ETV Bharat / bharat

ସିଭିଲ ସର୍ଭିସ ପରୀକ୍ଷାର୍ଥୀଙ୍କ ପାଇଁ ସକାଳ 6ଟାରୁ ଚାଲିବ ଦିଲ୍ଲୀ ମେଟ୍ରୋ

author img

By

Published : Oct 3, 2020, 1:19 PM IST

ଆସନ୍ତାକାଲି(ରବିବାର) ସିଭିଲ ସର୍ଭିସ (ପ୍ରାଥମିକ) ପରୀକ୍ଷା । ଏନେଇ ଦିଲ୍ଲୀ ମେଟ୍ରୋ ରେଳ ନିଗମ ଶନିବାର ଟୁଇଟ୍ କରି କହିଛନ୍ତି ଯେ ୟୁପିଏସି ପରୀକ୍ଷା ପାଇଁ ଛାତ୍ରଛାତ୍ରୀଙ୍କୁ ସୁବିଧା ଯୋଗାଇବା ପାଇଁ ଦିଲ୍ଲୀ ମେଟ୍ରୋ ସେବା ସମସ୍ତ ଲାଇନର ଟର୍ମିନାଲ ଷ୍ଟେସନରୁ ସକାଳ 6 ଟାରୁ ଆରମ୍ଭ ହେବ।

ସିଭିଲ ସର୍ଭିସ ପରୀକ୍ଷାର୍ଥୀଙ୍କ ପାଇଁ ସକାଳ 6 ରୁ ଦିଲ୍ଲୀ ମେଟ୍ରୋ ସେବା

ନୂଆଦିଲ୍ଲୀ: ଅକ୍ଟୋବର 4 ବା ଆସନ୍ତାକାଲି ସିଭିଲ ସର୍ଭିସ (ପ୍ରାଥମିକ) ପରୀକ୍ଷା । ଏନେଇ ଦିଲ୍ଲୀ ମେଟ୍ରୋ ରେଳ ନିଗମ ଶନିବାର ଟୁଇଟ୍ କରି କହିଛନ୍ତି ଯେ ୟୁପିଏସି ପରୀକ୍ଷା ପାଇଁ ଛାତ୍ରଛାତ୍ରୀଙ୍କୁ ସୁବିଧା ଯୋଗାଇବା ପାଇଁ ଦିଲ୍ଲୀ ମେଟ୍ରୋ ସେବା ସମସ୍ତ ଲାଇନର ଟର୍ମିନାଲ ଷ୍ଟେସନରୁ ସକାଳ 6 ଟାରୁ ଆରମ୍ଭ ହେବ।

ସେପ୍ଟେମ୍ବର 20 ରବିବାର ଦିନ ଏକ ବିବୃତ୍ତିରେ ଡିଏମଆରସି କହିଛି ଯେ ରବିବାର ସକାଳ 8 ଟା ରୁ ମେଟ୍ରୋ ସେବା ସହିତ ପୂର୍ବ ସମୟ ସାରଣୀ ଅନୁଯାୟୀ ନିୟମିତ ସମୟ ଜାରି ରହିବ। କୋରୋନା ମହାମାରୀ ହେତୁ ମାର୍ଚ୍ଚରେ ଏହାର ସେବାକୁ ସ୍ଥଗିତ ରଖିଥିବା ଏହି ମେଟ୍ରୋ ଯାତାୟାତକାରୀଙ୍କୁ ସକ୍ଷମ କରିବା ପାଇଁ ବନ୍ଦ ଟୋକେନ୍ କାଉଣ୍ଟର, ସୀମିତ ପ୍ରବେଶ ଏବଂ ପ୍ରସ୍ଥାନ ପଏଣ୍ଟ, ଥର୍ମାଲ୍ ସ୍କାନର୍ ଏବଂ ସାନିଟାଇଜର ଭଳି ଅନେକ ପଦକ୍ଷେପ ଗ୍ରହଣ କରିବ ।

