ETV Bharat / bharat

4 ଦଲାଲଙ୍କୁ ଗିରଫ କଲା ଦିଲ୍ଲୀ ପୋଲିସ - arrest

ସରକାରୀ ଚାକିରୀ ଦେବା ଆଳରେ ବେକାରୀ ଯୁବକଙ୍କୁ ଠକୁଥିବା 4ଜଣ ଦଲାଲଙ୍କୁ ମଙ୍ଗଳବାର ଗିରଫ କରିଛି ନୂଆଦିଲ୍ଲୀ ପୋଲିସ ।

ଫାଇଲ ଫଟୋ
author img

By

Published : May 8, 2019, 11:54 AM IST

ନୂଆଦିଲ୍ଲୀ: 4 ଜଣ ଦଲାଲଙ୍କୁ ଗିରଫ କରିବାରେ ସଫଳ ହୋଇଛି ଦିଲ୍ଲୀ ପୋଲିସ । ସରକାରୀ ଚାକିରୀ ଦେବା ଆଳରେ ବେକାର ଯୁବକଙ୍କୁ ଠକୁଥିଲେ ଏହି ଦଲାଲମାନେ । ତେବେ ଖବର ପାଇ ମଙ୍ଗଳବାର ଦଲାଲ୍ମାନଙ୍କୁ ଗିରଫ କରିଛି ପୋଲିସ ।

ସୂଚନା ଅନୁଯାୟୀ, ଅପ୍ରେଲ 14ରେ ଏକ ସମ୍ବାଦପତ୍ରରେ ଯୁବକମାନେ ଏହି ଚାକିରୀ ସମ୍ବନ୍ଧୀୟ ଏକ ବିଜ୍ଞାପନ ଦେଖିଥିଲେ । ଯେଉଁଥିରେ ଆବେଦନକାରୀଙ୍କୁ 12ହଜାର 500 ଟଙ୍କା ବ୍ୟାଙ୍କ ଖାତାରେ ଜମା କରିବା ପାଇଁ କୁହାଯାଇଥିଲା । ତେବେ ଯୁବକମାନେ ସନ୍ଦେହ କରି ଏହାକୁ ନେଇ ଅଧିକ ତଦନ୍ତ କରିଥିଲେ । ଏହାପରେ ଯୁବକ ମାନେ ଜାଣିବାକୁ ପାଇଲେ ଯେ ସେମାନେ ଠକାମିର ଶିକାର ହେବାକୁ ଯାଉଛନ୍ତି । ତେଣୁ ସେମାନେ ପୋଲିସ ଷ୍ଟେସନରେ ମାମଲା ଦର୍ଜ କରିଥିଲେ ।

ପୋଲିସର ସୂଚନା ଅନୁଯାୟୀ, ସୁରେନ୍ଦ୍ର କୁମାର ନାମକ ଯୁବକ ଥାନାରେ ମାମଲା ଦର୍ଜ କରିଥିଲେ । ଏହି ଆଧାରରେ ଦିଲ୍ଲୀ ପୋଲିସ ତଦନ୍ତ କରି ମଙ୍ଗଳବାର ଦଲାଲମାନଙ୍କୁ ଗିରଫ କରିଥିଲେ । ଏଥିସହ ବିଭିନ୍ନ ସରକାରୀ ଯୋଜନା ସହ ସମ୍ବନ୍ଧିତ ପ୍ରିଣ୍ଟିଙ୍ଗ୍ ସାମଗ୍ରୀ, ଲ୍ୟାପଟପ୍, ମୋବାଇଲ, ସିମ୍ କାର୍ଡ ଏବଂ ଅନ୍ୟ ଜାଲ୍ କାଗଜପତ୍ର ମଧ୍ୟ ପୋଲିସ ଜବତ କରିଥିବା ନେଇ ସୂଚନା ଦେଇଛନ୍ତି ।

Intro:Body:

ddh

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.