ETV Bharat / bharat

ଶିକ୍ଷା ନିର୍ଦ୍ଦେଶାଳୟର ବିନା ଅନୁମତିରେ ଫି ବୃଦ୍ଧି କରିପାରିବେ ବେସରକାରୀ ସ୍କୁଲ - ବେସରକାରୀ ବିଦ୍ୟାଳୟ ସପକ୍ଷରେ ଦିଲ୍ଲୀ ହାଇକୋର୍ଟ

ବେସରକାରୀ ବିଦ୍ୟାଳୟ ସପକ୍ଷରେ ଦିଲ୍ଲୀ ହାଇକୋର୍ଟ ଏକ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି।

delhi high court
ଫି ବୃଦ୍ଧା କରିପାରିବେ ବେସରକାରୀ ସ୍କୁଲ
author img

By

Published : May 21, 2020, 11:05 AM IST

ନୂଆଦିଲ୍ଲୀ: ବେସରକାରୀ ବିଦ୍ୟାଳୟ ସପକ୍ଷରେ ଦିଲ୍ଲୀ ହାଇକୋର୍ଟ ଏକ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି। ଅଦାଲତ କହିଛନ୍ତି ଯେ ଦିଲ୍ଲୀର ଘରୋଇ ବିଦ୍ୟାଳୟ ଯାହା ସରକାରୀ ଜମିରେ ନିର୍ମିତ ନୁହେଁ କିମ୍ବା ସେହି ଘରୋଇ ବିଦ୍ୟାଳୟ ଯାହା ବିଦ୍ୟାଳୟ ନିର୍ମାଣ ପାଇଁ ସରକାରଙ୍କ ତରଫରୁ କୌଣସି ସାହାଯ୍ୟ ନେଇନାହାଁନ୍ତି, ସେମାନେ ସରକାରଙ୍କ ଅନୁମତି ବିନା ଫି ବଢାଇ ପାରିବେ। କିନ୍ତୁ ଏହାର ସୂଚନା ଶିକ୍ଷା ନିର୍ଦ୍ଦେଶାଳୟକୁ ଦେବାକୁ ପଡିବ।

ତେବେ ହାଇକୋର୍ଟ ଏହା ମଧ୍ୟ ସ୍ପଷ୍ଟ କରିଛନ୍ତି ଯେ ଏହି ବିଦ୍ୟାଳୟ ଗୁଡିକର ଆକାଉଣ୍ଟକୁ ଦେଖିବା ପରେ ଶିକ୍ଷା ନିର୍ଦ୍ଦେଶାଳୟ, ଶିକ୍ଷା ନିର୍ଦ୍ଦେଶାଳୟ ନିଷ୍ପତ୍ତି ନେବେ । ଯଦି ଶିକ୍ଷା ନିର୍ଦ୍ଦେଶାଳୟ ଏହାର ଅନୁସନ୍ଧାନରେ ବିଦ୍ୟାଳୟକୁ ଲାଭଜନକ ମନେ କରେ, ତେବେ ସ୍କୁଲରୁ ଫି ପ୍ରତ୍ୟାହାର କରିବାକୁ ମଧ୍ୟ କୁହାଯାଇପାରେ।

ହାଇକୋର୍ଟରେ ଏନେଇ ଦାଖଲ କରାଯାଇଥିବା ଯାଚିକାର ରାୟ ପ୍ରଦାନ କରିବାବେଳେ ଏହା ସ୍ପଷ୍ଟ କରିଛନ୍ତି ଯେ ଶିକ୍ଷା ବ୍ୟବସାୟିକ ହୋଇପାରିବ ନାହିଁ ଓ ବିଦ୍ୟାଳୟ ଗୁଡିକ ଲାଭବାନ ହେବେ ନାହିଁ ଏହା ନିଶ୍ଚିତ କରିବା ଶିକ୍ଷା ନିର୍ଦ୍ଦେଶାଳୟର କାର୍ଯ୍ୟ । ତେବେ ହାଇକୋର୍ଟ ଏହା ମଧ୍ୟ ସ୍ପଷ୍ଟ କରିଛନ୍ତି ଯେ ବିଦ୍ୟାଳୟ ଗୁଡିକର ଖାତା ଦେଖିବା ପରେ ଶିକ୍ଷା ନିର୍ଦ୍ଦେଶାଳୟ ନିଷ୍ପତ୍ତି ନେବାର ଅଧିକାର ରହିବ । ମାତ୍ର ନିର୍ଦ୍ଦେଶାଳୟ ଫି ବଢାଇବାକୁ ରୋକି ପାରିବେ ନାହିଁ । ଫି ବଢାଇବା ପୂର୍ବରୁ ଅନୁମତି ନିଆଯିବନି ବୋଲି ହାଇକୋର୍ଟ ସ୍ପଷ୍ଟ କରିଛନ୍ତି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.