ETV Bharat / bharat

ପ୍ରଡକ୍ସନ ହାଉସଙ୍କ ଆବେଦନର ଶୁଣାଣି: ସାମ୍ବାଦିକ ଓ ମିଡିଆ ହାଉସକୁ ଦିଲ୍ଲୀ ହାଇକୋର୍ଟଙ୍କ ନୋଟିସ - Delhi HC

ଦିଲ୍ଲୀ ହାଇକୋର୍ଟ ସୋମବାର ଏକାଧିକ ଗଣମାଧ୍ୟମ ଏବଂ ସାମ୍ବାଦିକଙ୍କୁ ନୋଟିସ ଜାରି କରିଛନ୍ତି । ବଲିଉଡ ଅଭିନେତା ସୁଶାନ୍ତ ସିଂ ରାପଜୁତ ମୃତ୍ୟୁ ମାମଲାରେ କରାଯାଇଥିବା କଭରେଜକୁ ନେଇ ଏହି ନୋଟିସ ଜାରି କରାଯାଇଛି । ଅଧିକ ପଢନ୍ତୁ...

ବଲିଉଡ ଅଭିନେତା ସୁଶାନ୍ତ ସିଂ ରାପଜୁତ
ବଲିଉଡ ଅଭିନେତା ସୁଶାନ୍ତ ସିଂ ରାପଜୁତ
author img

By

Published : Nov 9, 2020, 2:12 PM IST

ନୂଆଦିଲ୍ଲୀ: ଦିଲ୍ଲୀ ହାଇକୋର୍ଟ ସୋମବାର ଏକାଧିକ ଗଣମାଧ୍ୟମ ଏବଂ ସାମ୍ବାଦିକଙ୍କୁ ନୋଟିସ ଜାରି କରିଛନ୍ତି । ବଲିଉଡ ଅଭିନେତା ସୁଶାନ୍ତ ସିଂ ରାପଜୁତ ମୃତ୍ୟୁ ମାମଲାରେ କରାଯାଇଥିବା କଭରେଜକୁ ନେଇ ଏହି ନୋଟିସ ଜାରି କରାଯାଇଛି । ରିପବ୍ଲିକ୍ ଟିଭି, ଟାଇମ୍ସ ନାଓ ଓ ସମ୍ପାଦକ ଅର୍ଣ୍ଣବ ଗୋସ୍ବାମୀ ଏବଂ ନବିକା କୁମାରଙ୍କୁ ମଧ୍ୟ ନୋଟିସ ଦିଆଯାଇଛି । ମିଡିଆ ହାଉସ ଦ୍ବାରା ପ୍ରସାରିତ ବିଷୟବସ୍ତୁ ଉପରେ ପ୍ରତିବନ୍ଧକ ଲଗାଇବାକୁ 34ଟି ବଲିଉଡ ପ୍ରଡକ୍ସନ୍ ହାଉସ୍ ଦ୍ବାରା ଦାଖଲ ହୋଇଥିବା ଆବେଦନ ଉପରେ କୋର୍ଟ ଶୁଣାଣି କରିଥିଲେ।

ଚ୍ୟାନେଲରେ କୌଣସି ବଦନାମ ଅବା ମାନହାନୀ କରାଯାଉଥିବା ବିଷୟବସ୍ତୁ ପ୍ରଦର୍ଶିତ ହେବ ନାହିଁ କିମ୍ବା ସୋସିଆଲ ମିଡିଆ ହ୍ୟାଣ୍ଡେଲରେ ଅପଲୋଡ୍ ହେବ ନାହିଁ ବୋଲି କୋର୍ଟ କହିଛନ୍ତି। ଜଷ୍ଟିସ ରାଜୀବ ଶକଧେର କହିଛନ୍ତି, ଏହାସହ ଚ୍ୟାନେଲ ଗୁଡିକ ସୁନିଶ୍ଚିତ କରିବେ ସେ ସେମାନେ ପ୍ରୋଗ୍ରାମ କୋଡ୍ ଏବଂ କେବଲ୍ ଟିଭି ରେଗୁଲେସନ୍ ଆକ୍ଟ ଅଧିନରେ ଗଠିତ ନିୟମକୁ ଅନୁସରଣ କରୁଛନ୍ତି ।

