ନୂଆଦିଲ୍ଲୀ: ଦିଲ୍ଲୀ ପୋଲିସ ଏକ ବଡ ଧରଣର ଆତଙ୍କୀ ଯୋଜନାକୁ ପଣ୍ଡ କରିଛି । ଦିଲ୍ଲୀ ପୋଲିସର ସ୍ବତନ୍ତ୍ର ସେଲ୍ ସୋମବାର ତିନି ସନ୍ଦିଗ୍ଧ ଆତଙ୍କବାଦୀଙ୍କୁ ଗିରଫ କରିଛି । ବିପୁଳ ପରିମାଣର ବିସ୍ଫୋରକ IED ସହ ତିନି ଆତଙ୍କୀଙ୍କୁ ଗିରଫ କରିଛି ଦିଲ୍ଲୀ ପୋଲିସ । ଏହି ଆତଙ୍କୀଙ୍କୁ ସ୍ବତନ୍ତ୍ର ସେଲ୍ ଗୌହାଟିରୁ ଗିରଫ କରିଛି । ଏହି ଆତଙ୍କବାଦୀ ମାନେ ଆଇଏସ ସହ ସମ୍ପୃକ୍ତ ଥିବା କୁହାଯାଉଛି । ତିନି ଆରୋପିଙ୍କ ଚିହ୍ନଟ ଇସଲାମ, ରଞ୍ଜିତା ଅଲୀ ଓ ଜମିଲ ରୂପେ ହୋଇଛି।
ଦିଲ୍ଲୀ ପୋଲିସର ସ୍ବତନ୍ତ୍ର ସେଲ୍ର ଡିସିପି ପ୍ରମୋଦ କୁଶୱାହା ଆଇଡି ସହ ତିନି ଆତଙ୍କବାଦୀଙ୍କୁ ଗିରଫ କରାଯାଇଥିବା ସୂଚନା ଦେଇଛନ୍ତି । ଆସାମର ଗୋଲପାରାରୁ ଏହି ତିନି ଜଣ ଆତଙ୍କୀବାଦୀଙ୍କୁ ଗିରଫ କରାଯାଇଛି ବୋଲି ସେ ସୂଚନା ଦେଇଛନ୍ତି ।

ପୋଲିସ କହିବା ଅନୁଯାୟୀ ଆତଙ୍କବାଦୀମାନେ ଦିଲ୍ଲୀ ଓ ଆସାମର ବିଭନ୍ନ ସ୍ଥାନରେ ଆକ୍ରମଣ ଘଟାଇବା ପାଇଁ ଯୋଜନା କରିଥିଲେ ଏହି ଆତଙ୍କୀ । ଅଧିକ ସୂଚନା ପାଇଁ ପୋଲିସର ପଚରାଉଚରା ଜାରି ରହିଛି ।