ନୂଆଦିଲ୍ଲୀ: ଦିଲ୍ଲୀ ହାଇକୋର୍ଟରେ ତବଲିଗି ଜମାତ ସହ ଜଡିତ ସମସ୍ତ ଗିରଫଦାରୀଙ୍କୁ ମୁକ୍ତ କରିବାକୁ ଆବେଦନ କରାଯାଇଛି । ଆବେଦନକାରୀ କହିଛନ୍ତି ଯେ ଏହି ଲୋକଙ୍କୁ କ୍ବାରେଣ୍ଟାଇନ୍ ନାମରେ ଗିରଫ କରାଯିବା 35 ଦିନରୁ ଅଧିକ ସମୟ ବିତିଗଲାଣି । ତେଣୁ ସେମାନଙ୍କୁ ବର୍ତ୍ତମାନ ମୁକ୍ତ କରାଯିବା ଉଚିତ୍ । ତେବେ ଏହି ମାମଲାରେ ହାଇକୋର୍ଟ ଶୁକ୍ରବାର ଶୁଣାଣି କରିବେ ।
ଜାତୀୟ ତଦନ୍ତ ଏଜେନ୍ସି (ଏନଆଇଏ) ଦ୍ବାରା ତବଲିଗି ଜମାତ ମୁଖ୍ୟ ମୌଲାନା ସାଦଙ୍କ ଯାଞ୍ଚ ପାଇଁ ଏକ ଆବେଦନକୁ ଦିଲ୍ଲୀ ହାଇକୋର୍ଟ ଆସନ୍ତା 28 ତାରିଖ ପର୍ଯ୍ୟନ୍ତ ସ୍ଥଗିତ ରଖିଛନ୍ତି । ବୁଧବାର ଏହି ଆବେଦନ ଉପରେ ଶୁଣାଣି ବେଳେ ପୋଲିସ ଏହି ପିଟିସନକୁ ବିରୋଧ କରିଥିଲା । ଜଷ୍ଟିସ୍ ସିଦ୍ଧାର୍ଥ ମ୍ରିଦୁଲ ଏବଂ ଅନୁପ ଜୟରାମ ଭମ୍ବାନୀଙ୍କ ଏକଜଣିଆଖଣ୍ଡପୀଠ ଏକ ଭିଡିଓ କନଫରେନ୍ସ ମାଧ୍ୟମରେ ଏହି ପିଟିସନର ଶୁଣାଣି କରିଛନ୍ତି ।
ସେପଟେ ଦିଲ୍ଲୀ ସରକାରୀ ଓକିଲ ରାହୁଲ ମେହେରା ଏବଂ ଓକିଲ ଚୈତନ୍ୟ ଗୋସେନ ଏହି ଆବେଦନକୁ ବିରୋଧ କରିଛନ୍ତି । ସେ କହିଛନ୍ତି ଯେ ଦିଲ୍ଲୀ ପୋଲିସ ଏହି ଘଟଣାର ସଠିକ୍ ଏବଂ ନିରପେକ୍ଷ ତଦନ୍ତ କରୁଛି । ଏହା ସହ ସେ କହିଛନ୍ତି ଯେ ଏହି ଆବେଦନପତ୍ର ଦାଖଲ କରିବାର କୌଣସି ଦୃଢ ଆଧାର ନାହିଁ । ଏହାପରେ ଖଣ୍ଡପୀଠ ଆବେଦନକାରୀଙ୍କୁ ଏନଆଇଏ ଦ୍ବାରା ତଦନ୍ତ କରିବାକୁ ତାଙ୍କ ଆବେଦନକୁ ସମର୍ଥନ କରି ଯବାବ ଦାଖଲ କରିବାକୁ କହିଥିଲେ । ଏହାସହ ଖଣ୍ଡପୀଠ ମାମଲାର ଶୁଣାଣିକୁ 28 ମେ ପାଇଁ ସ୍ଥଗିତ ରଖିଛି ।