରେ ଶକ୍ତିପ୍ରଦର୍ଶନ କରିବାକୁ ଉଦ୍ୟମ । ଅନ୍ନଦାତାଙ୍କ ମୁଖା ପିନ୍ଧିଥିବା ଏହି ଉପଦ୍ରବୀମାନେ ଆଜି ଯାହା କରିଛନ୍ତି ତାହା ଦିଲ୍ଲୀ ଛାତିରେ କୌଣସି ଦାଗ ଠୁ କମ ନୁହେଁ । ପ୍ରଦର୍ଶନକାରୀଙ୍କୁ ରୋକିବା ସମୟରେ ସେମାନଙ୍କ ସହ ଦିଲ୍ଲୀ ପୋଲିସର ଯବାନଙ୍କୁ ହେବାକୁ ପଡିଥିଲା ମୁହାଁମୁହିଁ । ଘଟଣାରେ 83 ପୋଲିସକର୍ମୀ ଆହତ ହୋଇଛନ୍ତି ।

ଆନ୍ଦୋଳନରତ ଚାଷୀଙ୍କ ଆକ୍ରମଣରେ ଦିଲ୍ଲୀ ପୋଲିସର 83 ଯବାନ ଆହତ

ଏମାନଙ୍କ ମଧ୍ୟରୁ ମୋହନ ଗାର୍ଡେନ ପୋଲିସ ଷ୍ଟେସନର ଏସଏଚଓଙ୍କ ସମେତ 30 ଅଧିକାରୀ ଗୁରୁତର ଆହତ ହୋଇଛନ୍ତି । ଘଟଣାରେ ବର୍ତ୍ତମାନସୁଦ୍ଧା 3ଟି ଏତଲା ଦାଏର ହୋଇସାରିଲାଣି ।

ଏହାପୂର୍ବରୁ ପୋଲିସ ପକ୍ଷରୁ କୁହାଯାଇଥିଲା ​​ଯେ ଆମ ସୁରକ୍ଷାକର୍ମୀମାନେ ରାଲିର ସର୍ତ୍ତ ପାଳନ କରିବା ପାଇଁ ସମସ୍ତ ଉଦ୍ୟମ କରିଥିଲେ ମଧ୍ୟ ବିକ୍ଷୋଭକାରୀମାନେ ନିର୍ଦ୍ଧାରିତ ସମୟ ପୂର୍ବରୁ ମାର୍ଚ୍ଚ ଆରମ୍ଭ କରିଥିଲେ ଏବଂ ଜନସାଧାରଣଙ୍କ ସମ୍ପତ୍ତିରେ ବ୍ୟାପକ କ୍ଷତି ଘଟିଛି । ଦିଲ୍ଲୀ ପୋଲିସର ଯୁଗ୍ମ ପୋଲିସ କମିଶନର ଆଲୋକ କୁମାର କହିଛନ୍ତି ଯେ ପ୍ରଦର୍ଶନକାରୀମାନେ ପୋଲିସକୁ ଅତି ହିଂସାତ୍ମକ ଉପାୟରେ ଦମନ କରିବାକୁ ଚେଷ୍ଟା କରିଥିଲେ । ବ୍ୟାପକ କ୍ଷୟକ୍ଷତି ଘଟିଛି | ଏହି ରାଲି ଅତ୍ୟନ୍ତ ତୀବ୍ର ଢଙ୍ଗରେ କରାଯାଇଥିଲା । ତେବେ ଏହା ଉପରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି ।

ଦେଶର ରାଜଧାନୀରେ ଚାଷୀଙ୍କ ଟ୍ରାକ୍ଟର ପରେଡରେ ହିଂସାତ୍ମକ ଦୃଶ୍ୟ ଦେଖିବାକୁ ମିଳିଥିଲା। ନୂତନ କୃଷି ଆଇନ ରଦ୍ଦ କରିବାକୁ ଦାବି କରି ବିଭିନ୍ନ ସ୍ଥାନରୁ ଚାଷୀମାନେ ଦିଲ୍ଲୀ ଧସେଇ ପଶିଥିଲେ । କିନ୍ତୁ ଏହି ଟ୍ରାକ୍ଟର ପରେଡରେ ହିଂସା ଘଟଣା ଘଟିଥିଲା।

ରାଜଧାନୀରେ ଚାଷୀଙ୍କ ହିଂସାତ୍ମକ ଟ୍ରାକ୍ଟର ପରେଡ ପରେ ଆଇନ ଶୃଙ୍ଖଳା ରକ୍ଷା ପାଇଁ ଦିଲ୍ଲୀରେ ଅଧିକ ସଂଖ୍ୟକ ସୁରକ୍ଷାକର୍ମୀ ନିୟୋଜିତ କରିବାକୁ କେନ୍ଦ୍ର ସରକାର ନିଷ୍ପତ୍ତି ନେଇଛନ୍ତି। କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ଉଚ୍ଚସ୍ତରୀୟ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ବୈଠକରେ କେନ୍ଦ୍ର ଗୃହ ସଚିବ ଅଜୟ ଭାଲା, ଦିଲ୍ଲୀ ପୋଲିସ କମିଶନର ଏସଏନ ଶ୍ରୀବାସ୍ତବଙ୍କ ସମେତ ଅନ୍ୟମାନେ ଉପସ୍ଥିତ ଥିଲେ ।

Last Updated : Jan 26, 2021, 9:59 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.