ETV Bharat / bharat

କ୍ବାରେନଟାଇନରୁ ଜମାତି ସଦସ୍ୟଙ୍କୁ ମୁକ୍ତ କରିବାକୁ ଅପିଲ୍ କରିଛି ସଂଖ୍ୟାଲଘୁ କମିଶନ - ଜମାତି ସଦସ୍ୟଙ୍କୁ ମୁକ୍ତ କରିବାକୁ ଅପିଲ୍ କରିଛି ସଂଖ୍ୟାଲଘୁ କମିଶନ

ଦିଲ୍ଲୀ ସଂଖ୍ୟାଲଘୁ କମିଶନ କ୍ବାରେନଟାଇନ୍ ଅବଧି ସମାପ୍ତ ପରେ ତବଲିଗୀ ଜମାତ ସଦସ୍ୟଙ୍କୁ ମୁକ୍ତ କରିବାକୁ ଅନୁମତି ମାଗିଛନ୍ତି । ଦିଲ୍ଲୀ ସ୍ବାସ୍ଥ୍ୟମନ୍ତ୍ରୀଙ୍କୁ ଏହି ଅନୁମତି ମାଗିଛି କମିଶନ ।

delhi minorities panel
ସଂଖ୍ୟାଲଘୁ କମିଶନ
author img

By

Published : Apr 27, 2020, 5:17 PM IST

ନୂଆଦିଲ୍ଲୀ: ଦିଲ୍ଲୀ ସଂଖ୍ୟାଲଘୁ କମିଶନ କ୍ବାରେନଟାଇନ୍ ଅବଧି ସମାପ୍ତ ପରେ ତବଲିଗୀ ଜମାତ ସଦସ୍ୟଙ୍କୁ ମୁକ୍ତ କରିବାକୁ ଅନୁମତି ମାଗିଛନ୍ତି । ଦିଲ୍ଲୀ ସ୍ବାସ୍ଥ୍ୟମନ୍ତ୍ରୀଙ୍କୁ ଏହି ଅନୁମତି ମାଗିଛି କମିଶନ ।

ଦିଲ୍ଲୀ ସ୍ବାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜୈନଙ୍କୁ ଚିଠି ଲେଖି କହିଛନ୍ତି, ନିଜାମୁଦ୍ଦିନର ମରକଜରୁ କ୍ବାରେନଟାଇନ କ୍ୟାମ୍ପକୁ ଆଣଯାଇଥିବା ଲୋକଙ୍କ ଅବଧି ସୋମବାରକୁ 28 ଦିନ ହେବ । ଏହାର ଅର୍ଥ 14 ଦିନ ପରେ ବି ଲୋକଙ୍କୁ ଅନାବଶ୍ୟକ ଭାବରେ ବନ୍ଦୀ କରି ରଖାଯାଇଛି । ଅନ୍ୟ କ୍ବାରେନଟାଇନ୍ ସେଣ୍ଟରରେ ଲୋକଙ୍କୁ 14 ଦିନ ରଖିବା ପରେ ଘରକୁ ଛଡା ଯାଉଛି ବୋଲି କମିଶନର ଚେୟାରମ୍ୟାନ ଜଫରୁଲ୍ ଇସଲାମ୍ ଖାନ କହିଛନ୍ତି ।

ସମ୍ପୁର୍ଣ୍ଣ ସୁସ୍ଥ ହେବା ପାଇଁ ସେମାନଙ୍କୁ 28 ଦିନ କ୍ୟାମ୍ପରେ ରଖାଯାଉଛି । 28 ଦିନ ପରେ ନେଗେଟିଭ୍ ବାହାରିଥିବା ଲୋକଙ୍କୁ ଘରକୁ ଯିବାକୁ ଅନୁମତି ଦିଆଯାଉ ବୋଲି ସେ କହିଛନ୍ତି । କମିଶନ ଚିଠିରେ ଦର୍ଶାଇଛି ଯେ, ସୁଲତାନପୁରୀ, ୱାଜିରାବାଦ, ନରେଲା ଏବଂ ଦ୍ବାରକା ଇତ୍ୟାଦି କ୍ୟାମ୍ପରେ ବର୍ତ୍ତମାନ ହଜାର ହଜାର ଲୋକ ଅଛନ୍ତି। ଏହି ଶିବିରରେ ଖାଦ୍ୟ ଏବଂ ଚିକିତ୍ସା ଯୋଗାଣ ସନ୍ତୋଷଜନକ ନୁହେଁ। କ୍ବାରେନଟାଇନ୍ ଲୋକମାନଙ୍କ ମଧ୍ୟରେ ବୃଦ୍ଧ, ମଧୁମେହ ଓ ହୃଦଘାତ ଭଳି ସ୍ବାସ୍ଥ୍ୟ ସମସ୍ୟା ଥିବା ବ୍ୟକ୍ତି ମଧ୍ୟ ରହିଛନ୍ତି ।

ମଧୁମେହ ରୋଗରେ ଆକ୍ରାନ୍ତ ହୋଇଥିବା ଦୁଇଜଣଙ୍କୁ ଔଷଧ ଏବଂ ଖାଦ୍ୟ ଯୋଗାଣରେ ବିଫଳତା କାରଣରୁ ମୃତ୍ୟୁ ଘଟିଥିବା କମିଶନ କହିଛି । ଏହା ହେଉଛି ରମଜାନର ମାସ ଓ ଏହି ଶିବିରରେ ଅଧିକାଂଶ ମୁସଲମାନ ଉପବାସ କରୁଛନ୍ତି। ସେମାନଙ୍କ ପାଇଁ ଏହା କଷ୍ଟଦାୟକ ହେବ ବୋଲି କୁହାଯାଇଛି ।

ଏହି ପରିପ୍ରେକ୍ଷୀରେ ଉତ୍ତରଦିଲ୍ଲୀର ଜିଲ୍ଲାପାଳଙ୍କୁ ନୋଟିସ ଜାରି କରିଛି କମିଶନ । ରବିବାର ମଧ୍ୟ ୱାଜିରାବାଦ କ୍ୟାମ୍ପରେ ପରିସ୍ଥିତିରେ ସୁଧାର ଆସିନାହିଁ ବୋଲି ଜାଣିବା ପରେ କମିଶନ ପୁଣି ଆଉ ଏକ ଜରୁରୀ ବିଜ୍ଞପ୍ତି ପଠାଇଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.