ETV Bharat / bharat

ଆବୁଧାବିରୁ ଆସିପାରୁନି କମଲେଶଙ୍କ ମୃତଦେହ, ନଜର ରଖିଛି ଗୃହ ମନ୍ତ୍ରଣାଳୟ - delhi HC

ଉତ୍ତରାଖଣ୍ଡର ତେହେରୀ ନିବାସୀ କମଲେଶ ଭଟ୍ଟଙ୍କ 17 ଏପ୍ରିଲରେ ଆବୁଧାବିରେ ଦେହାନ୍ତ ହୋଇଛି। ତାଙ୍କ ମୃତଦେହ ଫେରାଇ ଆଣିବାକୁ କେନ୍ଦ୍ରକୁ ନିର୍ଦ୍ଦେଶ ଦେଇଛନ୍ତି ଦିଲ୍ଲୀ ହାଇକୋର୍ଟ ।

delhi HC notice to center
ମୃତ ଉଦ୍ଧାର ପାଇଁ କେନ୍ଦ୍ରକୁ ନୋଟିସ
author img

By

Published : Apr 26, 2020, 1:04 PM IST

ନୂଆଦିଲ୍ଲୀ: ଉତ୍ତରାଖଣ୍ଡର ତେହେରୀ ନିବାସୀ କମଲେଶ ଭଟ୍ଟଙ୍କ 17 ଏପ୍ରିଲରେ ଆବୁଧାବିରେ ଦେହାନ୍ତ ହୋଇଛି। ସେ ସେଠାରେ ଏକ କମ୍ପାନୀରେ କାମ କରୁଥିଲେ। ସୂଚନା ପାଇବା ପରେ ପରିବାର ସଦସ୍ୟ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ସମସ୍ତ ଆବଶ୍ୟକ ଅନୁମତି ପାଇଥିଲେ। ତାଙ୍କ ମୃତଦେହକୁ 23 ଏପ୍ରିଲରେ ଭାରତ ଅଣାଯାଇଥିଲା। କିନ୍ତୁ ଗୃହ ମନ୍ତ୍ରଣାଳୟର ଏକ ସର୍କୁଲାର ଦର୍ଶାଇ ତାଙ୍କୁ ପୁଣି ଫେରାଇ ନିଆଗଲା ।

ଏହା ପରେ କମଲେଶ ଭଟ୍ଟଙ୍କ ସମ୍ପର୍କୀୟ ଭିମଲେଶ ଭଟ୍ଟ ଶନିବାର ଦିଲ୍ଲୀ ହାଇକୋର୍ଟରେ ଏକ ପିଟିସନ ଦାଖଲ କରିଛନ୍ତି। ଭୀମଲେଶ ଇମିଗ୍ରେସନ ବିଭାଗର ନିଷ୍ପତ୍ତି ବିରୋଧରେ ଆବେଦନ କରିଥିଲେ। ତାଙ୍କ କହିବାନୁସାରେ, ବିଭାଗ ତାଙ୍କୁ ଗୃହ ମନ୍ତ୍ରଣାଳୟର ସର୍କୁଲାର ମଧ୍ୟ ଦେଇ ନାହିଁ, ଯାହା ଆଧାରରେ କମଲେଶଙ୍କ ମୃତଦେହ ଫେରସ୍ତ ନିଆଯାଇଛି।

ଭିମଲେଶଙ୍କ ଓକିଲ ରିତୁପର୍ଣ୍ଣା ୟୁନିୟାଲ କହିଛନ୍ତି ଯେ, କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦେବା ପାଇଁ ଆମେ କୋର୍ଟରେ ନିବେଦନ କରିଛୁ, ଯାହାଫଳରେ କମଲେଶଙ୍କ ମୃତଦେହ ଭାରତ ଅଣାଯାଇପାରିବ। ଜଷ୍ଟିସ ସଞ୍ଜୀବ ସଚ୍ଚଦେବ ଏହି ମାମଲାର ଶୁଣାଣି କରିଥିଲେ। କେନ୍ଦ୍ର ସରକାରଙ୍କ ଓକିଲ କୀର୍ତ୍ତିମାନ ସିଂ ଏହି ନୋଟିସ ଗ୍ରହଣ କରିଛନ୍ତି। ଭିଡିଓ କନଫରେନ୍ସିଂ ମାଧ୍ୟମରେ ଏହି ଶୁଣାଣି କରାଯାଇଥିଲା।

ଅତିରିକ୍ତ ସଲିସିଟର ଜେନେରାଲ ମନିନ୍ଦର ଆଚାର୍ଯ୍ୟ କୋର୍ଟଙ୍କୁ କହିଛନ୍ତି, କେନ୍ଦ୍ର ସରକାର ସମ୍ପୃକ୍ତ ଦୂତାବାସରୁ ସମ୍ପୂର୍ଣ୍ଣ ତଥ୍ୟ ଆଣୁଛନ୍ତି ଯାହା ଦ୍ବାରା କମଲେଶଙ୍କ ମୃତଦେହ ଭାରତକୁ ଅଣାଯାଇପାରିବ। ସେ କହିଛନ୍ତି ଯେ, ବରିଷ୍ଠ ସରକାରୀ କର୍ମଚାରୀମାନେ ଏହି ଘଟଣାର ତଦନ୍ତ କରୁଛନ୍ତି। ଏହାକୁ ଏକ ଉଚ୍ଚ ସ୍ତରରେ ମଧ୍ୟ ଆଲୋଚନା କରାଯାଇଛି।

ଅନ୍ୟପକ୍ଷେ 3 ଜଣଙ୍କ ମୃତ ଦେହ ଦୁବାଇରେ ଫସି ରହିଛି । ସେମାନଙ୍କ ମୃତ୍ୟୁ କୋରୋନା ଦ୍ବାରା ହୋଇନାହିଁ । ଇଟିଭି ଭାରତ ପାଖରେ ଏହାର ପୋଷ୍ଟମୋର୍ଟମର ରିପୋର୍ଟ ମଧ୍ୟ ରହିଛି । ଏହି ଖବର ପରେ ଇଟିଭି ଭାରତର ପ୍ରତିନିଧି ଗୃହ ମନ୍ତ୍ରଣାଳୟ ଓ ବିଦେଶ ମନ୍ତ୍ରଣାଳୟ ସହ ସମ୍ପର୍କ କରିଥିଲେ । ଏହି ଖବର ଇଟିଭି ଭାରତରେ ପ୍ରକାଶିତ ହେବାପରେ ଶନିବାର ଗୃହ ମନ୍ତ୍ରଣାଳୟ ଏକ ସ୍ପଷ୍ଟିକରଣ ଜାରି କରିଥିଲା ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.