ETV Bharat / bharat

ବ୍ୟାଟେରୀ ଚାଳିତ ଗାଡିରେ ଟିକସ ଛାଡ କଲେ ଦିଲ୍ଲୀ ସରକାର - ଦିଲ୍ଲୀ ସରକାର

ଦିଲ୍ଲୀ ସରକାର ରବିବାର ବୈଦ୍ୟୁତିକ ଯାନ ନୀତି ଅନୁଯାୟୀ ବ୍ୟାଟେରୀ ଚାଳିତ ଗାଡିରେ ସଡକ ଟିକସ ଛାଡ କରିଛନ୍ତି। ଏନେଇ ଦିଲ୍ଲୀ ପରିବହନ ମନ୍ତ୍ରୀ କୈଳାଶ ଗେହଲଟ୍ ସୂଚନା ଦେଇଛନ୍ତି ।

ବ୍ୟାଟେରୀ ଚାଳିତ ଯାନ ଉପରେ ଟିକସ ଛାଡ କଲେ ଦିଲ୍ଲୀ ସରକାର

author img

By

Published : Oct 11, 2020, 8:47 PM IST

ନୂଆଦିଲ୍ଲୀ: ଦିଲ୍ଲୀ ସରକାର ରବିବାର ବୈଦ୍ୟୁତିକ ଯାନ ନୀତି ଅନୁଯାୟୀ ବ୍ୟାଟେରୀ ଚାଳିତ ଗାଡିରେ ସଡକ ଟିକସ ଛାଡ କରିଛନ୍ତି। ଏନେଇ ଦିଲ୍ଲୀ ପରିବହନ ମନ୍ତ୍ରୀ କୈଳାଶ ଗେହଲଟ୍ ସୂଚନା ଦେଇଛନ୍ତି ।

ପରିବହନ ବିଭାଗ ଏକ ବିଜ୍ଞପ୍ତିରେ ଶନିବାର ପ୍ରକାଶ କରିଥିଲେ ଯେ, ଦିଲ୍ଲୀର ଉପରାଜ୍ୟପାଳ ସମସ୍ତ ବ୍ୟାଟେରୀ ଚାଳିତ ବୈଦ୍ୟୁତିକ ଯାନରେ ତତ୍କାଳ ଲାଗୁ ହୋଇଥିବା ଟିକସକୁ ତୁରନ୍ତ ଛାଡ କରିଛନ୍ତି। ଏହି ଛାଡ ଘୋଷଣା କରି କୈଲାଶ ଗେହଲଟ୍ କହିଛନ୍ତି ଯେ, ଦିଲ୍ଲୀ ଦେଶକୁ ଅଗ୍ରଗତି କ୍ଷେତ୍ରରେ ଆଗେଇ ନେବ ।

ତେବେ ଗତ ଅଗଷ୍ଟ ମାସରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଆସନ୍ତା ତିନି ବର୍ଷ ପାଇଁ ବୈଦ୍ୟୁତିକ ଯାନ କ୍ରୟକାରୀଙ୍କ ପାଇଁ ଆର୍ଥିକ ପ୍ରୋତ୍ସାହନ ଘୋଷଣା କରିଥିଲେ। ଇଲେକ୍ଟ୍ରିକ୍ ଯାନ ପଲିସି ଅନୁଯାୟୀ, ଦୁଇ ଚକିଆ ଗାଡି, ଇ-ରିକ୍ସା କିମ୍ବା ମାଲବାହୀ ଯାନ କିଣିବା ସହିତ ଦିଲ୍ଲୀ ସରକାର 30,000 ଟଙ୍କା ପର୍ଯ୍ୟନ୍ତ ଲାଭ ଦେବେ । ଏଥିସହ ଚାରି ଚକିଆ ଯାନ ପାଇଁ 1.5 ଲକ୍ଷ ପର୍ଯ୍ୟନ୍ତ ଲାଭ ପ୍ରଦାନ କରିବେ ବୋଲି ଦିଲ୍ଲୀ ମୁଖ୍ୟମନ୍ତ୍ରୀ କହିଥିଲେ ।

ଯେଉଁମାନେ ବ୍ୟବସାୟିକ ଉଦ୍ଦେଶ୍ୟରେ ବୈଦ୍ୟୁତିକ ଯାନ କିଣିବାକୁ ଚାହୁଁଛନ୍ତି ସେମାନଙ୍କ ପାଇଁ ଦିଲ୍ଲୀ ସରକାରଙ୍କୁ ସ୍ୱଳ୍ପ ସୁଧ ହାରରେ ଋଣ ଦିଆଯିବ । ରେଜିଷ୍ଟ୍ରେସନ ଏବଂ ସଡକ ଟିକସ ଶୁଳ୍କ ଛାଡ କରାଯିବ। ଏହି ପ୍ରୋତ୍ସାହନ ଉଭୟ ବ୍ୟାଟେରୀ ଷ୍ଟ୍ରାପିଂ ଏବଂ ଫିକ୍ସଡ୍ ଚାର୍ଜିଂ ଯାନ ପାଇଁ ପ୍ରଯୁଜ୍ୟ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.