ETV Bharat / bharat

65 ବିଦେଶୀ ଜମାତିଙ୍କୁ ସ୍ଥାନାନ୍ତରଣ ପାଇଁ ଦିଲ୍ଲୀ ହାଇକୋର୍ଟଙ୍କ ଅନୁମତି - ମିରାଜ ଇଣ୍ଟରନ୍ୟାସନାଲ ସ୍କୁଲ

ଦିଲ୍ଲୀ ହାଇକୋର୍ଟ 65 ବିଦେଶୀ ଜମାତିଙ୍କୁ ମିରାଜ ଇଣ୍ଟରନ୍ୟାସନାଲ ସ୍କୁଲରୁ ମୌଜପୁର ଟେକ୍ସସ ପବ୍ଲିକ ସ୍କୁଲକୁ ସ୍ଥାନାନ୍ତର କରିବାକୁ ଅନୁମତି ଦେଇଛନ୍ତି।

_jamati
65 ବିଦେଶୀ ଜମାତୀଙ୍କୁ ସ୍ଥାନାନ୍ତରଣ ପାଇଁ ଦିଲ୍ଲୀ ହାଇକୋର୍ଟଙ୍କ ଅନୁମତି
author img

By

Published : Jul 1, 2020, 12:47 PM IST

ନୂଆଦିଲ୍ଲୀ: 65 ବିଦେଶୀ ଜମାତିଙ୍କୁ ସ୍ଥାନାନ୍ତର ପାଇଁ ଅନୁମତି ଦେଲେ ଦିଲ୍ଲୀ ହାଇକୋର୍ଟ । ଦିଲ୍ଲୀ ହାଇକୋର୍ଟ 65 ବିଦେଶୀ ଜମାତିଙ୍କୁ ମିରାଜ ଇଣ୍ଟରନ୍ୟାସନାଲ ସ୍କୁଲରୁ ମୌଜପୁର ଟେକ୍ସସ ପବ୍ଲିକ ସ୍କୁଲକୁ ସ୍ଥାନାନ୍ତର କରିବାକୁ ଅନୁମତି ଦେଇଛନ୍ତି।

ସୂଚନା ଅନୁଯାୟୀ, ଏହି 65 ଜମାତୀଙ୍କ ପକ୍ଷରୁ ଯାଚିକା ଦାୟର କରାଯାଇ କୁହାଯାଇଥିଲା ଯେ, ମିରାଜ ଇଣ୍ଟରନ୍ୟାସନାଲ ସ୍କୁଲରେ ବ୍ୟବସ୍ଥା ଭଲ ନାହିଁ । ସେଠାରେ ରହିବା ଦ୍ବାରା ସେମାନେ ଅସୁସ୍ଥ ହୋଇପାରନ୍ତି । ବିଦେଶୀ ଜମାତିଙ୍କ ଏହି ଯାଚିକାକୁ ଦିଲ୍ଲୀ ପୋଲିସ, ଦିଲ୍ଲୀ ସରକାର ଏବଂ କେନ୍ଦ୍ର ବିରୋଧ କରିନାହାଁନ୍ତି। ଏଣୁ ଗତ ମେ 28ରେ ଦିଲ୍ଲୀ ହାଇକୋର୍ଟ ଆଦେଶକୁ ସଂଶୋଧନ କରି ଏହି 65 ଜଣ ବିଦେଶୀ ଜମାତିଙ୍କୁ ମୌଜପୁରର ଟେକ୍ସସ ପବ୍ଲିକ୍ ସ୍କୁଲକୁ ସ୍ଥାନାନ୍ତର କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

ଏଥିସହ କୋର୍ଟ କହିଛନ୍ତି ଯେ, ଭବିଷ୍ୟତରେ ଯଦି ସେମାନେ କୌଣସି ସ୍ଥାନରେ ରହିବାକୁ ଅସୁବିଧା ହେଉଛି ଏବଂ ସେଠାରେ ରହିବା ଦ୍ବାରା ସେମାନଙ୍କ ସ୍ୱାସ୍ଥ୍ୟବସ୍ଥା ଖରାପ ହୋଇପାରେ ବୋଲି ସେମାନେ ଅନୁଭବ କରନ୍ତି ତେବେ ସେମାନେ ସିଧାସଳଖ ଦିଲ୍ଲୀ ପୋଲିସକୁ ଏକ ପ୍ରେଜେଣ୍ଟଟେସନ ଦେଇପାରିବେ । ଏଥିସହ କୋର୍ଟର ଅନୁମତିରେ ସେମାନେ ସିଫ୍ଟ ହୋଇପାରିବେ ।

ପ୍ରକାଶ ଥାଉକି, ଚଳିତ ବର୍ଷ ମାର୍ଚ୍ଚ ମାସରେ 955 ବିଦେଶୀ ଜମାତି ଦିଲ୍ଲୀ ନିଜାମ୍ମୁଦୀନ ମରକଜରେ ସାମିଲ ହୋଇଥିଲେ । କୋରୋନା ସଂକ୍ରମଣ ମାମଲା ସାମ୍ନାକୁ ଆସିବା ପରେ ସେମାନଙ୍କୁ 30 ମାର୍ଚ୍ଚରେ ଇନଷ୍ଟିଟ୍ୟୁସିନାଲ କ୍ବାରେଣ୍ଚିନ ସେଣ୍ଟରରେ ରଖାଯାଇଥିଲା । କୋରୋନା ଚେଷ୍ଟ ନେଗେଟିଭ ଆସିବା ପରେ ସେମାନଙ୍କୁ ଇନଷ୍ଟିଟ୍ୟୁସିନାଲ କ୍ବାରେଣ୍ଚିନ ସେଣ୍ଟରରେ ରଖାଯାଇଥିଲା ।

ହାଇକୋର୍ଟ ଆଦେଶ ପରେ 955 ବିଦେଶୀ ଜମାତିଙ୍କୁ ଅଲଗା ଅଲଗା ଯାଗାରେ ରହିବା ପାଇଁ ବ୍ୟବସ୍ଥା କରାଯାଇଥିଲା । ମାଟ 35 ଟି ଦେଶର ବିଦେଶୀ ନାଗରିକ ନିଜାମୁଦ୍ଦିନଙ୍କ ମରକଜରେ ଯୋଗ ଦେଇଥିଲେ। ଦିଲ୍ଲୀ ପୋଲିସ ଏମାନଙ୍କ ବିରୋଧରେ ସାକେତ କୋର୍ଟରେ ଚାର୍ଜସିଟ ଦାଖଲ କରିଛି। ବିଦେଶୀ ଜମାତିଙ୍କ ବିରୋଧରେ ଦିଲ୍ଲୀ ପୋଲିସ 47 ଟି ଚାର୍ଜସିଟ୍ ଦାଖଲ କରିଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.