ବଲିଉଡର ବହୁ ଅଗ୍ରଣୀ ଚଳଚ୍ଚିତ୍ର ନିର୍ମାତା ଅକ୍ଟୋବରରେ ମିଡିଆ ଟ୍ରାଏଲ୍ ବିରୋଧରେ ମକଦ୍ଦମା ରୁଜୁ କରିଥିଲେ । ଆବେଦନ ଅନୁଯାୟୀ, ବଲିଉଡ ପାଇଁ ‘ମଇଳା’, ‘ଖରାପ’, ‘ସ୍କାମ’, ଡ୍ରଗ୍ସ ଭଳି ଅପମାନଜନକ ଶବ୍ଦ ବ୍ୟବହାର କରୁଥିଲେ ଏହି ଚ୍ୟାନେଲ । ଏହାସହ ବଲିଉଡର ମଇଳା ସଫା କରିବା ଆବଶ୍ୟକ , ଏହା ଦେଶର ଅପରିଷ୍କାର ଶିଳ୍ପ, କୋକେନ୍ ଓ ଏଲଏସଡିରେ ବଲିଉଡ ଜଡିତ ଭଳି ଆଦି ଆଲୋଚନା କରାଯାଇଥିଲା ।

ଆବେଦନକାରୀଙ୍କ ମଧ୍ୟରେ ଫିଲ୍ମ ଆଣ୍ଡ ଟେଲି ଟେଲିଭିଜନ ପ୍ରଡ୍ୟୁସର ଗିଲ୍ଡ ଅଫ୍ ଇଣ୍ଡିଆ (PGI), ସିନେ ଏବଂ ଟିଭି ଆର୍ଟିଷ୍ଟସ୍ ଆସୋସିଏସନ୍ (CINTAA), ଭାରତୀୟ ଚଳଚ୍ଚିତ୍ର ଏବଂ ଟିଭି ଉତ୍ପାଦକ ପରିଷଦ (IFTPC), ସ୍କ୍ରିନ୍ ରାଇଟର୍ସ ଆସୋସିଏସନ୍ (SWA), ଆମୀର ଖାନ୍ ପ୍ରଡକ୍ସନ୍ସ, ଆଡ୍-ଲ୍ୟାବ୍ ଆଦି ଅନ୍ତର୍ଭୁକ୍ତ । ଆନ୍ଦୋଳନ ଫିଲ୍ମ, ଅଜୟ ଦେବଗନ୍ ଫ୍ଲିମ୍, ଅନିଲ କପୁର ଫିଲ୍ମ ଆଣ୍ଡ କମ୍ୟୁନିକେସନ୍ ନେଟୱାର୍କ, ଅରବାଜ ଖାନ ପ୍ରଡକ୍ସନ୍ସ, ଆଶୁତୋଷ ଗୋୱାରିକର ପ୍ରଡକ୍ସନ୍ସ, ବିଏସକେ ନେଟୱାର୍କ ଆଣ୍ଡ ଏଣ୍ଟରଟେନମେଣ୍ଟ, କେପ ଅଫ୍ ଗୁଡ୍ ଫିଲ୍ମସ୍, କ୍ଲିନ୍ ସ୍ଲେଟ୍ ଫିଲ୍ମଜ୍, ଧର୍ମା ପ୍ରଡକ୍ସନ୍ସ, ଏମେ ଏଣ୍ଟରଟେନମେଣ୍ଟ ଆଣ୍ଡ ମୋସନ୍ ପିକ୍ଚର୍ସ, ଏକ୍ସେଲ ଏଣ୍ଟରଟେନମେଣ୍ଟ, ଫିଲ୍ମକ୍ରାଫ୍ଟ ପ୍ରଡକ୍ସନ୍ସ, ହୋପ୍ ପ୍ରଡକ୍ସନ୍, କବୀର ଖାନ୍ ଫିଲ୍ମସ୍ ଆଦି ମଧ୍ୟ ଜଡିତ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.