ETV Bharat / bharat

ମୌଲାନା ସାଦଙ୍କ ପୁଅକୁ ପଚରାଉଚରା କଲା କ୍ରାଇମବ୍ରାଞ୍ଚ - କ୍ରାଇମବ୍ରାଞ୍ଚ

ଦିଲ୍ଲୀ ପୋଲିସର କ୍ରାଇମବ୍ରାଞ୍ଚ ମୌଲାନା ସାଦଙ୍କ ପୁଅକୁ ପଚରାଉଚରା କରିଛି। ତେବେ ମୌଲାନା ସାଦଙ୍କ ପୁଅକୁ ପଚରାଉଚରା ବେଳେ ଯେଉଁମାନେ ମରକଜର କାର୍ଯ୍ୟକଳାପକୁ ଦେଖନ୍ତି ସେମାନଙ୍କ ବିଷୟରେ ସୂଚନା ମଗାଯାଇଛି ।

_maulana saad
ମୌଲାନା ସାଦଙ୍କ ପୁଅକୁ ପଚରାଉଚରା କଲା କ୍ରାଇମବ୍ରାଞ୍ଚ
author img

By

Published : May 6, 2020, 3:35 PM IST

ନୂଆଦିଲ୍ଲୀ: ଦିଲ୍ଲୀ ସ୍ଥିତ ତବଲିଗି ଜମାତର ସଞ୍ଚାଳକ ମୌଲାନା ସାଦଙ୍କୁ ଏପର୍ଯ୍ୟନ୍ତ ଗିରଫ କରାଯାଇନାହିଁ । ସେପଟେ ମାମଲାର ତଦନ୍ତ କରୁଥିବା ଦିଲ୍ଲୀ ପୋଲିସର କ୍ରାଇମବ୍ରାଞ୍ଚ ମୌଲାନା ସାଦଙ୍କ ପୁଅକୁ ପଚରାଉଚରା କରିଛି। ତେବେ ମୌଲାନା ସାଦଙ୍କ ପୁଅକୁ ପଚରାଉଚରା ବେଳେ ଯେଉଁମାନେ ମରକଜର କାର୍ଯ୍ୟକଳାପକୁ ଦେଖନ୍ତି ସେମାନଙ୍କ ବିଷୟରେ ସୂଚନା ମଗାଯାଇଛି ।

ଗତ ମାର୍ଚ୍ଚ ମାସରେ କୋରୋନା ଭାଇରସ ବିପଦ ମଧ୍ୟରେ ମରକଜ ନିୟମ ଉଲ୍ଲଂଘନ କରି ବହୁ ସଂଖ୍ୟାରେ ଲୋକ କୋରୋନା ସଂକ୍ରମିତ ହୋଇଥିଲେ । ଏହାପରେ ମରକଜର ସଞ୍ଚାଳକ ମୌଲାନା ସାଦଙ୍କ ବିରୋଧରେ ଏକ ମାମଲା ରୁଜୁ କରାଯାଇଥିଲା । ତେବେ କ୍ରାଇମବ୍ରାଞ୍ଚ ପକ୍ଷରୁ ମୌଲାନା ସାଦଙ୍କୁ ଅନେକ ନୋଟିସ୍ ପଠାଯାଇଚି । କିନ୍ତୁ ଏପର୍ଯ୍ୟନ୍ତ କୌଣସି ନୋଟିସର ସନ୍ତୋଷଜନକ ଉତ୍ତର ମିଳିନାହିଁ ।

ତେଣୁ କ୍ରାଇମବ୍ରାଞ୍ଚ ମୌଲାନା ସାଦଙ୍କ ପରିବାର ଠାରୁ ପ୍ରକୃତ ସତର ପର୍ଦ୍ଦାଫାସ କରିବା ପାଇଁ ପଦକ୍ଷେପ ନେଇଛି। କ୍ରାଇମବ୍ରାଞ୍ଚ ମୌଲାନା ସାଦଙ୍କ ପୁଅ ସଇଦକୁ ଗତ ମଙ୍ଗଳବାର ପ୍ରାୟ ଦୁଇ ଘଣ୍ଟା ଧରି ପଚରାଉଚରା କରାଯାଇଥିଲା। ଏହା ମଧ୍ୟରେ କ୍ରାଇମବ୍ରାଞ୍ଚର ଟିମ୍ ପ୍ରାୟ 20 ଜଣ ବ୍ୟକ୍ତିଙ୍କ ବିବରଣୀ ମାଗିଛନ୍ତି । ଯେଉଁମାନେ ମରକଜରେ ଯିବାଆସିବା ଲୋକଙ୍କ ଏବଂ ସେଠାକାର ସବୁ ବ୍ୟବସ୍ଥା ବୁଝୁଛନ୍ତି ।

ପ୍ରକାଶ ଥାଉକି, ମୌଲାନା ସାଦଙ୍କର ତିନୋଟି ପୁଅ ଅଛନ୍ତି ଏବଂ ସଇଦ ମରକଜ ସହ ଜଡିତ କାର୍ଯ୍ୟରେ ସବୁଠାରୁ ସକ୍ରିୟ ବୋଲି କୁହାଯାଉଛି | ଏହି କାରଣରୁ କ୍ରାଇମବ୍ରାଞ୍ଚ ସଇଙ୍କୁ ଚାପ ପକାଇ ସତ ଖୋଜିବାରେ ଲାଗିପଡିଛନ୍ତି । ତେବେ ପଚରାଉଚରା ମଧ୍ୟରେ ସଇଦ ଏହା ମଧ୍ୟ କୁହାଯାଇଛି ଯେ, ସେ ତାଙ୍କ ବାପାଙ୍କୁ ସରକାରୀ ମେଡିକାଲରେ କୋରୋନା ପରୀକ୍ଷା ପାଇଁ କହିବେ ।

ନିଜାମୁଦ୍ଦୀନ ମରକଜରେ ଯୋଗ ଦେଇଥିବା ବହୁ ଜମାତୀମାନେ କୋରୋନା ସଂକ୍ରମଣ ହୋଇଛନ୍ତି । ଦିଲ୍ଲୀ ପୋଲିସର ରିପୋର୍ଟ ଅନୁଯାୟୀ 13 ରୁ 24 ମାର୍ଚ୍ଚ ମଧ୍ୟରେ ଅତି କମରେ 16500 ଲୋକ ମରକଜରେ ଯୋଗ ଦେଇଥିଲେ । ଏହାବ୍ୟତୀତ କ୍ରାଇମବ୍ରାଞ୍ଚ ପୁଣି ଥରେ ମୌଲାନା ସାଦଙ୍କୁ ନୋଟିସ୍ ପଠାଇବାକୁ ପ୍ରସ୍ତୁତି ଚଳାଇଛନ୍ତି । ତେବେ ଏହା ପଞ୍ଚମ ନୋଟିସ ହେବ । ଏହାପୂର୍ବରୁ ମୌଲାନା ସାଦଙ୍କୁ 4ଟି ବିଜ୍ଞପ୍ତି ପଠାଯାଇଛି । ଏପର୍ଯ୍ୟନ୍ତ କୌଣସି ନୋଟିସର ସନ୍ତୋଷଜନକ ଉତ୍ତର ମିଳିନାହିଁ । ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.