ଷ୍ଟେସନରେ ନିୟମିତ ଫ୍ରଣ୍ଟଲାଇନ କର୍ମଚାରୀଙ୍କ ବ୍ୟତୀତ, ଡିଏମଆରସି ମେଟ୍ରୋ ଷ୍ଟେସନରେ ଯାତ୍ରୀମାନଙ୍କୁ ସହାୟତା ଏବଂ ମାର୍ଗଦର୍ଶନ କରିବା ପାଇଁ ପ୍ରାୟ 1000 କର୍ମଚାରୀଙ୍କୁ ନିୟୋଜିତ କରିଛି ।

ଏଠାରେ ସୂଚନା ଥାଉ ଯେ, ଓଡିଶାରେ ପ୍ରାର୍ଥୀଙ୍କୁ ସୁବିଧାଜନକ ଭାବରେ ସେବା ଯୋଗାଇ ଦେବା ପାଇଁ ପୂର୍ବତଟ ରେଳବାଇ ପକ୍ଷରୁ ସ୍ବତନ୍ତ୍ର ଟ୍ରେନ ଚଳାଚଳ ଆରମ୍ଭ କରିଛି । ଆଜିଠୁ ବିଭିନ୍ନ ସହର ଯେଉଁଠାରେ ପରୀକ୍ଷା ସେଣ୍ଟର ରହିଛି ସେହି ସେଣ୍ଟରର ନିକଟସ୍ଥ ରେଳ ଷ୍ଟେସନକୁ ଟ୍ରେନ ଚଳାଚଳ କରିବାକୁ ନିଷ୍ପତ୍ତି ନିଆଯାଇଛି ।

ବ୍ରହ୍ମପୁର-କଟକ MEMU ସ୍ବତନ୍ତ୍ର ଟ୍ରେନ ଯାହା 3 ଅକ୍ଟୋବରରେ ସନ୍ଧ୍ୟା 4 ଟା ସମୟରେ ଛାଡି କଟକରେ ରାତି 8 ଟା ସମୟରେ ପହଞ୍ଚିବ । କେନ୍ଦୁଝର ରୋଡ଼-କଟକ MEMU ସ୍ବତନ୍ତ୍ର ଟ୍ରେନ 3 ଅକ୍ଟୋବରରେ ସନ୍ଧ୍ୟା 4ଟା ରେ ଛାଡିବ ଏବଂ କଟକରେ ପହଞ୍ଚିବ ରାତି 7ଟା 15 ମିନିଟ ରେ ପହଞ୍ଚିବ । ଇଚ୍ଛାପୁରମ୍-ବିଶାଖାପାଟନମ MEMU ସ୍ବତନ୍ତ୍ର ଟ୍ରେନ ସନ୍ଧ୍ୟା 4ଟା ରେ ଛାଡିବ ରାତି 8 ଟା 30ରେ ପହଞ୍ଚିବ। ସେହିପରି ଭାବରେ ସମସ୍ତ ଟ୍ରେନ 3 ଅକ୍ଟୋବର 4 ଟା ସମୟରେ ଛାଡି ରାତି 10 ଟା ସମୟରେ ପହଞ୍ଚିବାର ନିଷ୍ପତ୍ତି କରାଯାଇଛି।

ସେହିପରି ବିଜୟୱାଡା-ବିଶାଖାପାଟନମ ସ୍ବତନ୍ତ୍ର ଟ୍ରେନ ଚଳାଚଳ କରିବା ପାଇଁ ପୂର୍ବତଟ ରେଳବାଇ ପକ୍ଷରୁ ସୂଚନା ଦିଆଯାଇଛି । ଏହି ଟ୍ରେନ 14ଟି କୋଚ ବିଶିଷ୍ଟ ହୋଇଥିବା ବେଳେ 12ଟି ଜେନେରାଲ କୋଚ ଓ 2ଟି ସ୍ଲିପର କୋଚ ରହିବ । ଏନେଇ କୋରୋନାକୁ ଦୃଷ୍ଟିରେ ରଖି ସମସ୍ତ ପ୍ରକାରର ସୁବିଧା କରାଯାଇଛି ବୋଲି ରେଳବାଇ ପକ୍ଷରୁ ସୂଚନା ଦିଆଯାଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.