ETV Bharat / bharat

ସୀମା ସିଲ୍ ପ୍ରସଙ୍ଗ: 24 ଘଣ୍ଟାରେ 4.5 ଲକ୍ଷ ମତାମତ ରଖିଲେ ଦିଲ୍ଲୀବାସୀ

author img

By

Published : Jun 3, 2020, 9:12 AM IST

ଦିଲ୍ଲୀରେ ସଂକ୍ରମଣ ମାମଲା ବଢିବାରେ ଲାଗିଛି । ହରିୟାଣା ଓ ଉତ୍ତରପ୍ରଦେଶ ସୀମା ଖୋଲିବା ନେଇ ଦିଲ୍ଲୀବାସୀଙ୍କୁ ପରାମର୍ଶ ଲୋଡିଥିଲେ ଦିଲ୍ଲୀ ସରକାର । ଅଧିକ ପଢନ୍ତୁ...

ସୀମା ଖୋଲିବା ପ୍ରସଙ୍ଗ, 24 ଘଣ୍ଟାରେ 4.5 ଲକ୍ଷ ମତାମତ ପାଇଲେ ଦିଲ୍ଲୀ ସରକାର

ନୂଆଦିଲ୍ଲୀ: ଦେଶରେ କୋରୋନା ସଂକ୍ରମଣ ଭୟଙ୍କର ହେବାରେ ଲାଗିଛି । ଦିଲ୍ଲୀରେ ସାଙ୍ଘାତିକ ହୋଇପଡିଛି ସ୍ଥିତି । ଏପରି ସ୍ଥିତିରେ ଉତ୍ତରପ୍ରଦେଶ ଓ ହରିୟାଣା ସୀମା ଖୋଲିବା ନେଇ ଦିଲ୍ଲୀ ସରକାର ଲୋକଙ୍କୁ ପରାମର୍ଶ ଲୋଢିଥିଲେ । ଗତ 24 ଘଣ୍ଟା ମଧ୍ୟରେ ଦିଲ୍ଲୀ ସରକାରଙ୍କୁ 4.5 ଲକ୍ଷ ମତାମତ ପାଇଛନ୍ତି ।

ରାଜ୍ୟରେ ବଢୁଥିବା ସଂକ୍ରମଣ ଦେଖି ଗତ ସୋମବାର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ସପ୍ତାହେ ପାଇଁ ସୀମା ବନ୍ଦ ରଖିବାକୁ ଘୋଷଣା କରିଥିଲେ । ତେବେ ଶୁକ୍ରବାର ପରେ ଏହି ସୀମାକୁ ଖୋଲିବ କି ନାହିଁ ସେନେଇ ଦିଲ୍ଲୀବାସୀଙ୍କ ମତାମତ ମାଗିଥିଲେ କେଜ୍ରିୱାଲ । ସମସ୍ତ ପରାମର୍ଶକୁ ବିଚାର କରାଯାଇ ଏହି ସପ୍ତାହ ଶେଷରେ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯିବ ବୋଲି ସେ କହିଥିଲେ।

ଆସନ୍ତା ଶୁକ୍ରବାର 5 ସୁଦ୍ଧା ସମସ୍ତେ ନିଜର ମତାମତ ଦେବା ପାଇଁ ସରକାରଙ୍କ ପକ୍ଷରୁ ଏକ ହ୍ବାଟ୍ସ ଆପ ନମ୍ବର ଜାରି ହେବା ସହ ଫୋନ ନମ୍ବର ମଧ୍ୟ ଦିଆଯାଇଥିଲା । ସୀମା ଖୋଲିବା ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ କହିଥିଲେ, ଉତ୍ତମ ସ୍ବାସ୍ଥ୍ୟ ସେବା ପାଇବା ପାଇଁ ଅନ୍ୟ ରାଜ୍ୟରୁ ଦିଲ୍ଲୀକୁ ଆସିପାରନ୍ତି । ଏପରି ସ୍ଥଳରେ ଦିଲ୍ଲୀ ହସ୍ପିଟାଲ ଗୁଡିକରେ ଶଯ୍ୟାରେ ଅଭାବ ଦେଖାଦେବ । ତେଣୁ ସୀମାକୁ ସପ୍ତାହେ ପାଇଁ ବନ୍ଦ ରଖାଯାଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.