ETV Bharat / bharat

ଦିଲ୍ଲୀ ହିଂସା: ସୁରକ୍ଷା ବ୍ୟବସ୍ଥା କଡାକଡି - ଦିଲ୍ଲୀରେ ନାଗରିକତା ସଂଶୋଧନ ଆଇନ

ଦିଲ୍ଲୀରେ ନାଗରିକତା ସଂଶୋଧନ ଆଇନ(ସିଏଏ) ବିରୋଧୀ ଆନ୍ଦୋଳନ ଭୟଙ୍କର ହିଂସାକାଣ୍ଡର ରୂପ ନେଇଛି । ଯେଉଁଥିରେ 24 ଜଣଙ୍କ ମୃତ୍ୟୁ ହୋଇଥିବାବେଳେ, 150ଜଣ ଗୁରୁତର ଆହତ ହୋଇଛନ୍ତି । ସେପଟେ ଗୁରୁତର ଯେପରି କୌଣସି ପ୍ରକାରର ସମସ୍ୟା ସମ୍ମୁଖୀନ ନ ହୁଅନ୍ତି ।

delhi-police-has-deployed-its-police-personnel-in-five-hospitals-and-released-their-mobile-numbers
ଦିଲ୍ଲୀ ହିଂସା: ସୁରକ୍ଷା ବ୍ୟବସ୍ଥା କଡାକଡି
author img

By

Published : Feb 26, 2020, 5:24 PM IST

ନୂଆଦିଲ୍ଲୀ: ଦିଲ୍ଲୀରେ ନାଗରିକତା ସଂଶୋଧନ ଆଇନ(ସିଏଏ) ବିରୋଧୀ ଆନ୍ଦୋଳନ ଭୟଙ୍କର ହିଂସାକାଣ୍ଡର ରୂପ ନେଇଛି । ଯେଉଁଥିରେ 24 ଜଣଙ୍କ ମୃତ୍ୟୁ ହୋଇଥିବାବେଳେ, 150ଜଣ ଗୁରୁତର ଆହତ ହୋଇଛନ୍ତି । ସେପଟେ ଗୁରୁତର ଯେପରି କୌଣସି ପ୍ରକାରର ସମସ୍ୟା ସମ୍ମୁଖୀନ ନ ହୁଅନ୍ତି, ସେନେଇ 5ଟି ହସ୍ପିଟାଲରେ ପୋଲିସଙ୍କୁ ନିୟୋଜିତ କରାଯାଇଛି । ଏପରିକି ଅତ୍ୟାବଶ୍ୟକ ସ୍ଥଳରେ ପୋଲିସ ସହ ସମ୍ପର୍କ କରିବା ପାଇଁ ମଧ୍ୟ ହେଲ୍ପ ଲାଇନ ନମ୍ବର ଜାରି ହୋଇଛି ।

ଦିଲ୍ଲୀ ହିଂସା: ସୁରକ୍ଷା ବ୍ୟବସ୍ଥା କଡାକଡି

ସୂଚନାନୁଯାୟୀ, ମଙ୍ଗଳବାର ଦିଲ୍ଲୀ ହାଇକୋର୍ଟରେ ଦାୟର ହୋଇଥିବା ଯାଚିକାରେ କୁହାଯାଇଛି, ହିଂସାରେ ଗୁରୁତର ବ୍ୟକ୍ତିଙ୍କୁ ସଠିକ ଉପଚାର ମିଳି ପାରୁନାହିଁ । ଗୋଟିଏ ହସ୍ପିଟାଲରେ 20ରୁ ଅଧିକ ଲୋକେ ଫସି ରହିଛନ୍ତି। ଯାହାକୁ ନେଇ ହାଇକୋର୍ଟର ଜଜ ମୁରଲୀଧରଙ୍କ ଘରେ ରାତି ଅଧିଆ ଏହି ଶୁଣାଣି କରାଯାଇଛି ।

ଯେଉଁଥିରେ ଦିଲ୍ଲୀ ପୋଲିସର ଡିସିପି ରାଜେଶ ଦେବ ମଧ୍ୟ ଉପସ୍ଥିତ ଥିଲେ । ହାଇକୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ସମସ୍ତ ଆହତଙ୍କ ଉପଚାର ପୋଲିସଙ୍କ ଦାୟିତ୍ବ । ଆଉ ଏନେଇ 5ଟି ହସ୍ପିଟାଲରେ ଏହି ସୁବିଧା ମିଳିବ।

ଏହି ହସ୍ପିଟାଲ ଗୁଡିକ ହେଲା ଗୁର ତେଗ ବାହଦୂର, ଲୋକନାୟକ ଜୟପ୍ରକାଶ, ମୌଲାନା ଆଜାଦ, ରାମ ମନୋହର ଲୋହିୟା ଓ ଅଲ ହିନ୍ଦ ହସ୍ପିଟାଲ । ଜାରୀଗୁଋ ତେଗ ବାହାଦୂର ହସ୍ପିଟାଲ ପାଇଁ 9818120026 । ସେହିପରି ଲୋକନାୟକ ଜୟପ୍ରକାଶ 7982756328, ମୌଲାନା ଆଜାଦ ହସ୍ପିଟାଲ 7982756328, ରାମ ମନୋହର ଲୋହିୟା 9818313342, ଅଲ ହିନ୍ଦ ହସ୍ପିଟାଲ ପାଇଁ 9868738042 ।

ପଢନ୍ତୁ: ଦିଲ୍ଲୀ ହିଂସା: ରାଷ୍ଟ୍ରପତିଙ୍କୁ ଭେଟିବେ କଂଗ୍ରେସ ନେତା

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.