ନୂଆଦିଲ୍ଲୀ: ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଧମକ ଏବଂ ଆପତ୍ତିଜନକ ମେସେଜ ପଠାଇବା ଅଭିଯୋଗରେ ଶନିବାର ଜଣେ ଅଭିଯୁକ୍ତକୁ ଦିଲ୍ଲୀ ପୋଲିସର ସାଇବର ସେଲ ଗିରଫ କରିଛି । ଅଭିଯୁକ୍ତକୁ ରାଜସ୍ଥାନରୁ ଗିରଫ କରାଯାଇଥିବା ବେଳେ ବର୍ତ୍ତମାନ ତାକୁ ପଚରାଉଚରା କରାଯାଉଛି ।
ଗତ ଅଗଷ୍ଟ ମାସରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ସମେତ ଆମ ଆଦମୀ ପାର୍ଟି(ଆପ)ର ବହୁ ନେତାଙ୍କୁ ଧମକପୂର୍ଣ୍ଣ ମେଲ୍ ପଠାଉଥିବା ଅଭିଯୋଗରେ ଜଣେ ଅଭିଯୁକ୍ତକୁ ମୁମ୍ବାଇରୁ ଗିରଫ କରାଯାଇଥିଲା ।