ନୂଆଦିଲ୍ଲୀ: କୋଭିଡ-19 ରିପୋର୍ଟ ପ୍ରକାଶକୁ ନେଇ ଦିଲ୍ଲୀ ହାଇକୋର୍ଟ ସମୟସୀମା ଧାର୍ଯ କରିଛି । କୋରୋନା ରିପୋର୍ଟର ଫଳାଫଳ 24-48 ଘଣ୍ଟା ଭିତରେ ଦେବା ପାଇଁ ହାଇକୋର୍ଟ କହିଛି । ଏହାସହ ଦିଲ୍ଲୀ ସରକାର ନିଜ ୱେବସାଇଟରେ ବି ଲଗାତାର କୋରୋନା ମାମଲା ଅପଡେଟ୍ କରୁଛନ୍ତି ।
ଦିଲ୍ଲୀ ହାଇକୋର୍ଟ ଏକ ଜନହିତ ଯାଚିକାର ଶୁଣାଣି କରି ଏହି ଆଦେଶ ଦେଇଛନ୍ତି । ଯାଚିକାରେ କୁହାଯାଇଥିଲା ଯେ, କୋଭିଡ-19 ପରୀକ୍ଷା ରିପୋର୍ଟ ବହୁତ ବିଳମ୍ବରେ ଆସୁଛି । ଏହି କାରଣରୁ କଣ୍ଟାକ୍ଟ ଟ୍ରେସିଂ ଟିମ୍ ଠିକ୍ ଭାବରେ କାମ କରିପାରୁନି ଫଳରେ କୋଭିଡ-19 ସଂକ୍ରମଣ ବଢିବାରେ ଲାଗିଛି ।
ଶୁଣାଣି ବେଳେ କୁହଯାଇଥିଲା ଯେ 28 ଏପ୍ରିଲ ସୁଦ୍ଧା ପ୍ରାୟ 3295ଟି ମାମଲା ପରୀକ୍ଷା ହେବାକୁ ବାକିଅଛି । 30 ଏପ୍ରିଲ ସୁଦ୍ଧା ଏବା 3793 ସଂଖ୍ୟାରେ ପହଞ୍ଚିଛି । ତେବେ ଦିଲ୍ଲୀ ସରକାର ଏହି ପିଟିସନର ଶୁଣାଣି ବେଳେ କହିଛନ୍ତି ଯେ ନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଅଫ୍ ବାୟୋଲୋଜିକାଲକୁ ଯାଉଥିବା ଅନୁସନ୍ଧାନ ରିପୋର୍ଟର ଫଳାଫଳ ବହୁତ ବିଳମ୍ବ ହେଉଛି। ଏହାକୁ ଦୃଷ୍ଟିରେ ରଖି ଦିଲ୍ଲୀ ସରକାର ସେଠାରେ କୋଭିଡ -19 ର ପରୀକ୍ଷା ପଠାଇବା ବନ୍ଦ କରି ଦେଇଛନ୍ତି।
ଏପ୍ରିଲ 29 ସୁଦ୍ଧା କୋଭିଡ -19 ର 7794 ରିପୋର୍ଟର ଫଳାଫଳ ଆସିନଥିଲା। ଏଥିମଧ୍ୟରୁ କେବଳ ନୋଏଡା ନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଅଫ୍ ବାୟୋଲୋଜିକାଲ୍ (NIB) ରେ 5994 ରିପୋର୍ଟ ପେଣ୍ଡିଂ ଥିଲା। ସରକାରଙ୍କୁ ଏହା କୁହାଯାଇଛି ଯେ, ମେ 3 ତାରିଖ ରାତି ପର୍ଯ୍ୟନ୍ତ କୋଭିଡ -19 ପରୀକ୍ଷା ସହ ଜଡିତ 3790 ରିପୋର୍ଟର ଫଳାଫଳ ପ୍ରକାଶ ପାଇବ ।