ETV Bharat / bharat

ଦିଲ୍ଲୀ ମଦ ଦୋକାନ ଖୋଲିବା ନେଇ ସ୍ବାସ୍ଥ୍ୟମନ୍ତ୍ରୀ ହର୍ଷବର୍ଦ୍ଧନଙ୍କ ମନ୍ତବ୍ୟ

ଦିଲ୍ଲୀ ମଦ ଦୋକାନ ଖୋଲିବା ନେଇ ମନ୍ତବ୍ୟ ରଖିଲେ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ । ଦିଲ୍ଲୀରେ ମଦ ଦୋକାନରେ ଭିଡ ନେଇ ସରକାର ପଦକ୍ଷେପ ନେବା ଉଚିତ ବୋଲି କହିଲେ ସେ । ଅଧିକ ପଢନ୍ତୁ...

Delhi needs more stringent restrictions, says Harsh Vardhan after liquor shops trigger crowds
ଫାଇଲ ଫଟୋ
author img

By

Published : May 4, 2020, 10:59 PM IST

ନୂଆଦିଲ୍ଲୀ: ରାଜଧାନୀରେ ଲକ ଡାଉନ କିଛି ସ୍ଥାନରେ କୋହଳ ପରେ ଖୋଲିଛି ମଦ ଦୋକାନ । କିନ୍ତୁ ଏହାକୁ କୋହଳ ନକରି ଲକ ଡାଉନ ପାଳନ ନେଇ ଦିଲ୍ଲୀ ସରକାର ଧ୍ୟାନ ଦେବା ଉଚିତ ବୋଲି କହିଲେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ହର୍ଷ ବର୍ଦ୍ଧନ । ଦେଶବ୍ୟାପୀ ଲକଡାଉନ୍ ତୃତୀୟ ପର୍ଯ୍ୟାୟ ଘୋଷଣା ବେଳେ ଦିଲ୍ଲୀ ସରକାର ଗୃହମନ୍ତ୍ରଣାଳୟ ନିର୍ଦ୍ଦେଶାବଳୀ ପାଳନ ନକରି ଏଠାରେ ସେବା ଆରମ୍ଭ କରିଥିବା କହିଛନ୍ତି ସେ । ଏହି ସମୟରେ ରାଜଧାନୀ ଅଧିକ କଡା ନିୟମ ପାଳନ କରିବା ଉଚିତ ଥିଲା ।

ମୁଁ ଭାବୁଛି କୋରୋନା ଭାଇରସ ବିସ୍ତାରକୁ ରୋକିବା ପାଇଁ ଲକଡାଉନ୍ ମଧ୍ୟରେ ଦିଲ୍ଲୀ ସରକାର ସର୍ବନିମ୍ନ କୋହଳ ପ୍ରଦାନ କରିବା ଉଚିତ । କାରଣ ଦିଲ୍ଲୀରେ 4500ରୁ ଅଧିକ କୋରୋନା ଆକ୍ରାନ୍ତ ରହିଛନ୍ତି । ରାଜଧାନୀର ପ୍ରାୟ 11 ଜିଲ୍ଲାକୁ ରେଡ୍ ଜୋନ ଭାବେ ଘୋଷଣା କରାଯାଇଛି।

ତେବେ ସରକାରଙ୍କ ଘୋଷଣା କ୍ରମେ ସୋମବାର ସବୁ ମଦ ଦୋକାନ ଦିଲ୍ଲୀରେ ଖୋଲିଥିଲା । ଏ ଖବର ପାଇବା ପରେ ସ୍ଥାନୀୟ ଲୋକମାନେ ସକାଳ 6ଟାରୁ ଦୋକାନ ଖୋଲିବା ପୂର୍ବରୁ ମଦ ଦୋକାନରେ ଧାଡ଼ି ବାନ୍ଧିଥିଲେ । କେବଳ ଏତିକି ନୁହେଁ କେହି ସାମାଜିକ ଦୂରତା ମଧ୍ୟ ରକ୍ଷା କରୁନଥିଲେ ।

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.