ନୂଆଦିଲ୍ଲୀ: କୋରୋନା ମହାମାରୀ ପାଇଁ ସମଗ୍ର ଦେଶରେ ବିଦ୍ୟାଳୟ ଗୁଡିକ ବନ୍ଦ ଥିଲା । ଧିରେ ଧିରେ ସେଗୁଡିକ ଖୋଲିବା ଆରମ୍ଭ ହୋଇଛି । ଏହି ପରିପ୍ରେକ୍ଷୀରେ ଦିଲ୍ଲୀ ସରକାର ଦଶମ ଏବଂ ଦ୍ବାଦଶ ଶ୍ରେଣୀର ଛାତ୍ରଙ୍କ ପାଇଁ ବିଦ୍ୟାଳୟ ଖୋଲିବାର ଅନୁମତି ଦେଇଛନ୍ତି । ଏଥିସହିତ ଜାନୁଆରୀ 18 ତାରିଖରୁ ଦିଲ୍ଲୀରେ ସମସ୍ତ ସ୍କୁଲ ଖୋଲିବାକୁ ଯାଉଛି ।
କିନ୍ତୁ, ଅଭିଭାବକଙ୍କ ଅନୁମତି ପରେ ହିଁ ବିଦ୍ୟାଳୟକୁ ଛାତ୍ରଛାତ୍ରୀ ମାନେ ଆସିପାରିବେ । ଏହି କ୍ରମରେ କୋରୋନା ଗାଇଡଲାଇନ ପାଳନ କରିବାକୁ ପଡିବ । ଛାତ୍ରଙ୍କ ସ୍କୁଲ ଆସିବାର ରେକର୍ଡ ରଖା ଯିବ କିନ୍ତୁ, ତାହାକୁ ଛାତ୍ରଛାତ୍ରୀଙ୍କ ଉପସ୍ଥିତି ହିସାବରେ ଗଣାଯିବ ନାହିଁ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