ନୂଆଦିଲ୍ଲୀ: କୋରୋନା ଭୟବହତା ପାଇଁ ଦିଲ୍ଲୀରେ ଏୟାର ଟ୍ରାଫିକ୍ ବ୍ୟବସ୍ଥାରେ କୋହଳ ମନୋଭାବ ଦେଖାଇଛନ୍ତି ଦିଲ୍ଲୀ ହାଇକୋର୍ଟ। କୋଭିଡ୍ -19 ପାଇଁ 27 ମାର୍ଚ୍ଚ ପର୍ଯ୍ୟନ୍ତ ଏୟାର ବ୍ରିଥ୍ ଆନାଲାଇଜରରେ ପରୀକ୍ଷାକୁ ସ୍ଥଗିତ କରାଯାଇଛି ।
ଏହାସହ ବର୍ତ୍ତମାନ ସୁଦ୍ଧା ଦିଲ୍ଲୀରେ 30 ଜଣ କୋରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସେଥିମଧ୍ୟରୁ 23 ଜଣ ବାହାରୁ ଆସିଥିବା ବେଳେ 7 ଜଣ ଆକ୍ରାନ୍ତ ପରିବାର ସଦସ୍ୟ ରହିଛନ୍ତି । ହେଲେ ଦିଲ୍ଲୀରେ ସ୍ଥିତି ଆୟତ ହୋଇ ରହିଛି । ଭୟ କରିବାର କାରଣ କିଛି ନାହିଁ ବୋଲି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ୍ କେଜ୍ରିୱାଲ କହିଛନ୍ତି ।
ଏପଟେ ଜରୁରୀକାଳୀନ ସ୍ଥିତିକୁ ଦୃଷ୍ଟିରେ ରଖି ସୁରକ୍ଷିତ ଓ ସତର୍କ ରହିବା ପାଇଁ ସମ୍ପୂର୍ଣ୍ଣ ରାଜଧାନୀକୁ ଲକଡାଉନ କରାଯାଇଥିବା ମୁଖ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି ।