ନୂଆଦିଲ୍ଲୀ: ଦିଲ୍ଲୀ ପରିବେଶ ମନ୍ତ୍ରୀ ଗୋପାଳ ରାୟ ବୁରାରୀର ଏକ ନିର୍ମାଣ ସ୍ଥଳୀକୁ ଅଚାନକ ଗସ୍ତ କରିଛନ୍ତି । ଏହି ସମୟରେ ମନ୍ତ୍ରୀ ପୂର୍ତ୍ତ ବିଭାଗ (ପିଡବ୍ଲୁଡି) ଉପରେ 20 ଲକ୍ଷ ଟଙ୍କା ଜରିମାନା ପକାଇଛନ୍ତି ।
ସୂଚନା ଅନୁଯାୟୀ ପୂର୍ତ୍ତ ବିଭାଗ ପରିବେଶ ନିୟମ ପାଳନ କରୁନଥିବା ଅଭିଯୋଗରେ ପରିବେଶ ମନ୍ତ୍ରୀ ଏହି ଜରିମାନା ପକାଇଛନ୍ତି । ଏଥିସହ ସେ କହିଛନ୍ତି ଯେ, 'ମୁଁ ପୁଣି ଏଠାକୁ ପରିଦର୍ଶନ ପାଇଁ ଆସିବି ଏବଂ ଆବଶ୍ୟକ ପଡିଲେ ପୁନର୍ବାର ମଧ୍ୟ ଜରିମାନା ପକାଇବି ।'
ତେବେ ଦିଲ୍ଲୀରେ ଜାରି ରହିଥିବା ବାୟୁ ପ୍ରଦୂଷଣ ସମୟରେ ପରିବେଶ ମନ୍ତ୍ରୀଙ୍କ ଏଭଳି ପଦକ୍ଷେପ ବେଶ୍ ଚର୍ଚ୍ଚା ହେଉଛି ।