ନୂଆଦିଲ୍ଲୀ: ଦିଲ୍ଲୀ ମେଟ୍ରୋ ପାଞ୍ଚ ମାସ ପରେ ନିଜର ହଳଦିଆ ଲାଇନ କାର୍ଯ୍ୟ ଆରମ୍ଭ କରିବାକୁ ଯୋଜନା କରୁଛି । ଏହାପାଞ୍ଚ ମାସରୁ ଅଧିକ ସମୟ ଧରି ବନ୍ଦ ରହିବାପରେ ସେପ୍ଟେମ୍ବର 7ରୁ କାର୍ଯ୍ୟ ଆରମ୍ଭ କରିବ । ଦ୍ୱିତୀୟ ପର୍ଯ୍ୟାୟରେ ବ୍ଲୁ, ଗୋଲାପୀ ଏବଂ ଗୁରୁଗାଓଁକୁ ଯୋଡାଯିବ। ସେହିପରି କାର୍ଯ୍ୟକାରିତା ଓ ପ୍ରଭାବକୁ ଦୃଷ୍ଟିରେ ରଖି ସେପ୍ଟେମ୍ବର 10ରୁ ତୃତୀୟ ପର୍ଯ୍ୟାୟରେ ମେଟ୍ରୋ ଟ୍ରେନ ଚଳାଚଳ ଆରମ୍ଭ କରିବ । ପରେ ରେଡ ଲାଇନ୍, ବାହାଦୂରଗଡ ଲାଇନ ଏବଂ ଫରିଦାବାଦ ଲାଇନରେ ମେଟ୍ରୋ ଟ୍ରେନ ଚଳାଚଳ ଆରମ୍ଭ କରିବ ।
ଦିଲ୍ଲୀ ମେଟ୍ରୋ ରେଳ ନିଗମ (ଡିଏମଆରସି) ମୁଖ୍ୟ ମଙ୍ଗୁ ସିଂ ବୁଧବାର କେନ୍ଦ୍ର ଗୃହ ଓ ନଗର ବ୍ୟାପାର ମନ୍ତ୍ରୀ ହାର୍ଦ୍ଦିକ ସିଂ ପୁରୀଙ୍କ ଉପସ୍ଥିତିରେ ଏହି ଘୋଷଣା କରିଛନ୍ତି। ତିନୋଟି ପର୍ଯ୍ୟାୟରେ ନିର୍ଦ୍ଦିଷ୍ଟ ସମୟରେ ମେଟ୍ରୋ ସେବା ପୁନଃ ଆରମ୍ଭ କରାଯିବ ବୋଲି ସେ କହିଛନ୍ତି ।
ମେଟ୍ରୋରେ କେବଳ ସ୍ମାର୍ଟ କାର୍ଡ ଏବଂ ନଗଦବିହୀନ କାରବାରକୁ ଅନୁମତି ଦିଆଯିବ । ପ୍ରଥମରୁ ଆମେ କେବଳ ଗୋଟିଏ ଲାଇନ ଖୋଲିବୁ । ଏହା ସକାଳ 7ରୁ 11 ଟା ଏବଂ ଅପରାହ୍ନ 4ଟାରୁ ସନ୍ଧ୍ୟା 8ଟା ପର୍ଯ୍ୟନ୍ତ ଚଲାଚଳ କରିବ । ମେଟ୍ରୋ ଷ୍ଟେସନରେ ପ୍ରବେଶ ପାଇଁ ଫାଟକ ଖୋଲା ରହିବ, ଏହା ସହ କେବଳ ପ୍ରସ୍ଥାନ ପାଇଁ ଏକ ଭିନ୍ନ ଗେଟ୍ ଚିହ୍ନିତ ହେବ ବୋଲି ସିଂ କହିଛନ୍ତି।
ସୂଚନାଯୋଗ୍ଯ, କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଅନଲକ- 4 ଗାଇଡଲାଇନରେ ମେଟ୍ରୋ ସେବା ପୁନଃ ଆରମ୍ଭ କରିବାକୁ ନିର୍ଦ୍ଦେଶ ଦେଇଛି । କୋରୋନା ପାଇଁ ମେଟ୍ରୋ ସେବାକୁ ଗତ ମାର୍ଚ୍ଚ ମାସରୁ ସ୍ଥଗିତ ରଖାଯାଇଥିଲେ ।
@ANI