ନୂଆଦିଲ୍ଲୀ: ଦିଲ୍ଲୀ ବିଧାନସଭା ନିର୍ବାଚନକୁ ଆଉ ବାକି ରହିଛି ଅଳ୍ପଦିନ । ସବୁ ଦଳ ପକ୍ଷରୁ ଜୋରଶୋରରେ ଚାଲିଛି ପ୍ରଚାର ଅଭିଯାନ । ରାଜଧାନୀରେ ରୋଡ ସୋ କରି ଜନତାଙ୍କୁ ଆକୃଷ୍ଟ କରିବାକୁ ଚେଷ୍ଟା କରୁଛନ୍ତି ବିଭିନ୍ନ ରାଜନୈତିକ ଦଳ । ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ ନିଜର 5 ବର୍ଷର କାର୍ଯ୍ୟକୁ ନେଇ ପ୍ରଚାର ମୈଦାନକୁ ଓହ୍ଲାଇଥିବା ବେଳେ ଗୃହମନ୍ତ୍ରୀ ଅମିତ ଶହା ବି ରୋଡ ସୋ କରି ନିଜର ଜୋର ଦେଖାଇଛନ୍ତି । ସେପଟେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଦିଲ୍ଲୀର ଘରଘର ବୁଲି ମାଗୁଛନ୍ତି ଭୋଟ ।
ନିର୍ବାଚନକୁ ନେଇ କେବଳ ରାଜନୈତିକ ଦଳ ନୁହେଁ, ଭୋଟର ବି ଉତ୍ସାହିତ ରହିଛନ୍ତି । ଗୋଟିଏ ପଟେ ଆମ ଆଦମୀ ପାର୍ଟି କ୍ଷମତାର ହ୍ୟାଟ୍ରିକ ପାଇଁ ଆଶ୍ବସ୍ଥ ରହିଛି ତ ଅନ୍ୟପଟେ କଂଗ୍ରେସ ଓ ଓ ବିଜେପି କେଜ୍ରିଓ୍ବାଲଙ୍କ ହାତରୁ କ୍ଷମତା ଛଡାଇବା ପାଇଁ ଜାରି ରଖିଛନ୍ତି ପ୍ରୟାସ ।