ETV Bharat / bharat

ପୁଣି ଆଖି ବୁଜିଲେ ଜଣେ କୋରୋନା ଯୋଦ୍ଧା

କୋରୋନାରେ ପ୍ରାଣ ହରାଇଲେ ଦିଲ୍ଲୀ ପୋଲିସର ହେଡ କନେଷ୍ଟବଳ । ଦୀର୍ଘ ଦିନ ଧରି ମେଡିକାଲରେ ରହିଥିଲେ ଚିକିତ୍ସାଧିନ । ଅଧିକ ପଢନ୍ତୁ....

author img

By

Published : Aug 2, 2020, 7:04 AM IST

Delhi Police Head Constable Succumbs to Coronavirus
ଆଖି ବୁଜିଲେ କୋରୋନା ଯୋଦ୍ଧା

ନୂଆଦିଲ୍ଲୀ : ଆଖି ବୁଜିଲେ କୋରୋନା ଯୋଦ୍ଧା । କୋରୋନାରେ ସଂକ୍ରମିତ ହୋଇ ଦିର୍ଘ ଦିନ ଧରି ମେଡିକାଲରେ ଚିକିତ୍ସାଧିନ ରହିଥିଲେ । ମୃତକ ହେଲେ ହେଡ କନେଷ୍ଟବଳ ଲୀଲାଧର । ଯେକି ଦିଲ୍ଲୀର ଡିଫେନ୍ସ କଲୋନୀ ପୋଲିସ ଷ୍ଟେସନରେ କାର୍ଯ୍ୟରତ ଥିଲେ । ତେବେ,ଜୁଲାଇ 11 ତାରିଖରେ ତାଙ୍କୁ ଥଣ୍ତାଜ୍ବର ହେଉଥିବାରୁ ନେହେରୁ ହୋମିଓପାଥିକ ମେଡିକାଲ କଲେଜକୁ ଚିକିତ୍ସା ପାଇଁ ଯାଇଥିଲେ । ଯେଉଁଠାରେ ତାଙ୍କର ସ୍ବାବ ପରୀକ୍ଷା କରାଯାଇଥିଲା । କୋରୋନାରେ ସଂକ୍ରମିତ ହୋଇଥିବା ସେ ଜାଣିବାକୁ ପାଇଥିଲେ । ପରେ ତାଙ୍କୁ ଅଧିକ ଚିକିତ୍ସା ପାଇଁ ରଜୀବଗାନ୍ଧୀ ସୁପର ସ୍ପେଶାଲିଷ୍ଟ ହସପିଟାଲରେ ଭର୍ତ୍ତି କରାଯାଇଥିଲା ।

ତାଙ୍କ ଅବସ୍ଥା ଗୁରୁତର ହେବାରୁ ପ୍ଲାଜମା ଚିକିତ୍ସା ମଧ୍ୟ କରାଯାଇଥିଲା ।ହେଲେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି । 2,500ରୁ ଅଧିକ ଦିଲ୍ଲୀ ପୋଲିସ କୋରୋନାରେ ସଂକ୍ରମିତ ହୋଇଥିବା ଜଣାପଡିଛି । 2,100 ସୁସ୍ଥ ହୋଇ ପୁଣି ଥରେ କାର୍ଯ୍ୟରେ ଯୋଗ ଦେଇଛନ୍ତି ।

ସୌଜନ୍ୟ @ IANS

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.